Advertisment

ଘରକୁ ଫେରୁଥିଲେ, ଉପରୁ ପଡ଼ିଲା ଶୁଖିଲା ଡାଳ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ବାଇକ୍‌ରେ ଘରକୁ ଫେରୁଥିଲେ। ହେଲେ ମଝି ରାସ୍ତାରେ ଉପରୁ ପଡ଼ିଲା ଶୁଖିଲା ଡାଳ। ଘଟଣାସ୍ଥଳରେ ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ। ଆଉ ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣାରେଢାଖୋଳ ଅଞ୍ଚଳରେ ଘଟିଛି। ରେଢ଼ାଖୋଲ ଅଞ୍ଚଳର ଅରୁଣନୟ ସାହୁ ଓ ସରଧାପୁର ଗାଁର ଭାସ୍କର ଚନ୍ଦ୍ର ସାହୁ କୌଣସି କାମରେ ବାଇକ୍‌ରେ କିସିଣ୍ଡା ଯାଇଥିଲେ। ସେଠାରୁ ଫେରୁଥିବା ବେଳେ […]

ଘରକୁ ଫେରୁଥିଲେ, ଉପରୁ ପଡ଼ିଲା ଶୁଖିଲା ଡାଳ

Bike Accident

Advertisment

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ବାଇକ୍‌ରେ ଘରକୁ ଫେରୁଥିଲେ। ହେଲେ ମଝି ରାସ୍ତାରେ ଉପରୁ ପଡ଼ିଲା ଶୁଖିଲା ଡାଳ। ଘଟଣାସ୍ଥଳରେ ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ। ଆଉ ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣାରେଢାଖୋଳ ଅଞ୍ଚଳରେ ଘଟିଛି।

Advertisment

ରେଢ଼ାଖୋଲ ଅଞ୍ଚଳର ଅରୁଣନୟ ସାହୁ ଓ ସରଧାପୁର ଗାଁର ଭାସ୍କର ଚନ୍ଦ୍ର ସାହୁ କୌଣସି କାମରେ ବାଇକ୍‌ରେ କିସିଣ୍ଡା ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ରେଢ଼ାଖୋଲ-କିସିଣ୍ଡା ରାସ୍ତା ଗୋଗଇ ଛକରେ ସେମାନଙ୍କ ଉପରେ ଗୋଟିଏ ଶୁଖିଲା ଡାଳ ଭାଙ୍ଗି ପଡ଼ିଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ରେଢାଖୋଲ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଭାସ୍କରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ମେଡିକାଲ୍‌ରେ ଅରୁଣନୟଙ୍କ ଚିକିତ୍ସା ଚାଲିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe