Advertisment

ଦୀର୍ଘ ଦିନର ଦୁଃଖ ଦୂର ହେଲା, ଦୁର୍ଗମ ଅଞ୍ଚଳରେ ଗଡ଼ିଲା ବାଇକ୍‌ ଆମ୍ୱୁଲାନ୍ସ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ଦୀର୍ଘ ଦିନର ଦୁଃଖ ଦୂର ହେଲା। ଦୁର୍ଗମ ଅଞ୍ଚଳର ଗରିବ ଲୋକଙ୍କୁ ମେଡ଼ିକାଲ୍‌ ଯିବା ପାଇଁ ଆଉ ଦହଗଞ୍ଜ ହେବାକୁ ପଡ଼ିବ ନାହିଁ। ଆଜିଠାରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପ୍ରଥମ ଥର ପାଇଁ ଗଡ଼ିଲା ବାଇକ୍‌ ଆମ୍ୱୁଲାନ୍ସ। ନାବାର୍ଡ଼ ସହାୟତାରେ ଦୁଇ ବାଇକ୍‌ ଆମ୍ୱୁଲାନ୍ସ ଯୋଗାଇ ଦେଇଛି ଜିଲ୍ଲା ପ୍ରଶାସନ। ଚିତ୍ରକୋଣ୍ଡା ଜଳ ଭଣ୍ଡାର ଆର ପାଖରେ ରହିଛି ବଡ଼ପଡ଼ା, ରାଲେଗାଡ଼ା, ଦୁଳିପୁଟ, ପାପରମେଟଲ୍ଲା, ଗାଜଲ ମାମୁଡ଼ି, ଯୋଡାମ୍ୱ, ପଣସପୋଟ ଓ ଯନ୍ତ୍ରୀ […]

ଦୀର୍ଘ ଦିନର ଦୁଃଖ ଦୂର ହେଲା, ଦୁର୍ଗମ ଅଞ୍ଚଳରେ ଗଡ଼ିଲା ବାଇକ୍‌ ଆମ୍ୱୁଲାନ୍ସ

Bike-Ambulance

Advertisment

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ଦୀର୍ଘ ଦିନର ଦୁଃଖ ଦୂର ହେଲା। ଦୁର୍ଗମ ଅଞ୍ଚଳର ଗରିବ ଲୋକଙ୍କୁ ମେଡ଼ିକାଲ୍‌ ଯିବା ପାଇଁ ଆଉ ଦହଗଞ୍ଜ ହେବାକୁ ପଡ଼ିବ ନାହିଁ। ଆଜିଠାରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପ୍ରଥମ ଥର ପାଇଁ ଗଡ଼ିଲା ବାଇକ୍‌ ଆମ୍ୱୁଲାନ୍ସ। ନାବାର୍ଡ଼ ସହାୟତାରେ ଦୁଇ ବାଇକ୍‌ ଆମ୍ୱୁଲାନ୍ସ ଯୋଗାଇ ଦେଇଛି ଜିଲ୍ଲା ପ୍ରଶାସନ।

Advertisment

ଚିତ୍ରକୋଣ୍ଡା ଜଳ ଭଣ୍ଡାର ଆର ପାଖରେ ରହିଛି ବଡ଼ପଡ଼ା, ରାଲେଗାଡ଼ା, ଦୁଳିପୁଟ, ପାପରମେଟଲ୍ଲା, ଗାଜଲ ମାମୁଡ଼ି, ଯୋଡାମ୍ୱ, ପଣସପୋଟ ଓ ଯନ୍ତ୍ରୀ ପଞ୍ଚାୟତ। ଦିନେ ଏହି ପଞ୍ଚାୟତ ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଥିଲା। ଜଳଭଣ୍ଡାର ଗଭୀର ଜଳରାଶିରେ ଜୀବନକୁ ବାଜି ଲଗାଇ ଲୋକମାନେ ପାର ହେଉଥିଲେ। ତେବେ ଗୁରୁପ୍ରିୟା ସେତୁ ଲୋକାର୍ପଣ ପରେ ସେହି ଦୁଃଖ ଦୂର ହୋଇଛି। ବିଚ୍ଛିନ୍ନାଞ୍ଚଳ, ସ୍ୱାଭିମାନ ଭାବେ ପରିଚିତ ହୋଇଛି। ତଥାପି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବଙ୍କ ଯନ୍ତ୍ରଣା ଯାଇନାହିଁ। ଗାଁକୁ ଗାଁ ରାସ୍ତା ନଥିବାରୁ ଲୋକମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିଲେ। ଗୁରୁତର ରୋଗୀଙ୍କୁ ମେଡ଼ିକାଲ୍‌ ନେବା ପାଇଁ ଆମ୍ୱୁଲାନ୍ସ ଗାଁକୁ ଯାଇପାରୁ ନଥିଲା। ଯେଉଁଥିପାଇଁ ଚିକିତ୍ସା ଅଭାବରୁ ଅନେକ ସମୟରେ ରୋଗୀଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି।

[caption id="attachment_794482" align="aligncenter" width="650"]Bike Ambulance ଅତିଥି ବାଇକ୍‌ ଆମ୍ୱୁଲାନ୍ସ ଲୋକାର୍ପଣ କରୁଛନ୍ତି[/caption]

Advertisment

ଏବେ ସ୍ୱାଭିମାନ ଅଞ୍ଚଳରୁ ଏହି ଦୁଃଖ ଦୂର ହେଲା। ଆଜିଠାରୁ ଆରମ୍ଭ ହେଲା ବାଇକ୍‌ ଆମ୍ବୁଲାନ୍ସ ସେବା। ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ବଡ଼ପଡା ପଞ୍ଚାୟତ ପରିସରରେ ଦୁଇଟି ବାଇକ୍‌ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ଟାଂଗୁଲୁ। ଏହି ବାଇକ ଆମ୍ବୁଲାନ୍ସ ମାଧ୍ୟମରେ ଦୁର୍ଗମ ଅଞ୍ଚଳରୁ ରୋଗୀଠାରୁ ଆରମ୍ଭ ଗର୍ଭବତୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇପାରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe