Advertisment

ସୁରତରେ ଆଉ ଜଣେ ‘ଓଡ଼ିଆ ଦଧିଚୀ’, ଦାନ କଲେ ୬ଟି ଅଙ୍ଗ

ଆସିକା/ସୁରତ(ମନୋଜ/ଶୈଳେଶ): ମରି ବି ହୋଇଛନ୍ତି ଅମର। ନିଜେ ଆଖି ବୁଜିଛନ୍ତି ସତ। କିନ୍ତୁ ସଂସାରରୁ ବିଦାୟ ନେବା ପୂର୍ବରୁ ଆଉ କିଛି ଲୋକଙ୍କ ମୁହଁରେ ହସ ଭରିଦେଇଛନ୍ତି। ଆଜିକାଲିର ସ୍ୱାର୍ଥପର ସମାଜରେ ଏହି ନିଆରା ‘ଦଧିଚୀ’ ସୁରତରେ ରହୁଥିବା ଜଣେ ଓଡ଼ିଆ। ଇହଧାମ ଛାଡ଼ି ଯିବା ପୂର୍ବରୁ ଏହି ମହାନ ବ୍ୟକ୍ତି ଜଣକ ଦାନ କରିଛନ୍ତି ନିଜର ୬ଟି ଅଙ୍ଗ। ଏମିତି ମହାନ ପ୍ରବାସୀ ଓଡ଼ିଆ ହେଉଛନ୍ତି ବିପିନ ପ୍ରଧାନ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଭାଟପଡ଼ା ଗାଁର […]

author-image
Pragnya Choudhury
ଅଦ୍ୟତନ ହୋଇଛି
ସୁରତରେ ଆଉ ଜଣେ ‘ଓଡ଼ିଆ ଦଧିଚୀ’,  ଦାନ କଲେ ୬ଟି ଅଙ୍ଗ

sirat

ଆସିକା/ସୁରତ(ମନୋଜ/ଶୈଳେଶ): ମରି ବି ହୋଇଛନ୍ତି ଅମର। ନିଜେ ଆଖି ବୁଜିଛନ୍ତି ସତ। କିନ୍ତୁ ସଂସାରରୁ ବିଦାୟ ନେବା ପୂର୍ବରୁ ଆଉ କିଛି ଲୋକଙ୍କ ମୁହଁରେ ହସ ଭରିଦେଇଛନ୍ତି। ଆଜିକାଲିର ସ୍ୱାର୍ଥପର ସମାଜରେ ଏହି ନିଆରା ‘ଦଧିଚୀ’ ସୁରତରେ ରହୁଥିବା ଜଣେ ଓଡ଼ିଆ। ଇହଧାମ ଛାଡ଼ି ଯିବା ପୂର୍ବରୁ ଏହି ମହାନ ବ୍ୟକ୍ତି ଜଣକ ଦାନ କରିଛନ୍ତି ନିଜର ୬ଟି ଅଙ୍ଗ। ଏମିତି ମହାନ ପ୍ରବାସୀ ଓଡ଼ିଆ ହେଉଛନ୍ତି ବିପିନ ପ୍ରଧାନ।

Advertisment

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଭାଟପଡ଼ା ଗାଁର ବିପିନ ପ୍ରଧାନ(୫୫) ସୁରଟରେ ରହି କାମ କରନ୍ତି। ତାଙ୍କର ଉଚ୍ଚ ରକ୍ତଚାପ ଥିବାରୁ ସେ ଦିନେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ପାଖରେ ଥିବା ସାନ ପୁଆ କୁନା ତାଙ୍କୁ ସ୍ଥାନୀୟ କିରଣ ମଲ୍‌ଟି ସ୍ପେଶାଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମେଡିକାଲ୍‌ରେ ଭର୍ତ୍ତି ହେବାର ଦୁଇ ଦିନ ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରି ନଥିଲା। ବିପିନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ଦେଖି ବାଙ୍ଗାଲୁରୁରେ ରହୁଥିବା ବଡ଼ପୁଅ ମୁନ୍ନା ଓ ଅନ୍ୟ ପରିବାର ସଦସ୍ୟମାନେ ସୁରତରେ ପହଞ୍ଚିଥିଲେ। ହେଲେ ଡାକ୍ତର ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ। ଶେଷରେ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ ଡାକ୍ତର।

publive-imageଏହି ଖବର ପାଇବା ପରେ ସୁରଟର ପ୍ରବାସୀ ଓଡ଼ିଆ କର୍ମକର୍ତ୍ତା, ହସ୍ପିଟାଲ ସଦସ୍ୟ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବିପିନଙ୍କ ପରିବାର ଲୋକଙ୍କୁ ଅଙ୍ଗ ଦାନ ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ବିପିନଙ୍କ ପରିବାର ଲୋକେ ଗ୍ରହଣ କରି ଅଙ୍ଗଦାନ ପାଇଁ ରାଜି ହୋଇଥିଲେ। ଶନିବାର ଦିନ ୨ ଟାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ଚାଲିଲା ଅପରେଶନ। ବିପିନଙ୍କ ଶରୀରରୁ ୬ଟି ଅଙ୍ଗ ମଧ୍ୟରୁ ୨ଟି କିଡନୀ, ଲିଭର୍ ଅହମ୍ମଦାବାଦ ପଠାଯାଇଥିବା ବେଳେ ହାର୍ଟକୁ ବମ୍ୱେ ରିଲାଏସ୍ସ ମେଡିକାଲକୁ ହସ୍ତାନ୍ତର କରାଯାଇଛି। ତେବେ ବିପିନଙ୍କ ଆଖି ଦୁଇଟିକୁ ସ୍ଥାନୀୟ କିରଣ ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଦେହରେ ପତିରୋପଣ କରାଯାଇଛି।

Advertisment

ମରି ଅମର ରହିଥିଲେ ବିପିନ। ଏଥିପାଇଁ ତାଙ୍କ ପରିବାର ଲୋକଙ୍କ ପାଖକୁ ଛୋଟୁଛି ପ୍ରଶଂସାର ସୁଅ। ବିପିନଙ୍କ ଶରୀରରୁ ଅଙ୍ଗ କାଢ଼ି ନିଆଯିବା ପରେ ସମ୍ମାନର ସହ ଅନ୍ତିମ ସଂସ୍କାର କରାଯାଇଛି।

ସୂଚନାରୁ ପ୍ରକାଶ, ବିପିନଙ୍କ ବାପା ରଘୁନାଥ ପ୍ରଧାନ ଓ ସ୍ତ୍ରୀ ରେଣୁ ପ୍ରଧାନ ଓ ପରିବାର ଅନ୍ୟ ସଦସ୍ୟମାନେ ନିଜ ଗାଁରେ ରୁହନ୍ତି। ସାନ ପୁଅ ସହ ବିପିନ ସୁରତରେ ରହି କାମ କରନ୍ତି। ଯାହା ଉପାର୍ଜନ କରନ୍ତି, ସେଥିରେ ଚଳୁଥିଲା ପୂରା ପରିବା। ବିପିନଙ୍କ ମୃତ୍ୟୁ ପରେ ପରିବାର ବୋଝ ଏବେ ଦୁଇ ପୁଅଙ୍କ ଉପରେ।