ପୋଲ ତଳକୁ ଖସିଲା ବାଇକ୍

ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ବାରିପଦା ଦେଉଳି ରାସ୍ତା ରକ୍ଷେତ୍ରପାଟଣା ଛକ ନିକଟରେ  ଏକ ଦୁର୍ଘଟଣା ଘଟିଛି। ପୋଲ ତଳକୁ ଏକ ବାଇକ୍ ଭାରସାମ୍ୟ ଖସି ପଡ଼ିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ହଳଦିଆ ଡେମ ନିକଟ ମୁଣ୍ଢାକଟା ଗାଁର ପଞ୍ଚାନନ ଦେଓ।

ଆଜି ସକାଳେ  ମର୍ଣ୍ଣିଂ ୱାକ୍‌ରେ ବାହାରିଥିବା ଲୋକେ ପଞ୍ଚାନନଙ୍କ ମୃତଦେହ ପୋଲ ତଳେ ପଡ଼ିଥିବା ଦେଖିଥିଲେ। ସେମାନେ ଏନେଇ  ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ପଞ୍ଚାନନଙ୍କ ମୃତଦେହ ନିକଟରେ ତାଙ୍କ ବାଇକ୍‌ ପଡ଼ିଥିଲା।  ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।