କାଲିଠୁ ଆରମ୍ଭ ହେବ ପକ୍ଷୀ ଗଣନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ସାରାରାଜ୍ୟରେ ଆରମ୍ଭ ହେବ ପକ୍ଷୀ ଗଣନା।  ନନ୍ଦନକାନନ ଓ ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ବନ୍ୟପ୍ରାଣୀ ଡିଭିଜନ୍‌ରେ ପକ୍ଷୀ ଗଣନା କରାଯିବ। ୪ ତାରିଖରେ ଚିଲିକା, ୬ରେ ଭିତରକନିକା ଓ ହୀରାକୁଦ ବନଖଣ୍ଡରେ ହେବ ପକ୍ଷୀ ଗଣନା। ଏଥିପାଇଁ ୨୫ରୁ ଅଧିକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଛି। ଏଥିରେ ପ୍ରାୟ ଏକ ହଜାରରୁ ଅଧିକ ବନ କର୍ମଚାରୀ, ସ୍ୱେଚ୍ଛାସେବୀ ଓ ପକ୍ଷୀପ୍ରେମୀ ନିୟୋଜିତ ହେବେ। ସେହିଭଳି ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର […]

bird

Rakesh Mallick
  • Published: Wednesday, 02 January 2019
  • , Updated: 02 January 2019, 09:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ସାରାରାଜ୍ୟରେ ଆରମ୍ଭ ହେବ ପକ୍ଷୀ ଗଣନା।  ନନ୍ଦନକାନନ ଓ ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ବନ୍ୟପ୍ରାଣୀ ଡିଭିଜନ୍‌ରେ ପକ୍ଷୀ ଗଣନା କରାଯିବ।

୪ ତାରିଖରେ ଚିଲିକା, ୬ରେ ଭିତରକନିକା ଓ ହୀରାକୁଦ ବନଖଣ୍ଡରେ ହେବ ପକ୍ଷୀ ଗଣନା। ଏଥିପାଇଁ ୨୫ରୁ ଅଧିକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଛି। ଏଥିରେ ପ୍ରାୟ ଏକ ହଜାରରୁ ଅଧିକ ବନ କର୍ମଚାରୀ, ସ୍ୱେଚ୍ଛାସେବୀ ଓ ପକ୍ଷୀପ୍ରେମୀ ନିୟୋଜିତ ହେବେ।

ସେହିଭଳି ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ନଦୀରେ କୁମ୍ଭୀର ଗଣନା ହେବ। ଭିତରକନିକା, ମହାନଦୀ, ଘୋଡ଼ାହାଡ଼ ଓ ଶିମିଳିପାଳରେ ଥିବା ବିଭିନ୍ନ ନଦୀରେ କୁମ୍ଭୀର ଗଣନା କରାଯିବ। ଏହାପରେ ୧୯ ରେ ଡଲ୍‌ଫିନ୍‌ ଗଣନା କରାଯିବ।

Related story