ରେଳ ଅନୁଦାନ: ରାଜ୍ୟ ସରକାରଙ୍କ ଅପାରଗତା ନା କେନ୍ଦ୍ରର ଅବହେଳା?

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ରେକର୍ଡ ପରିମାଣର ୧୦,୦୧୨କୋଟି ରେଳ ଅନୁଦାନ ଆବଂଟନ କରିଛନ୍ତି।

Rail

ରେଳ ଇଞ୍ଜିନ୍‌

Ordigital Desk
  • Published: Saturday, 04 February 2023
  • Updated: 04 February 2023, 09:38 PM IST

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ରେକର୍ଡ ପରିମାଣର ୧୦,୦୧୨କୋଟି ଟଙ୍କାର ରେଳ ଅନୁଦାନ ଆବଣ୍ଟନ ହେବା ନେଇ ବଜେଟରେ ବ୍ୟବସ୍ଥା ପରେ ଏବେ ରାଜ୍ୟରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ତେବେ ବାସ୍ତବରେ ଓଡ଼ିଶାକୁ କମ୍‌ ପରିମାଣର ରେଳ ଅନୁଦାନ କେନ୍ଦ୍ର ସରକାର ଆବଣ୍ଟନ କରୁଛନ୍ତି ନା ରାଜ୍ୟ ସରକାର ପର୍ଯ୍ୟାପ୍ତ ଅନୁଦାନ ନିମନ୍ତେ ଦାବି କରିବାରେ ବିଫଳ ହେଉଛି ତାକୁ ନେଇ ଏବେ ନୂଆ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶାରୁ କେନ୍ଦ୍ରର ଏନଡିଏ ସରକାର ରେଳ ରାଜସ୍ୱ ଆକାରରେ ବାର୍ଷିକ ୨୦ରୁ ୨୨ହଜାର କୋଟି ଟଙ୍କା ନେଉଥିବା ତଥା ଗତ ୯ବର୍ଷ ମଧ୍ୟରେ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ରାଜସ୍ୱ ନେଇଥିଲେ ବି  ପର୍ଯ୍ୟାପ୍ତ ପାଣ୍ଠି ଆବଂଟନ କାହିଁକି ହେଉନି ଓ ଯାହାବି ହେଉଛି ତାହା ଯାଉଛି କୁଆଡ଼େ ବୋଲି ଶାସକ ବିଜେଡି ଆଜି ପ୍ରଶ୍ନ କରିବା ପରେ ସାଧାରଣରେ ବି ଏନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ? କିନ୍ତୁ ବାସ୍ତବରେ କ’ଣ ରାଜ୍ୟ ସରକାରଙ୍କ ଦାବି ମୁତାବକ ରେଳ ଅନୁଦାନ ଦେବାରେ କେନ୍ଦ୍ର ସରକାର ଟାଳଟୂଳ ଓ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି କି?

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ରେକର୍ଡ ପରିମାଣର ୧୦,୦୧୨କୋଟି ରେଳ ଅନୁଦାନ ଆବଂଟନ କରିଛନ୍ତି। ଏହି ବଜେଟରେ ୮୪୦୦କୋଟି ଟଙ୍କା ରେଳ ଅନୁଦାନ ଦେବାକୁ ଓଡ଼ିଶା ସରକାର ବିଧିବଦ୍ଧ ଦାବି ଉପସ୍ଥାପନ କରିଥିଲେ।

Also Read

ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାକୁ ୯୭୩୪କୋଟି ଟଙ୍କାର ରେଳ ଅନୁଦାନ ମିଳିଛି ଓ ରାଜ୍ୟ ସରକାର ୭୬୦୦କୋଟି ଟଙ୍କାର ଅନୁଦାନ ଦାବି କରିଥିଲେ। ୨୦୨୧-୨୨ରେ ଓଡ଼ିଶାକୁ ୬୯୯୫.୫୦କୋଟି ଟଙ୍କା ମିଳିଛି ଓ ରାଜ୍ୟ ସରକାର ୭୨୦୦କୋଟି ଟଙ୍କା ଦାବି କରିଥିଲେ। ୨୦୨୦-୨୧ରେ ଓଡ଼ିଶାକୁ ୪୩୭୩ କୋଟି ଟଙ୍କା ଓ ୨୦୧୯-୨୦ରେ ୫୯୯୩କୋଟି ଟଙ୍କା ରେଳ ଅନୁଦାନ ମିଳିଛି। ସେହିପରି ୨୦୧୮-୧୯ରେ ଓଡ଼ିଶାକୁ ୫୨୫୨କୋଟି ଟଙ୍କା ଅନୁଦାନ ମିଳିଥିବାବେଳେ ରାଜ୍ୟ ସରକାର ୬୫୦୦କୋଟି ଟଙ୍କା ଦାବି କରିଥିଲେ। ୨୦୧୭-୧୮ରେ ୫୧୦୨ କୋଟି ଟଙ୍କା ଅନୁଦାନ ମିଳିଥିବାବେଳେ ରାଜ୍ୟ ସରକାର ୫୮୭୦କୋଟି ଟଙ୍କା ଦାବି କରିଥିଲେ। ୨୦୧୬-୧୭ ବାର୍ଷିକ ବଜେଟରେ ଓଡ଼ିଶାକୁ ୪୬୮୨କୋଟି ଟଙ୍କାର ରେଳ ଅନୁଦାନ ମିଳିଥିବାବେଳେ ରାଜ୍ୟ ସରକାର ୫ହଜାର କୋଟି ଟଙ୍କା ଦାବି କରିଥିଲେ। ଏହି ବଜେଟ ପୂର୍ବରୁ ୨୦୧୫ ଡିସେମ୍ବର ୨ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖି ଓଡ଼ିଶା ପ୍ରତି ରେଳବାଇ କ୍ଷେତ୍ରରେ ଅବହେଳା କରାଯାଉଛି  ଏପରିକି ଓଡ଼ିଶାରୁ ରେଳବାଇ ରାଜସ୍ୱ ଆକାରରେ ବାର୍ଷିକ ୧୪ହଜାର କୋଟି ଟଙ୍କା ନେଉଥିବାବେଳେ ଅନୁରୂପ ପାଣ୍ଠି ଓଡ଼ିଶାକୁ ଆବଂଟନ ହେଉନି ଏବଂ ପଡ଼ୋଶୀ ରାଜ୍ୟକୁ ଆବଂଟନ ରାଶି ଓ ଜାତୀୟ ରେଳ ସାନ୍ଧ୍ରତା ତୁଳନାରେ ଓଡ଼ିଶା ପଛରେ ଅଛି ବୋଲି ଅଭିଯୋଗ କରିଥିଲେ।

୨୦୧୫-୧୬ ଆର୍ଥିକ ବର୍ଷର ରେଳ ବଜେଟରେ ଓଡ଼ିଶାକୁ ୨୫୧୪.୦୭କୋଟି ଟଙ୍କା ମିଳିଥିବାବେଳେ ରାଜ୍ୟ ସରକାର ୩୨୦୦କୋଟି ଟଙ୍କା ଦାବି କରିଥିଲେ। ଏହି ବଜେଟ ପୂର୍ବରୁ ବିଜେଡି ସଂସଦୀୟ କମିଟି ଓ ଗୃହ କମିଟି ମଧ୍ୟ ରେଳ ମନ୍ତ୍ରୀଙ୍କୁ ସାକ୍ଷାତ କରି ଓଡ଼ିଶାକୁ ଅଧିକ ପରିମାଣର ରେଳ ଅନୁଦାନ ଦେବାକୁ ଦାବି ଜଣାଇଥିଲେ। ୨୦୧୪-୧୫ ଅର୍ଥାତ୍ ନରେନ୍ଦ୍ର ମୋଦି ସରକାରର ପ୍ରଥମ ରେଳ ବଜେଟରେ ଓଡ଼ିଶାକୁ ୧୪୬୫କୋଟି ଟଙ୍କା ଆବଂଟିତ ହୋଇଥିଲା। ଓଡ଼ିଶା ସରକାର ଉକ୍ତ ବର୍ଷ ୩୧୬୦କୋଟି ଟଙ୍କାର ଅନୁଦାନ ଦାବି କରିଥିଲେ।

