ରାସ୍ତାରେ ଚାଲିଗଲା ୬ ଜୀବନ

ପିପିଲି(ଦ୍ୱିତୀଦୂତିକୃଷ୍ଣ ପଟ୍ଟନାୟକ): ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୨ ଜଣ ପୁରୁଷ ଓ ଜଣେ ପିଲା ଅଛନ୍ତି।

ଆଜି ରାତିରେ ଭୁବନେଶ୍ୱରରୁ ଏକ କାର୍‌ରେ ୪ ଜଣ ପୁରୀ ଅଭିମୁଖେ ଯାଉଥିଲେ। ତେବେ ସିଫା ସମ୍ମୁଖରେ ରଙ୍ଗ୍ ରୁଟ୍‌ରେ ଆସୁଥିବା ଏକ ବାଇକ୍‌କୁ କାର୍‌ ଧକ୍କା ଦେଇ ରାସ୍ତା ପାର୍ଶ୍ୱ ନାଳରେ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱରରେ ଏକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।