Advertisment

ବାପାର ପ୍ରତିମାକୁ ଜୀବିତ ଭାବି କ’ଣ କରୁଛି ଝିଅ, ଦେଖନ୍ତୁ ଭିଡ଼ିଓ

ମାଲକାନଗିରି(ଜିତେନ୍ଦ୍ର ବେଉରା): ବାପା ଗାଲକୁ ଆଉଁସି ଦଉଛି ଝିଅ। ଫୁଲ ଛିଞ୍ଚି ଦଉଛି, ଲଡୁ ଖୁଆଇ ଦଉଚି। ଗାଲକୁ ଗୋଟେ ଚୁମା ଦେଇ ମନରେ ଥିବା ସମସ୍ତ ସ୍ନେହକୁ ଢାଳି ଦେଉଛି ବାପା ପାଖରେ। ବାପା କିନ୍ତୁ ନିସ୍ତବ୍ଧ, ସ୍ଥାଣୁ ପରି ସେମିତି ଝିଅକୁ ଦେଖୁଛି। ନା ତାକୁ ଛୁଇଁ ପାରୁଛି ନା କୋଳେଇ ପାରୁଛି, ନା ତା କୁନି କଅଁଳ ଗାଲରେ ଗୋଟେ ଚୁମା ଦେଇ ପାରୁଛି। ଆଶୀର୍ବାଦ ଦେବାକୁ ହାତ ବି ଅପହଞ୍ଚ। କାରଣ ବାପା ଆଉ ଏ ଦୁନିଆରେ ନାହିଁ। […]

author-image
Biswobandita Swain
ଅଦ୍ୟତନ ହୋଇଛି
ବାପାର ପ୍ରତିମାକୁ ଜୀବିତ ଭାବି କ’ଣ କରୁଛି ଝିଅ, ଦେଖନ୍ତୁ ଭିଡ଼ିଓ

jhia

ମାଲକାନଗିରି(ଜିତେନ୍ଦ୍ର ବେଉରା)ବାପା ଗାଲକୁ ଆଉଁସି ଦଉଛି ଝିଅ। ଫୁଲ ଛିଞ୍ଚି ଦଉଛିଲଡୁ ଖୁଆଇ ଦଉଚି। ଗାଲକୁ ଗୋଟେ ଚୁମା ଦେଇ ମନରେ ଥିବା ସମସ୍ତ ସ୍ନେହକୁ ଢାଳି ଦେଉଛି ବାପା ପାଖରେ। ବାପା କିନ୍ତୁ ନିସ୍ତବ୍ଧସ୍ଥାଣୁ ପରି ସେମିତି ଝିଅକୁ ଦେଖୁଛି। ନା ତାକୁ ଛୁଇଁ ପାରୁଛି ନା କୋଳେଇ ପାରୁଛିନା ତା କୁନି କଅଁଳ ଗାଲରେ ଗୋଟେ ଚୁମା ଦେଇ ପାରୁଛି। ଆଶୀର୍ବାଦ ଦେବାକୁ ହାତ ବି ଅପହଞ୍ଚ। କାରଣ ବାପା ଆଉ ଏ ଦୁନିଆରେ ନାହିଁ। ବାପ ଭାବି ଝିଅ ଯାହା ସହ ଅହରହ ଖେଳୁଛି ସେ ବାପା ନୁହେଁ ବାପାର ପ୍ରତିମା।

Advertisment

ଏମିତି ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ। ଆଜି ସହିଦ ଇନ୍‌ସ୍ପେକ୍ଟର  ମୂଲଚନ୍ଦ୍ରଙ୍କ ଜନ୍ମଦିନ। ଏଥିପାଇଁ ତାଙ୍କ ପ୍ରତିମା ନିକଟରେ ପହଞ୍ଚିଥିଲା ପୂରା ପରିବାର। ସେଠାରେ ମୂଲଚନ୍ଦ୍ରଙ୍କୁ ଫୁଲ ମାଳ ପିନ୍ଧା ଯାଇଥିଲା ଏବଂ ଲଡୁ ଦେଇ ପୂଜା କରାଯାଇଥିଲା।

ବାପାଙ୍କ ଜନ୍ମ ଦିନରେ କୁନି ଝିଅ ମଧ୍ୟ ବାପାକୁ ପୂଜା କରିଥିଲା। ତାପରେ ତାର ଏସବୁ ଆଚରଣ ଉପସ୍ଥିତ ଲୋକଙ୍କ ଭାବବିହ୍ୱଳ କରି ଦେଇଥିଲା। ବାସ୍ତବରେ କଣ ସବୁ ଘଟି ଯାଇଛି ସସବୁ ବିଷୟରେ ଅଜ୍ଞ ଥିବା ଏହି କୁନି ଝିଅ କିନ୍ତୁ ବାପାକୁ ପାଖରେ ପାଇ ଖୁସି ଥିଲା।

Advertisment

ସୂଚନାଯୋଗ୍ୟଗତବର୍ଷ ଅର୍ଥାତ୍‌ ୨୦୧୮ ଜାନୁଆରୀ ୨୪ତାରିଖରେ ନାରାୟଣପୁର ଜଙ୍ଗଲରେ ପୁଲିସ୍‌ ଏବଂ ମାଓବାଦୀ ଲଢେଇ ବେଳେ ନକ୍ସଲ୍‌ଙ୍କ ଗୁଳି ଖାଇ ପ୍ରାଣ ହରାଇଥିଲେ ମୂଲଚନ୍ଦ୍ର।