/odisha-reporter/media/post_attachments/uploads/2021/01/birju-1.jpg)
birju-1
ରାଉରକେଲା (ସତ୍ୟାନନ୍ଦ/ପବନ): ପାକିସ୍ତାନ ଲାହୋର ଜେଲ୍ରେ ୨୦ ବର୍ଷ ବନ୍ଦୀ ଜୀବନ କାଟି ଗାଁକୁ ଫେରିଥିବା ବିରଜୁ କୁଲୁ ଶନିବାର ରାତି ଗୋଟାଏରୁ କେଉଁ ଆଡେ ନିଖୋଜ ହୋଇଯାଇଛି। ଆଉ ଘରକୁ ଫେରିନାହାନ୍ତି। ଚାରିଆଡ଼େ ଖୋଜିଲେ ମଧ୍ୟ ବିରଜୁଙ୍କୁ ତାଙ୍କ ଭଉଣୀ ପାଉନାହାନ୍ତି। ସବୁଆଡୁ ନିରାଶ ହେବା ପରେ ରବିବାର ଅପରାହ୍ନରେ ତାଙ୍କ ଭଉଣୀ କୁତ୍ର। ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବିରଜୁଙ୍କ ଫଟୋ ଆଖପାଖ ଥାନାକୁ ପଠାଇଛି। ଏପରିକି ସୀମାବର୍ତ୍ତୀ ଛତିଶଗଡ଼ ରାଜ୍ୟର ଥାନାକୁ ମଧ୍ୟ ଖବର ଦିଆଯାଇଥିବା ସୁନ୍ଦରଗଡ଼ ଏସ୍ପି କହିଛନ୍ତି।
୨୫ ବର୍ଷ ଧରି ନିଖୋଜ ହେବା ପରେ ଗତବର୍ଷ ଜଣାପଡ଼ିଥିଲା ବିରଜୁ ପାକିସ୍ତାନ ଜେଲ୍ରେ ବନ୍ଦୀ ଅଛନ୍ତି। ଏହାପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଗତ ଅକ୍ଟୋବର ୨୬ ତାରିଖରେ ପାକିସ୍ତାନ ଜେଲ୍ରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା। ଏହାପରେ ଖବର ପାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାଁକୁ ଅଣାଯାଇଥିଲା। ସେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗାଟୋଲି ଗାଁରେ ରହୁଥିଲେ। କିନ୍ତୁ ମାନସିକ ଅବସ୍ଥା ଭଲ ନଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟୋଜିତ ମେଡିକାଲ୍ ଟିମ୍ ନିୟମିତ ଯାଇ ମେଡିକାଲ୍ ଚେକ୍ଅପ୍ କରୁଥିଲା। ଏହା ସତ୍ତ୍ୱେ ସେ ଗତକାଲିଠାରୁ ନିଖୋଜ ହୋଇ ଯାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
