Advertisment

ରାତି ଅଧରେ ରାଜଧାନୀରେ ଅଘଟଣ: ବାଇକ୍‌ ସହ ଜଳିଗଲେ ଯୁବକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ଅଧରେ ରାଜଧାନୀ ରାସ୍ତା ଉପରେ ବାଇକ୍‌ ସହ ଜଳିଗଲେ ଯୁବକ । ଗତକାଲି ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ବ୍ରିଜ ମହାରାଜା ଫିଲ୍ମ ହଲ୍ ନିକଟରେ  ଦୁଇ ଦୁଇଟି ଅଘଟଣ ଘଟିଛି । ସେଥିମଧ୍ୟରୁ ବାଇକ୍‌ ଜଳିବା ଘଟଣାକୁ ନେଇ ବଢ଼ିଛି ସସ୍‌ପେନ୍ସ । ଏହା ଏକ ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍‌ । ଗତକାଲି ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ବ୍ରିଜରେ ଏକ […]

ଅଦ୍ୟତନ ହୋଇଛି
ରାତି ଅଧରେ ରାଜଧାନୀରେ ଅଘଟଣ: ବାଇକ୍‌ ସହ ଜଳିଗଲେ ଯୁବକ

bike

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ଅଧରେ ରାଜଧାନୀ ରାସ୍ତା ଉପରେ ବାଇକ୍‌ ସହ ଜଳିଗଲେ ଯୁବକ । ଗତକାଲି ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ବ୍ରିଜ ମହାରାଜା ଫିଲ୍ମ ହଲ୍ ନିକଟରେ  ଦୁଇ ଦୁଇଟି ଅଘଟଣ ଘଟିଛି । ସେଥିମଧ୍ୟରୁ ବାଇକ୍‌ ଜଳିବା ଘଟଣାକୁ ନେଇ ବଢ଼ିଛି ସସ୍‌ପେନ୍ସ । ଏହା ଏକ ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍‌ ।

Advertisment

ଗତକାଲି ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ବ୍ରିଜରେ ଏକ ବାଇକ୍ ହୁତୁହୁତୁ ହୋଇ ଜଳୁଥିଲା। ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ନିକଟକୁ ଯିବାରୁ ବାଇକ୍‌ ଚାଳକଜଣକ ମଧ୍ୟ ସେଠାରେ ଜଳୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ସହିଦନଗର ପୁଲିସ୍‌ ପହଞ୍ଚି ପୋଡା ବାଇକ୍‌ ଜବତ କରିବା ସହ ଏହାର ଚାଳକଙ୍କୁ ଉଦ୍ଧାର କରିଥିଲା। ମାତ୍ର ସେତେବେଳକୁ ପୋଡ଼ି ହୋଇ ଯୁବକଙ୍କ ମୃତ୍ୟୁ  ହୋଇ ସାରିଥିଲା। ପୁଲିସ୍‌ ମୃତଦେହ ଜବତ କୀରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଯୁବକଙ୍କ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି ଘଟଣାସ୍ଥଳରୁ ମିଳିଛି। ହେଲେ ତାଙ୍କ ପରିବାର ସମ୍ପର୍କରେ କିଛି ଜଣାପଡ଼ିନି ।

[caption id="attachment_744859" align="aligncenter" width="650"]traffic jam due  to the accident ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛି।[/caption]

Advertisment

ବାଇକ୍‌ରେ କିପରି ନିଆଁ ଲାଗିଲା, ଯଦି ନିଆଁ ଲାଗିଲା ଯୁବକଜଣକ କାହିଁକି ଗାଡ଼ି ଛାଡ଼ି ସୁରକ୍ଷିତ ସ୍ଥାନକୁ ଯାଇପାରିଲେନି ତାହା ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଏପରି ଷଡଯନ୍ତ୍ର କରାଯାଇଥିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଯୁବକଙ୍କ ପରିଚୟ ମିଳିଗଲେ ତାଙ୍କର କାହା ସହ ପୂର୍ବ ଶତ୍ରୁତା ଥିଲା କି, ନାହିଁ ସେ ନେଇ ଅଧିକ ତଥ୍ୟ ମିଳିପାରିବ । ଫଳରେ ଏହା ହତ୍ୟା ନା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇଯିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

ଆଚାର୍ଯ୍ୟବିହାର ଫ୍ଲାଏଓଭର ବ୍ରିଜର ଗୋଟିଏ ପଟେ ବାଇକ୍‌ ସହ ଯୁବକ ଜଳୁଥିବା ବେଳେ ରାସ୍ତାର ଅପରପାର୍ଶ୍ୱରେ ଆଉ ଏକ ଦୁର୍ଘଟଣା ଘଟିଥିଲା । ଏକ ଦ୍ରୁତଗାମୀ ହାଇୱା  ଧକ୍କାରେ ଏକ ଟାଟା ଏସସିରେ ଥିବା ଜଣେ ବାଳକ ସମେତ ୩ ଜଣ ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ  ସମସସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଥିବା ବେଳେ ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଘଟଣାସ୍ଥଳରେ ସହିଦନଗର ଥାନା ପୁଲିସ ଏବଂ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

Accident Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe