Advertisment

ବିଶ୍ୱଭୂଷଣ ଓ ସୁର ରାଉତରାୟ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ କଂଗ୍ରେସର ବରିଷ୍ଠ ନେତା ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବିଶ୍ୱଭୂଷଣ ବର୍ତ୍ତମାନ ହାଇଦ୍ରାବାଦର ଗାଚିବାଓ୍ୱଲି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିଭିନ୍ନ ମହଲରେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା […]

ଅଦ୍ୟତନ ହୋଇଛି
ବିଶ୍ୱଭୂଷଣ ଓ ସୁର ରାଉତରାୟ କରୋନାରେ ଆକ୍ରାନ୍ତ

biswa-bhusan-and-sura-rout

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ କଂଗ୍ରେସର ବରିଷ୍ଠ ନେତା ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବିଶ୍ୱଭୂଷଣ ବର୍ତ୍ତମାନ ହାଇଦ୍ରାବାଦର ଗାଚିବାଓ୍ୱଲି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିଭିନ୍ନ ମହଲରେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Advertisment

ସେହିପରି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବ୍ୟତୀତ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୁର ଏବେ କ୍ୱାରେଣ୍ଟାଇନରେ ଅଛନ୍ତି। ତାଙ୍କ କରୋନା ଆକ୍ରାନ୍ତ ହୋଇଥିବା ଖବର ଜଣାପଡ଼ିବା ପରେ ଶୁଭେଛୁ ଓ ସମର୍ଥକଙ୍କ ସହ ବହୁ ରାଜନୈତିକ ବ୍ୟକ୍ତିବିଶେଷ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe