Advertisment

ବିଜେପି ଉପରେ ବର୍ଷିଲେ ନବୀନ: କହିଲେ-ବିକାଶର ମିଥ୍ୟା ଚିତ୍ର ପ୍ରମୋଟ କରି ବିଭ୍ରାନ୍ତ କରୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ପ୍ରତି ବଦଳୁଛି ବିଜେଡିର ଆଭିମୁଖ୍ୟ। ଏଣିକି ଆଉ ନରମ ନୁହେଁ, କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିକାଶର ମିଥ୍ୟା ଚିତ୍ରକୁ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା କହି ବିଜେଡି ପଦଯାତ୍ରାରେ କେନ୍ଦ୍ର ଉପରେ ପୁଣି ବର୍ଷିଛନ୍ତି ନବୀନ। ସେପଟେ ସିବିଆଇ ତଦନ୍ତ ପ୍ରସଙ୍ଗରେ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକଙ୍କୁ ବିଜେଡି ଟାର୍ଗେଟ କରିଛି।

ଆଗରୁ ମାପିଚୁପି କେନ୍ଦ୍ରକୁ ସମାଲୋଚନା କରୁଥିଲେ ନବୀନ। ଏବେ ସିଧାସଳଖ ଆକ୍ରମଣ କରୁଛନ୍ତି। ଜନସଂପର୍କ ପଦଯାତ୍ରାରେ ନାଁ ନନେଇ ବିଜେପି ଉପରେ ଖୁବ୍ ବର୍ଷିଥିଲେ ନବୀନ। ସେ କହିଛନ୍ତି-“ଜାତୀୟ ରାଜନୀତି ପାଇଁ ବାରମ୍ବାର ଓଡ଼ିଶାକୁ ନିରାଶ ହେବାକୁ ପଡୁଛି। ବିଜେପିର ନାଁ ନନେଇ ଦେଶର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରି ଦଳ ନିଜ ସ୍ୱାର୍ଥ ପାଇଁ କାମ କରୁଛି। ବିକାଶର ମିଥ୍ୟା ଚିତ୍ରକୁ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି। ଓଡ଼ିଶାବାସୀ ସେମାନଙ୍କ ମିଛକୁ କେବେ ଗ୍ରହଣ କରିନାହାନ୍ତି କି ଆଗକୁ ଗ୍ରହଣ କରିବେ ନାହିଁ।”

ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ପ୍ରକୃତରେ ବିକାଶ ହୋଇଛି କି ନାହିଁ ସେନେଇ ଥରେ ଚର୍ଚ୍ଚା ହେଉ। ଯଦି ନବୀନବାବୁଙ୍କୁ ଓଡ଼ିଶା ପ୍ରଦେଶ ପ୍ରତି ସହାନୁଭୁତି ରହିଛି, ତାହାହେଲେ ବିତର୍କକୁ ଆସନ୍ତୁ।”

ପଞ୍ଚାୟତ ନିର୍ବାଚନ ପରଠୁ ରାଜ୍ୟ ବିଜେପି ଓ ବିଜେଡି ମଧ୍ୟରେ ଲାଗି ରହିଛି ଛକାପଞ୍ଝା। ଦୁଇ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ଏସବୁ ଭିତରେ ଚିଟ୍‌ଫଣ୍ଡ ଦୁର୍ନୀତିରେ ଫସିଥିବା ବିଧାୟକ ଓ ସାଂସଦଙ୍କ ମୁଖା ଖୋଲିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର୍ ଦେଇଥିବା ମନ୍ତବ୍ୟର ବିଜେଡି ଜୋରଦାର ବିରୋଧ କରିଛି। ଆଜି ଦଳ ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ରମନ୍ତ୍ରୀ ଜାଭଡେକରଙ୍କୁ ସିବିଆଇର ମୁଖପାତ୍ର କି ବୋଲି ପ୍ରଶ୍ନ କରିଥିଲେ। ରାଜନୈତିକ ଉଦ୍ଦ୍ୟେଶରେ ସିବିଆଇକୁ ବ୍ୟବହାର କରାଯାଉଥିବା ମଧ୍ୟ ସେ ଅଭିଯୋଗ ଆଣିଥିଲେ।

author-image
Ordigital Desk