Advertisment

କାର୍‌ ଧକ୍କାରେ ଗଲା ଡେଲିଭରୀ ବୟଙ୍କ ଜୀବନ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): କାର୍‌ ଧକ୍କାରେ ଗଲା ଡେଲିଭରୀ ବୟଙ୍କ ଜୀବନ! ଆଜି ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ ଘଟିଛି। ତେବେ ଦୁର୍ଘଟଣାରେ କାର୍‌ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛି। ଶ୍ରୀକାନ୍ତ ଭୋଇ ହେଉଛନ୍ତି ଫ୍ଲିପ୍‌କାର୍ଟର ଡେଲିଭରୀ ବୟ। ଆଜି ତୁଷୁରାରୁ ରିସିଡା ଅଭିମୁଖେ ଯାଉଥିଲେ। ରୁଗୁଡିପାଲି ଛକରେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲ।। ଫଳରେ ଘଟଣା ସ୍ଥଳରେ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିବା […]

ଅଦ୍ୟତନ ହୋଇଛି
କାର୍‌ ଧକ୍କାରେ ଗଲା ଡେଲିଭରୀ ବୟଙ୍କ ଜୀବନ

bike-accident

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର): କାର୍‌ ଧକ୍କାରେ ଗଲା ଡେଲିଭରୀ ବୟଙ୍କ ଜୀବନ! ଆଜି ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ ଘଟିଛି। ତେବେ ଦୁର୍ଘଟଣାରେ କାର୍‌ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛି।

Advertisment

ଶ୍ରୀକାନ୍ତ ଭୋଇ ହେଉଛନ୍ତି ଫ୍ଲିପ୍‌କାର୍ଟର ଡେଲିଭରୀ ବୟ। ଆଜି ତୁଷୁରାରୁ ରିସିଡା ଅଭିମୁଖେ ଯାଉଥିଲେ। ରୁଗୁଡିପାଲି ଛକରେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲ।। ଫଳରେ ଘଟଣା ସ୍ଥଳରେ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ କାର୍‌ ଚାଳକ ଡାନିଏଲ୍‌ ପଟ୍ଟନାୟକ ଗୁରୁତର ଆହତ ହୋଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି। ଚାଳକ ଶ୍ରୀ ପଟ୍ଟନାୟକ ହେଉଛନ୍ତି ନିଜ କାର ମାଲିକ।

କିଛି ଦିନ ତଳେ ଦୁର୍ଘଟଣା ସ୍ଥଳଠାରୁ ଅଳ୍ପ ଦୂରରେ ବୋଲେରୋ ଧକ୍କାରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି ସେଠାରେ ପୁଣି ଏକ ଦୁର୍ଘଟଣା ଘଟି ଜଣକର ଜୀବନ ଯାଇଛି।

Advertisment
Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe