odisha
ଭୁବନେଶ୍ୱର: ବିକ୍ରି ହେବ ସେସୁର ଅଂଶଧନ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣେ ଟ୍ରାନ୍ଜାକ୍ସନ ଆଡଭାଇଜର ଆପଏଣ୍ଟମେଣ୍ଟ ପାଇଁ ବିଜ୍ଞାପନ ଦିଆଯାଇଥିବା ସୂଚନା ଦେଇଛନ୍ତି ଶକ୍ତି ସଚିବ। ଟ୍ରାନ୍ଜାକ୍ସନ ଆଡଭାଇଜର ଆପଏଣ୍ଟ ହେବା ପରେ କିଭଳି ଭାବେ ୫୧ ପ୍ରତିଶତ ଅଂଶଧନକୁ ଡାଇଭେଷ୍ଟ କରିହେବ ସେ ସମ୍ପର୍କରେ ଯୋଜନା କରାଯିବ। ପୂର୍ବରୁ ଆମେରିକାର କମ୍ପାନୀ ଏଇଏସ୍ ସେସୁର ପରିଚାଳନା ଭାର ନେଇଥିଲା। ଏଇଏସ୍ କମ୍ପାନୀ ଓହରିଯିବା ପରେ ଓଇଆର୍ସି ଏହାକୁ ପରିଚାଳନା କରୁଥିଲା। ଅନେକ ବର୍ଷରୁ ସେସୁର ଦାୟିତ୍ବ କୌଣସି କମ୍ପାନୀ ନେଉ ବୋଲି ଯୋଜନା ଥିଲା। କିନ୍ତୁ, କୌଣସି କମ୍ପାନୀ ଆଗଭର ନ ହେବାରୁ ଓଇଆର୍ସି ଏହାର ପରିଚାଳନା କରୁଥିଲା। ବର୍ତ୍ତମାନ ଭଲ କମ୍ପାନୀ ଆସିଲେ, ସେମାନଙ୍କୁ ସେସୁ ପରିଚାଳନା ପାଇଁ ଦାୟିତ୍ବ ଦିଆଯିବ। ତେବେ କମ୍ପାନୀ ଭଲ ନ ହେଲେ ପୂର୍ବଭଳି ସେସୁ କାର୍ଯ୍ୟ କରିବ ବୋଲି ଶକ୍ତି ସଚିବ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/odisha__296499792.jpg)