Advertisment

୨୫ ବର୍ଷ ପରେ ବିରଜୁଙ୍କ ଘର ବାହୁଡ଼ା; କହିଲେ, ‘ଭଲ ଲାଗୁଛି’

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ୨୫ ବର୍ଷ ପରେ ଓଡ଼ିଶା ମାଟିରେ ପାଦ ଥାପିବା ପରେ ଭଲ ଲାଗୁଛି ବୋଲି କହିଛନ୍ତି ଶତ୍ରୁ ରାଷ୍ଟ୍ରରେ ବନ୍ଦୀ ଜୀବନ କାଟି ଫେରିଥିବା ବିରଜୁ କୁଲୁ । ପାକିସ୍ତାନ ଜେଲ୍‌ରୁ ମୁକୁଳି ଆଜି ଓଡ଼ିଶା ପହଞ୍ଚିଲେ ବିରଜୁ କୁଲୁ।  ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହ କୁତ୍ରା ବ୍ଲକ ଅଫିସ୍‌ରେ ପହଞ୍ଚିଥିବା ବିରଜୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବିରଜୁଙ୍କର ନିଜର ବୋଲି ଏକମାତ୍ର ଭଉଣୀକୁ ଛାଡ଼ି ଦେଲେ ଆଉ କେହି ନାହାନ୍ତି। ଭାଇ […]

ଅଦ୍ୟତନ ହୋଇଛି
୨୫ ବର୍ଷ ପରେ ବିରଜୁଙ୍କ ଘର ବାହୁଡ଼ା; କହିଲେ, ‘ଭଲ ଲାଗୁଛି’

birju-1

Advertisment

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ୨୫ ବର୍ଷ ପରେ ଓଡ଼ିଶା ମାଟିରେ ପାଦ ଥାପିବା ପରେ ଭଲ ଲାଗୁଛି ବୋଲି କହିଛନ୍ତି ଶତ୍ରୁ ରାଷ୍ଟ୍ରରେ ବନ୍ଦୀ ଜୀବନ କାଟି ଫେରିଥିବା ବିରଜୁ କୁଲୁ । ପାକିସ୍ତାନ ଜେଲ୍‌ରୁ ମୁକୁଳି ଆଜି ଓଡ଼ିଶା ପହଞ୍ଚିଲେ ବିରଜୁ କୁଲୁ।  ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହ କୁତ୍ରା ବ୍ଲକ ଅଫିସ୍‌ରେ ପହଞ୍ଚିଥିବା ବିରଜୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

Advertisment

ବିରଜୁଙ୍କର ନିଜର ବୋଲି ଏକମାତ୍ର ଭଉଣୀକୁ ଛାଡ଼ି ଦେଲେ ଆଉ କେହି ନାହାନ୍ତି। ଭାଇ ଫେରିବ ବୋଲି ଆଶା ରଖି ନ ଥିବା ଭଉଣୀ ଆଜି  କୁତ୍ରାରେ ପହଞ୍ଚି ଭାଇକୁ ଦେଖିଥିଲେ । ଦୀର୍ଘ ୨୫ ବର୍ଷ ପରେ ନିଜ ଭାଇକୁ ଆଖି ପୂରାଇ ଦେଖିପାରିଥିବାରୁ ଭଗବାନକୁ ଧନ୍ୟବାଦ ଦେଇଥିଲେ ତାଙ୍କ ଭଉଣୀ । ଏଥିସହ ଉଭୟଙ୍କ ଆଖିରୁ ଝରି ପଡ଼ିଥିଲା ଅମାନିଆ ଲୁହ।

ଜନ୍ମ ମାଟିଠୁ ୨୫ ବର୍ଷ ଦୂରେଇ ରହିବା ସହ ୨୦ ବର୍ଷ ଶତ୍ରୁ ରାଷ୍ଟ୍ରରେ ବନ୍ଦୀ ଜୀବନ କାଟିବା ପରେ ଶେଷରେ ଜନ୍ମ ମାଟି ଛୁଇଁଛନ୍ତି ବିରଜୁ କୁଲୁ । ସେଠାରୁ ଜିଲ୍ଲା ପ୍ରଶାସନ ସହ ସେ ନିଜ ଗାଁ କଟଙ୍ଗ ଅଭିମୁଖେ ଫେରିବେ ବୋଲି ଜଣାଯାଇଛି ।

Advertisment

publive-image

୨୫ ବର୍ଷ ଧରି ନିଖୋଜ ହେବା ପରେ ଗତବର୍ଷ ଜଣାପଡ଼ିଥିଲା ବିରଜୁ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି। ଏହାପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା ।  ଗତ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲ୍‌ରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା ।  ଏହାପରେ ଖବର ପାଇ  ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାଁକୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।   ସେପଟେ ପରିବାର ଲୋକେ ବିରଜୁଙ୍କୁ ସ୍ୱାଗତ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏପଟେ ରାସନ କାର୍ଡ ସହ ବିରଜୁଙ୍କୁ ଘର ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ବିଡିଓ  ।

ଆଗକୁ ପଢ଼ନ୍ତୁ : ରାହୁଲ ଗାନ୍ଧୀଙ୍କ ପାଖରେ ଉତ୍ସାହ ଏବଂ ଦକ୍ଷତାର ଅଭାବ ରହିଛି ; ଓବାମା

Odisha News Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe