ବୀରେନ୍ଦ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ସାହିତ୍ୟ ପୁରସ୍କାର, ଶିଶିରଙ୍କୁ ଯୁବ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୯ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ପୁରସ୍କାର ଏବଂ ଯୁବ ପୁରସ୍କାର ପାଇଁ ଲେଖକଙ୍କ ନାମ ଘୋଷଣା କରାଯାଇଛି। ଶିଶୁ ସାହିତ୍ୟ କ୍ଷେତ୍ରରେ ସାମଗ୍ରୀକ ଯୋଗଦାନ ନିମନ୍ତେ ଓଡ଼ିଆ ଲେଖକ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କୁ ବାଲ ସାହିତ୍ୟ ପୁରସ୍କାର ଓ ବିଶିଷ୍ଟ ଅନୁବାଦକ ତଥା ସାହିତ୍ୟ ସମାଲୋଚକ ଶିଶିର ବେହେରା ଯୁବ ପୁରସ୍କାର ମିଳିବ। ବାଲ ସାହିତ୍ୟ ପୁରସ୍କାର ପାଇଁ ପୁରସ୍କାର ବର୍ଷର ପୂର୍ବବର୍ତ୍ତୀ ୫ ବର୍ଷ […]

birendra

birendra

Subrat Kumar Nayak
  • Published: Friday, 14 June 2019
  • Updated: 14 June 2019, 09:24 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୯ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ପୁରସ୍କାର ଏବଂ ଯୁବ ପୁରସ୍କାର ପାଇଁ ଲେଖକଙ୍କ ନାମ ଘୋଷଣା କରାଯାଇଛି। ଶିଶୁ ସାହିତ୍ୟ କ୍ଷେତ୍ରରେ ସାମଗ୍ରୀକ ଯୋଗଦାନ ନିମନ୍ତେ ଓଡ଼ିଆ ଲେଖକ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କୁ ବାଲ ସାହିତ୍ୟ ପୁରସ୍କାର ଓ ବିଶିଷ୍ଟ ଅନୁବାଦକ ତଥା ସାହିତ୍ୟ ସମାଲୋଚକ ଶିଶିର ବେହେରା ଯୁବ ପୁରସ୍କାର ମିଳିବ।

ବାଲ ସାହିତ୍ୟ ପୁରସ୍କାର ପାଇଁ ପୁରସ୍କାର ବର୍ଷର ପୂର୍ବବର୍ତ୍ତୀ ୫ ବର୍ଷ ମଧ୍ୟରେ ପ୍ରକାଶିତ ପୁସ୍ତକକୁ ବିବେଚନା କରାଯାଇଥାଏ। ଚଳିତ ବର୍ଷ ୧ଜାନୁଆରୀ ୨୦୧୩ରୁ ୩୧ ଡିସେମ୍ବର ୨୦୧୭ ଅବଧିରେ ପ୍ରକାଶିତ ପୁସ୍ତକକୁ ବିଚାର କରାଯାଇଥିଲା। ତେବେ ଶିଶୁ ସାହିତ୍ୟ କ୍ଷେତ୍ରକୁ ସାମଗ୍ରୀକ ଯୋଗଦାନ ନିମନ୍ତେ ପୁରସ୍କାର ପାଉଥିବା ବର୍ଷର ପୂର୍ବ ୧୦ ବର୍ଷ ମଧ୍ୟରେ ରଚିତ ଲେଖକଙ୍କ କୃତିକୁ ଦେଖି ମଧ୍ୟ ଏହି ପୁରସ୍କାର ଦିଆଯାଇଥାଏ। ଚଳିତ ବର୍ଷ ବାଲ ପୁରସ୍କାର ନିମନ୍ତେ ୨୨ ଜଣ ଏବଂ ଯୁବ ପୁରସ୍କାର ଲାଗି ମୋଟ ୨୩ ଜଣ ଲେଖକଙ୍କ ନାମ ଘୋଷଣା କରାଯାଇଛି।