ତଥ୍ୟ ଅନୁସାରେ, ଓଡ଼ିଶାକୁ ୨୦୦୯-୧୪ ମସିହା ମଧ୍ୟରେ ବଜେଟରେ ରେଳ ଅନୁଦାନ ବାର୍ଷିକ ହାରାହାରି ୮୩୪କୋଟି ଟଙ୍କା ମିଳୁଥିବାବେଳେ ୨୦୧୪-୨୦ ମସିହା ମଧ୍ୟରେ ଏହା ୪୩୯ ପ୍ରତିଶତ ବୃଦ୍ଧି ପାଇଁ ବାର୍ଷିକ ହାରାହାରି ୪୫୧୮କୋଟି ଟଙ୍କାରେ ପହଂଚିଥିଲା।

ଏବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ପାଖରେ ଯଦି ରେଳ ଭିତ୍ତିଭୂମି ବିକାଶ ନିମନ୍ତେ ପର୍ଯ୍ୟାପ୍ତ ତଥା ଆବଶ୍ୟକ ପ୍ରସ୍ତାବ ରହିଛି ତାକୁ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାରେ ଅସୁବିଧା କେଉଁଠି? କାହିଁକି ପ୍ରତିବର୍ଷ ରେଳ ଅନୁଦାନ ଦାବି ପରିମାଣକୁ ଅଧିକ ରଖୁନାହାନ୍ତି ରାଜ୍ୟ ସରକାର ? ଯଦି ଓଡ଼ିଶାରୁ ବାର୍ଷିକ ରେଳ ରାଜସ୍ୱ ୨୦ରୁ ୨୨ହଜାର କୋଟି ଟଙ୍କା ରହିଛି ତା’ହେଲେ ରାଜ୍ୟ ସରକାରଙ୍କ ଦାବି ମଧ୍ୟ ସମାନୁପାତିକ ହେଉନି କାହିଁକି? ରାଜ୍ୟ ପାଇଁ ରେଳ ଅନୁଦାନ ଦାବି କରିବା ସମୟରେ ଅନ୍ୟ ରାଜନୀତିକ ଦଳ ଓ ବୁଦ୍ଧିଜୀବୀମାନଙ୍କ ସହ ବିଚାରବିମର୍ଶ କରିବାକୁ କିଏ ରାଜ୍ୟ ସରକାରଙ୍କୁ ମନା କରିଛି? ଏବେ କେନ୍ଦ୍ର ସରକାର ଓଡ଼ିଶାକୁ ରେକର୍ଡ ପରିମାଣର ରେଳ ଅନୁଦାନ ଆବଂଟନ କରିବା ପରେ ବିଜେଡିକୁ ଦୀର୍ଘ ବର୍ଷ ପରେ ଏହି ରେଳବାଇ କ୍ଷେତ୍ରରେ ଅବହେଳା କଥା ମନେପଡ଼ିଛି। ଯଦିଓ ବିଜେଡିର ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଏବେ ରେଳ ମନ୍ତ୍ରୀ ଅଛନ୍ତି? ଶାସକ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କେବେ ତାଙ୍କୁ ଭେଟି ଏନେଇ ଅଭିଯୋଗ କରିଛନ୍ତି କି? ଏସବୁ ପ୍ରଶ୍ନ ହିଁ ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story