ଝାରସୁଗୁଡା: ଜନଧନ ପରି ସାମାଜିକ ଯୋଜନା ମାଧ୍ୟମରେ ବିଜେପି ଓଡ଼ିଶା ବାସୀଙ୍କ ପାଖକୁ ଯିବ। ପ୍ରଥମ ଏକବର୍ଷ ମଧ୍ୟରେ ଏହା ବେଶ ସଫଳ ହୋଇଛି । ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆସ୍ଥା ଭାଜନ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।
ଝାରସୁଗୁଡାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଏହା କହିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଏକବର୍ଷ ପୂର୍ତ୍ତୀର ସମସ୍ତ କାର୍ଯ୍ୟକ୍ରମ ଯେପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଉଦବୋଧନ ଦେଇଥିଲେ। ଜନସାଧାରଣଙ୍କ ପାଇଁ କେନ୍ଦ୍ର ସରକାର ସମସ୍ତ କାର୍ଯ୍ୟକ୍ରମ ହାତକୁ ନେବା ସହ ଆଗାମୀ ଦିନରେ ମଧ୍ୟ ଜନହିତକର କାର୍ଯ୍ୟକ୍ରମ ଜାରି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଓରାମ ଦର୍ଶାଇଥିଲେ । ବ୍ରଜରାଜ ନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ବିଜେପିର ବରିଷ୍ଠ କର୍ମକର୍ତ୍ତା ଏଥିରେ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।