Advertisment

ରାସ୍ତାରେ ଚାଲିଗଲା ମାଆ-ଝିଅଙ୍କ ଜୀବନ, ମେଡିକାଲ୍‌ରେ ବାପା

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାପା, ମାଆ ଓ ଝିଅ ବାଇକ୍‌ରେ ଘରକୁ ଫେରୁଥିଲେ। ଠିକ୍‌ ଏତିକି ବେଳେ ଧକ୍କା ଦେଲା ଅଜଣା ଗାଡ଼ି। ରାସ୍ତା ଉପରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ। ଆଜି ସନ୍ଧ୍ୟାବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବାଲେଶ୍ୱରରେ। ରୂପ୍‌ସା ଆଗରିଆ ଗାଁର ରାଧାକୃଷ୍ଣ ପରିଡ଼ା, ତାଙ୍କ ସ୍ତ୍ରୀ ଅନୁପମା ଓ ଝିଅ ମୋନାଲିସା ଏକ ବାଇକ୍‌ରେ ବାଲେଶ୍ୱରରୁ ଘରକୁ ଫେରୁଥିଲେ। ତେବେ ୬୦ ଜାତୀୟ ରାଜପଥର ଜୋକନଣ୍ଡି ଗାଁ ନିକଟରେ ଏକ […]

author-image
Manoranjan Sial
ଅଦ୍ୟତନ ହୋଇଛି
ରାସ୍ତାରେ ଚାଲିଗଲା ମାଆ-ଝିଅଙ୍କ ଜୀବନ, ମେଡିକାଲ୍‌ରେ ବାପା

bike-accident-in-balasore

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାପା, ମାଆ ଓ ଝିଅ ବାଇକ୍‌ରେ ଘରକୁ ଫେରୁଥିଲେ। ଠିକ୍‌ ଏତିକି ବେଳେ ଧକ୍କା ଦେଲା ଅଜଣା ଗାଡ଼ି। ରାସ୍ତା ଉପରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ। ଆଜି ସନ୍ଧ୍ୟାବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବାଲେଶ୍ୱରରେ।

Advertisment

ରୂପ୍‌ସା ଆଗରିଆ ଗାଁର ରାଧାକୃଷ୍ଣ ପରିଡ଼ା, ତାଙ୍କ ସ୍ତ୍ରୀ ଅନୁପମା ଓ ଝିଅ ମୋନାଲିସା ଏକ ବାଇକ୍‌ରେ ବାଲେଶ୍ୱରରୁ ଘରକୁ ଫେରୁଥିଲେ। ତେବେ ୬୦ ଜାତୀୟ ରାଜପଥର ଜୋକନଣ୍ଡି ଗାଁ ନିକଟରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଅନୁପମା ଓ ମୋନାଲିସାଙ୍କ ମୃତ୍ୟୁ ଘଟିଥିଲା। ରାଧାକୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ରୂପ୍‌ସା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

Advertisment