ସ୍ୱାମୀ-ସ୍ତ୍ରୀ ଘରକୁ ଫେରୁଥିଲେ, ପିଟିଦେଲା ମିନିଟ୍ରକ୍‌

ଖୋର୍ଦ୍ଧା (ବଳରାମ ଲେଙ୍କା): ସ୍ୱାମୀ ଓ ସ୍ତ୍ରୀ ଖୁସିରେ ବାଇକ୍‌ରେ ଗାଁକୁ ଫେରୁଥିଲେ। ହେଲେ ଅଧା ରାସ୍ତାରେ ଧକ୍କା ଦେଲା ମିନିଟ୍ରକ୍‌। ଫଳରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖୋର୍ଦ୍ଧାରେ ଘଟିଛି। ରଣପୁର ଗୁଡ଼ିମରା ଗାଁର ବାବୁଲା ପ୍ରଧାନ ଓ ତାଙ୍କ ପତ୍ନୀ ବାଇକ୍‌ରେ ଭୁବନେଶ୍ୱରରୁ ଘରକୁ ଫେରୁଥିଲେ। ନୂଆ ଜଗନ୍ନାଥ ସଡ଼କର ସିକୋଠାରୁ ଏକ ମିନିଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର […]

khurda-accident

khurda-accident

Manoranjan Sial
  • Published: Monday, 24 August 2020
  • Updated: 24 August 2020, 03:38 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ସ୍ୱାମୀ ଓ ସ୍ତ୍ରୀ ଖୁସିରେ ବାଇକ୍‌ରେ ଗାଁକୁ ଫେରୁଥିଲେ। ହେଲେ ଅଧା ରାସ୍ତାରେ ଧକ୍କା ଦେଲା ମିନିଟ୍ରକ୍‌। ଫଳରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖୋର୍ଦ୍ଧାରେ ଘଟିଛି।

ରଣପୁର ଗୁଡ଼ିମରା ଗାଁର ବାବୁଲା ପ୍ରଧାନ ଓ ତାଙ୍କ ପତ୍ନୀ ବାଇକ୍‌ରେ ଭୁବନେଶ୍ୱରରୁ ଘରକୁ ଫେରୁଥିଲେ। ନୂଆ ଜଗନ୍ନାଥ ସଡ଼କର ସିକୋଠାରୁ ଏକ ମିନିଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।

ଦୁର୍ଘଟଣା ଘଟାଇଥିବା ମିନିଟ୍ରକ୍‌କୁ ଜଙ୍କିଆ ଥାନା ପୁଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos