Advertisment

ପଞ୍ଚଭୂତରେ ବିଲୀନ ହେଲେ ବୀଣାପାଣି ମହାନ୍ତି

କଟକ(ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ବିଲୀନ ହେଲା ପଦ୍ମଶ୍ରୀ ସାହିତ୍ୟିକା ବୀଣାପାଣି ମହାନ୍ତି। ସୋମବାର ତାଙ୍କ ପାର୍ଥବ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟଦା ସହ କଟକ ସତୀଚଉରା ଶ୍ମଶାନରେ ଶେଷ ସଂସ୍କାର କରାଯାଇଛି। ସ୍ୱର୍ଗତ ମହାନ୍ତିଙ୍କ ପୁତୁରା ବିଶୁଦାସ ମହାନ୍ତି ମୁଖାଗ୍ନି ଦେଇଥିଲେ। ଗତକାଲି ୮୫ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ଭଳି ପୁସ୍ତକ ରଚନା ପାଇଁ ସେ […]

author-image
Niranjan Mishra
ଅଦ୍ୟତନ ହୋଇଛି
ପଞ୍ଚଭୂତରେ ବିଲୀନ ହେଲେ ବୀଣାପାଣି ମହାନ୍ତି

Binapani

କଟକ(ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ବିଲୀନ ହେଲା ପଦ୍ମଶ୍ରୀ ସାହିତ୍ୟିକା ବୀଣାପାଣି ମହାନ୍ତି। ସୋମବାର ତାଙ୍କ ପାର୍ଥବ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟଦା ସହ କଟକ ସତୀଚଉରା ଶ୍ମଶାନରେ ଶେଷ ସଂସ୍କାର କରାଯାଇଛି। ସ୍ୱର୍ଗତ ମହାନ୍ତିଙ୍କ ପୁତୁରା ବିଶୁଦାସ ମହାନ୍ତି ମୁଖାଗ୍ନି ଦେଇଥିଲେ।

Advertisment

ଗତକାଲି ୮୫ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ଭଳି ପୁସ୍ତକ ରଚନା ପାଇଁ ସେ ସୁଖ୍ୟାତି ଅର୍ଜନ କରିଥିଲେ। ତାଙ୍କୁ ପଦ୍ମଶୀ ପୁରସ୍କାର ସହିତ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା।

ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ବୀଣାପାଣିଙ୍କ ଦେହାନ୍ତ ସାହିତ୍ୟ ଜଗତ ନିମେନ୍ତ ଅପୂରଣୀୟ କ୍ଷତି ଓ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ସଭିଏଁ ଉଲ୍ଲେଖ କରିଛନ୍ତି।

Advertisment