ଓଡ଼ିଆ ସାହିତ୍ୟ ସମାଲୋଚନାଧର୍ମୀ ପୁସ୍ତକ ‘ବିମୁଗ୍ଧ ଉଚ୍ଚାରଣ’ ପାଇଁ ଚଳିତ ବର୍ଷ ଯୁବ ପୁରସ୍କାର ପାଇଥିବା ଶିଶିର ଏବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପନା କରୁଛନ୍ତି। ପୂର୍ବରୁ ଗାୟତ୍ରୀବାଳା ପଣ୍ଡା (୨୦୧୧), ସୃଷ୍ଟିଶ୍ରୀ ନାଏକ (୨୦୧୨), କ୍ଷେତ୍ରବାସୀ ନାଏକ (୨୦୧୩), ନରେନ୍ଦ୍ର କୁମାର ଭୋଇ (୨୦୧୪), ସୁଜିତ କୁମାର ପଣ୍ଡା (୨୦୧୫), ଜ୍ଞାନୀ ଦେବାଶିଷ ମିଶ୍ର (୨୦୧୬), ସୂର୍ଯ୍ୟସ୍ନାତ ତ୍ରିପାଠୀ (୨୦୧୭) ଓ ଜୟଦ୍ରଥ ସୁନା (୨୦୧୮) ଏହି ପୁରସ୍କାର ପାଇ ସାରିଛନ୍ତି।

ଚଳିତ ବର୍ଷ କଥାଶିଳ୍ପୀ ପାରମିତା ଶତପଥୀ ଏବଂ ଜୟନ୍ତୀ ରଥ ଓ ସମାଲୋଚକ କ୍ଷୀରୋଦ ଚନ୍ଦ୍ର ବେହେରା ଏହି ପୁରସ୍କାର ଚୟନ ପ୍ରକ୍ରିୟାରେ ବିଚାରକ ରହିଥିଲେ।

ଆଜି ଅଗରତାଲାଠାରେ ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ଘୋଷଣା କରାଯାଇଛି। ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରହ୍ଲାଦ ସିଂହ ପଟେଲ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁରସ୍କାର ଚୟନ ପାଇଁ ଏକାଡେମୀର ନିର୍ଦ୍ଦିଷ୍ଟ ନିୟମ ଏବଂ ପଦ୍ଧତି ଅନୁଯାୟୀ ବିଭିନ୍ନ ଭାଷାରେ ତିନି ଜଣ ଲେଖାଏଁ ସଦସ୍ୟଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ପୁରସ୍କାର ବିଜେତାମାନଙ୍କ ନାମ ଚୟନ କରିଥିଲେ। ଏହି ବିଚାରକମାନଙ୍କ ସର୍ବସମ୍ମତି ବା ସଂଖ୍ୟାଗରିଷ୍ଠ ମତ ଆଧାରରେ କାର୍ଯ୍ୟନିର୍ବାହୀ ପରିଷଦ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥିଲେ।

ସମସ୍ତ ଭାଷାରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ସରିଥିବାବେଳେ କେବଳ ମୈଥିଳୀ ଭାଷାରେ ପୁରସ୍କାର ଘୋଷଣା ପରବର୍ତୀ ତାରିଖରେ କରାଯିବ। ଚଳିତ ଥର ୧୧ଟି କବିତା ପୁସ୍ତକ, ୬ଟି କ୍ଷୁଦ୍ର ଗଳ୍ପ, ୫ଟି ଉପନ୍ୟାସ ଏବଂ ଗୋଟିଏ ସାହିତ୍ୟ ସମାଲୋଚନା ପୁସ୍ତକ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ ଚୟନ କରାଯାଇଥିଲା। ପୁରସ୍କାର ବର୍ଷର ଜାନୁଆରୀ ପହିଲା ପୂର୍ବରୁ ୩୫ ବର୍ଷ କିମ୍ବା ତା’ଠାରୁ କମ ବୟସର ଲେଖକମାନଙ୍କର ପୁସ୍ତକ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ବିଜେତା ମାନଙ୍କୁ ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏକ ତାମ୍ର ଫଳକ ଏବଂ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos