biti-coin-1..1
ଖୋର୍ଦ୍ଧା (ବଳରାମ ଲେଙ୍କା): ଶହେ କୋଟି ଟଙ୍କାର ବହୁଚର୍ଚ୍ଚିତ ବିଟ୍ କଏନ୍ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ଶଶିଭୂଷଣ ମିଶ୍ରଙ୍କୁ ଗତକାଲି ଖୋର୍ଦ୍ଧା ପୁଲିସ୍ ଗିରଫ କଲା । ଶଶିଭୂଷଣଙ୍କୁ କ୍ଷତିଗ୍ରସ୍ତ ଜମାକାରୀ କାବୁ କରି ପୁଲିସ୍ ଜିମା ଦେଇଥିଲେ ।
ଶଶିଭୂଷଣ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାଲେରିଆ ବିଭାଗର କର୍ମଚାରୀ । ଏଥିସହ ଖୋର୍ଦ୍ଧା ଗାନ୍ଧି ପଡ଼ିଆ ନିକଟରେ ସେ ଏକ କମ୍ପ୍ୟୁଟର ସଂସ୍ଥା ଖୋଲି ଦୀର୍ଘ ଦିନ ହେଲା ବିଟ୍ କଏନ୍ ବ୍ୟବସାୟ ଚଳାଇ ଆସୁଥିଲେ । ସାଧାରଣ ଲୋକଙ୍କଠାରୁ ସେ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା । ଗିରଫ ପରେ ଖୋର୍ଦ୍ଧା ପୁଲିସ୍ ଶଶିଭୂଷଣଙ୍କୁ ଜଟଣୀ କମିଶନରେଟ୍ ପୁଲିସ୍କୁ ହସ୍ତାନ୍ତର କରିଛି । ଏହି ବହୁ କୋଟି ଟଙ୍କା ଠକେଇ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ସାଇବର ସେଲ୍କୁ ଏ ସଂକ୍ରାନ୍ତରେ ପୁଲିସ୍ ସୂଚନା ଦେଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/biti-coin-1..1.jpg)