Advertisment

ଘରକୁ ଫେରୁଥିବା ବେଳେ ପିଟିଦେଲା ପିକ୍‌ଅପ୍‌, ଚାଲିଗଲା ୩ ଜୀବନ

ମୋହନା (ମିହିର ଯତି): ଗଜପତି ଜିଲ୍ଲା ମୋହନାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକ୍‌ଅପ୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ରାମରାଜୁ ଗାଁର ସୁଧିର ମଲ୍ଲିକ ଓ ମେଲ ମଲ୍ଲିକ ଏବଂ ହୋଏରୁ ଗ୍ରାମର ରାମ ମଲ୍ଲିକ ଏକ ବାଇକରେ ମୋହନାରୁ ଘରକୁ ଫେରୁଥିଲେ। ତେବେ ରାଇସିଂ ଛକ ନିକଟରେ ସମ୍ମୁଖରୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା […]

ଅଦ୍ୟତନ ହୋଇଛି
ଘରକୁ ଫେରୁଥିବା ବେଳେ ପିଟିଦେଲା ପିକ୍‌ଅପ୍‌, ଚାଲିଗଲା ୩ ଜୀବନ

bike-accident-in-mohana

Advertisment

ମୋହନା (ମିହିର ଯତି): ଗଜପତି ଜିଲ୍ଲା ମୋହନାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକ୍‌ଅପ୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ରାମରାଜୁ ଗାଁର ସୁଧିର ମଲ୍ଲିକ ଓ ମେଲ ମଲ୍ଲିକ ଏବଂ ହୋଏରୁ ଗ୍ରାମର ରାମ ମଲ୍ଲିକ ଏକ ବାଇକରେ ମୋହନାରୁ ଘରକୁ ଫେରୁଥିଲେ। ତେବେ ରାଇସିଂ ଛକ ନିକଟରେ ସମ୍ମୁଖରୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ପଥର ରଖି ରାସ୍ତାରୋକ କରିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ପୁଲିସ ଦୁର୍ଘଟଣା ଘଟାଇଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଛି। ମାତ୍ର ଗାଡ଼ି ଚାଳକ ଫେରାର ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe