Advertisment

ଖୁବ୍‌ଶୀଘ୍ର ବିଜେଡିରୁ ବିଦା ହେବେ ଦାମ !

ବିଜେଡି ସୂତ୍ର ଅନୁସାରେ, ଡାକ୍ତର ରାଉତଙ୍କ ବିରୁଦ୍ଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଚାପ ପକାଇବା ପାଇଁ ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀର ପ୍ରାୟ ୫ ହଜାର କର୍ମୀ ଆସନ୍ତାକାଲି ବିଜେଡି ସୁପ୍ରିମୋଙ୍କୁ ଭେଟି ଦାବି ଜଣାଇବେ।  ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ବିଜେଡିର ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେବେ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏହି ଘୋଷଣା କରିବାର ସମ୍ଭାବନା ରହିଛି। ଜଗତସିଂହପୁର ଜିଲ୍ଲା […]

ଅଦ୍ୟତନ ହୋଇଛି
ଖୁବ୍‌ଶୀଘ୍ର ବିଜେଡିରୁ ବିଦା ହେବେ ଦାମ !

Dama-1

Advertisment

ବିଜେଡି ସୂତ୍ର ଅନୁସାରେ, ଡାକ୍ତର ରାଉତଙ୍କ ବିରୁଦ୍ଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଚାପ ପକାଇବା ପାଇଁ ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀର ପ୍ରାୟ ୫ ହଜାର କର୍ମୀ ଆସନ୍ତାକାଲି ବିଜେଡି ସୁପ୍ରିମୋଙ୍କୁ ଭେଟି ଦାବି ଜଣାଇବେ। 

Advertisment

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ବିଜେଡିର ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେବେ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏହି ଘୋଷଣା କରିବାର ସମ୍ଭାବନା ରହିଛି।

ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ନବୀନ ନିବାସରେ ଆଜି ଦଳର ସୁପ୍ରିମୋଙ୍କୁ ଭେଟିବା ପରେ ଦାମଙ୍କ ବିରୁଦ୍ଧରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ଆପାତତଃ ସ୍ପଷ୍ଟ ହୋଇଯାଇଛି। ଗତ କିଛଦିନ ଧରି ଡାକ୍ତର ରାଉତ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଅଭିଯୋଗ ଆଣି ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିଦ ହଜାଇ ଦେଇଛନ୍ତି।

Advertisment

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ପ୍ରତିଷ୍ଠାତା ସଦସ୍ୟ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବିଜେଡି ଯେଉଁ ଫର୍ମୂଲା ଆପଣାଇଥିଲା ଏବେ ଅନୁରୂପ ଫର୍ମୂଲା ଡାକ୍ତର ରାଉତଙ୍କ ନିମନ୍ତେ ପ୍ରସ୍ତୁତ କରାଯାଉଛି। ଆଜି ଦିନତମାମ୍ ନବୀନ ନିବାସରେ ଏନେଇ କସରତ ଚାଲିଥିଲା। 

ବାଲିକୁଦା-ଏରସମା ବିଧାୟକ ଶ୍ରୀ ମୁଦୁଲି ଆଜି ଅପରାହ୍ନରେ ଦଳର ସୁପ୍ରିମୋଙ୍କୁ ଭେଟି ଲିଖିତ ଭାବେ ଡାକ୍ତର ରାଉତଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଏରସମାରେ ଗତକାଲି ବିପ୍ଲବ ଦିବସ ସମାରୋହ ପାଳନ ଅବସରରେ ଡାକ୍ତର ରାଉତ ବିଜେଡି ସରକାର ଓ ସ୍ଥାନୀୟ ବିଧାୟକଙ୍କ ବିରୋଧରେ କଟୂ ମନ୍ତବ୍ୟ ଦେଇଛନ୍ତି।

ଏହାସହିତ ଡାକ୍ତର ରାଉତ ଉକ୍ତ ସମାରୋହ ପାଳନ ଆଳରେ କଂଗ୍ରେସ ଓ ବିଜେପି ନେତାମାନଙ୍କୁ ଏକଜୁଟ କରି ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାର ପ୍ରମାଣ ଦେଇଛନ୍ତି ବୋଲି ଶ୍ରୀ ମୁଦୁଲି ଅଭିଯୋଗ କରିଛନ୍ତି।

ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଯେଭଳି କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳରୁ କର୍ମୀମାନଙ୍କୁ ଭୁବନେଶ୍ୱର ଅଣାଯାଇ ନବୀନଙ୍କ ଉପରେ ଚାପ ସୃଷ୍ଟି କରାଯାଉଥିଲା ଠିକ୍ ସେହି ଶୈଳୀରେ ଏବେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦଳୀୟ କର୍ମୀଙ୍କୁ ଅଣାଯାଇ ଡାକ୍ତର ରାଉତଙ୍କୁ ବିଜେଡିରୁ ବହିଷ୍କାର କରିବାର ବାଟ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।

ବିଜେଡି ସୂତ୍ର ଅନୁସାରେ, ଡାକ୍ତର ରାଉତଙ୍କ ବିରୁଦ୍ଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଚାପ ପକାଇବା ପାଇଁ ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀର ପ୍ରାୟ ୫ ହଜାର କର୍ମୀ ଆସନ୍ତାକାଲି ବିଜେଡି ସୁପ୍ରିମୋଙ୍କୁ ଭେଟି ଦାବି ଜଣାଇବେ।

ଡାକ୍ତର ରାଉତ ଗତ କିଛଦିନ ଧରି ଗୋଟିଏ ପରେ ଗୋଟିଏ ଦୁର୍ନୀତିକୁ ପଦାରେ ପକାଇ ବିଜେଡି ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କୁ ମଧ୍ୟ କାଠଗଡ଼ାରେ ଛିଡ଼ା କରାଇ ସେ ହିଁ ସବୁ ଦୁର୍ନୀତିଗ୍ରସ୍ତଙ୍କ ତ୍ରାଣକର୍ତ୍ତା ବୋଲି ଅଭିଯୋଗ କରିଛନ୍ତି।

ଗଣମାଧ୍ୟମରେ ଦାମଙ୍କ ଏଭଳି କ୍ରମାଗତ ବୟାନକୁ ଦୃଷ୍ଟିରେ ରଖି ଏବେ ଏରସମା ବିପ୍ଲବ ସମାରୋହର ଆଳ ଦେଖାଇ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମାର୍ଗ ପ୍ରଶସ୍ତ କରାଯାଉଛି।

ଉଲ୍ଲେଖଯୋଗ୍ୟ, କୃଷି ବିଭାଗରେ ଦୁର୍ନୀତି ମାମଲାକୁ ଉଜାଗର କରିବା ନିମନ୍ତେ ଭିଜିଲାନ୍ସକୁ ଚିଠି ଲେଖିବା ପରେ ଡାକ୍ତର ରାଉତଙ୍କୁ ଡିସେମ୍ବର ମାସରେ ଉଭୟ ମନ୍ତ୍ରୀ ଓ ବିଜେଡି ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା। ଅବଶ୍ୟ ସେତେବେଳେ ବ୍ରାହ୍ମଣଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେବାର ଆଳ ଦେଖାଯାଇଥିଲା ।ଏବେ ଠିକ୍ ସେହିଭଳି ଶ୍ରୀ ପାଣ୍ଡିଆନଙ୍କ ବିରୋଧରେ ଡାକ୍ତର ରାଉତ ଦେଉଥିବା ମନ୍ତବ୍ୟ ପାଇଁ ଏରସମାର ବିପ୍ଲବ ସମାରୋହକୁ ଆଳ କରାଯାଇଛି।

ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଯେଭଳି କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳରୁ କର୍ମୀମାନଙ୍କୁ ଭୁବନେଶ୍ୱର ଅଣାଯାଇ ନବୀନଙ୍କ ଉପରେ ଚାପ ସୃଷ୍ଟି କରାଯାଉଥିଲା ଠିକ୍ ସେହି ଶୈଳୀରେ ଏବେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦଳୀୟ କର୍ମୀଙ୍କୁ ଅଣାଯାଇ ଡାକ୍ତର ରାଉତଙ୍କୁ ବିଜେଡିରୁ ବହିଷ୍କାର କରିବାର ବାଟ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।

ତେବେ ବିଷ୍ଣୁ ଓ ପ୍ରଶାନ୍ତଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଡାକ୍ତର ରାଉତ କହିଛନ୍ତି ଯେ, ତାଙ୍କୁ ପୂର୍ବରୁ ମନ୍ତ୍ରୀ ପଦ ସହ ଦଳର ସଭାପତି ଓ ପର୍ଯ୍ୟବେକ୍ଷକ ପଦବୀରୁ ବାଦ୍ ଦିଆଯାଇଛି। ସେତେବେଳେ ସେ ଏହାର କାରଣ ପଚାରିବାକୁ କିମ୍ବା ପଦବୀ ରଖିବା ପାଇଁ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇନଥିଲେ। ତେଣୁ ଏବେ ଯଦି ଦଳରୁ ବାହାର କରିବାକୁ ଚାହୁଁଥିବେ ତା’ହେଲେ କରିବେ। ଏଥିରେ କିଛି କହିବାର ନାହିଁ। କିନ୍ତୁ ଅନ୍ୟ କୌଣସି ଦଳରେ ସାମିଲ ହେବାର ନାହିଁ। ତେବେ ଲୋକମାନେ ଚାହୁଁଥିବା ପର୍ଯ୍ୟନ୍ତ ସେ ନିର୍ବାଚନ ଲଢ଼ିବେ ବୋଲି ଡାକ୍ତର ରାଉତ ସ୍ପଷ୍ଟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe