Advertisment

ଧିମେଇଛି ବିଜେଡିର ସଭ୍ୟ ସଂଗ୍ରହ, ପଦଯାତ୍ରାକୁ ନେଇ ଅନିଶ୍ଚିତତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଏବେ ମନ୍ଥର ଗତିରେ ଚାଲିଛି। ଏପଟେ ବିଜେପୁର ଉପନିର୍ବାଚନ ଓ ଦଶହରା ପୂଜା ଯୋଗୁ ଅକ୍ଟୋବର ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ପଦଯାତ୍ରାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ଏହି କାରଣରୁ ଦଳ ଉଭୟ ସଭ୍ୟ ସଂଗ୍ରହ ଅଭିଯାନ ଓ ପଦଯାତ୍ରା ଅବଧିକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି। ଖୁବଶୀଘ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

ବିଜେଡି ସଭ୍ୟ ସଂଗ୍ରହ ଆରମ୍ଭ: ନବୀନ ହେଲେ ପ୍ରଥମ ସଭ୍ୟ

naveen-patnaik-is-the-first-member-of-bjd

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଏବେ ମନ୍ଥର ଗତିରେ ଚାଲିଛି। ଏପଟେ ବିଜେପୁର ଉପନିର୍ବାଚନ ଓ ଦଶହରା ପୂଜା ଯୋଗୁ ଅକ୍ଟୋବର ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ପଦଯାତ୍ରାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ଏହି କାରଣରୁ ଦଳ ଉଭୟ ସଭ୍ୟ ସଂଗ୍ରହ ଅଭିଯାନ ଓ ପଦଯାତ୍ରା ଅବଧିକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି। ଖୁବଶୀଘ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବର୍ଦ୍ଧିତ ଅବଧି ସମ୍ପର୍କରେ ଘୋଷଣା କରିବେ ବୋଲି ଜଣାପଡ଼ିଛି । ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କିଛି ସମୟ ପାଇଁ ରହି କେତେକ ଜିଲ୍ଲାର ସଭ୍ୟ ସଂଗ୍ରହ ଅଭିଯାନର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ।

Advertisment

ଆଜି ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ଦଳର ସଭ୍ୟ ସଂଗ୍ରହ ଅଭିଯାନର ଅଗ୍ରଗତି ଓ ପଦଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନ ଦାୟିତ୍ୱରେ ଥିବା କମିଟିର ସମସ୍ତ ୭ଜଣ ସଂଯୋଜକ, ଦଳର ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ, ସମସ୍ତ ଛାମୁଆ ସଂଗଠନର ମୁଖ୍ୟମାନେ ସାମିଲ ହୋଇଥିଲେ। ତେବେ ବୈଠକରେ ସାମିଲ ପାଇଁ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ରଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ସେ କିମ୍ବା ଛାତ୍ର ସଂଗଠନରୁ କେହି ସାମିଲ ହୋଇନଥିଲେ।

ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ଉପସଭାପତି ତଥା ସଭ୍ୟ ସଂଗ୍ରହ ଅଭିଯାନର ସଂଯୋଜକ ଦେବୀପ୍ରସାଦ ମିଶ୍ର କହିଥିଲେ ଯେ, ବୈଠକରେ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଆଲୋଚନା ହୋଇଛି। ଦଶହରା ପୂଜା ଯୋଗୁ ପଦଯାତ୍ରା ସମୟ ବଢ଼ାଇବା ପାଇଁ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନେ ଏହି ବୈଠକରେ ଦଳର ସଭାପତିଙ୍କୁ ଅନୁରୋଧ କରିଛନ୍ତି।ସେହିପରି ଦଳର ମୁଖପାତ୍ର ତଥା ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ପଦଯାତ୍ରାବେଳେ ରାଜ୍ୟ ସରକାରଙ୍କ ଗତ ୩ମାସର କାର୍ଯ୍ୟ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଯିବ। ବିଶେଷକରି ଫାଇଭ୍-ଟି, ମୋ ସରକାର ଓ ପୁରୀରେ ଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଲୋକମାନଙ୍କୁ ସୂଚନା ଦିଆଯିବ।

Advertisment

ଏପଟେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସକ୍ରିୟ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ପ୍ରତି ନେତାମାନଙ୍କ ଆନ୍ତରିକତା ଦେଖାଉନଥିବାରୁ ଏଥିରେ ବିଶେଷ ଅଗ୍ରଗତି ହୋଇପାରିନି। ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବାର ୨୫ଦିନ ବିତିଯାଇଥିଲେ ମଧ୍ୟ କେବଳ ୫-୬ଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ କୌଣସି ସାଂଗଠନିକ ଜିଲ୍ଲାରୁ ସକ୍ରିୟ ସଭ୍ୟଙ୍କ ତାଲିକା ଓ ଦସ୍ତାବିଜ ମିଳିପାରିନି। ଜିଲ୍ଲାସ୍ତରରେ ତୀବ୍ର ଗୋଷ୍ଠୀକନ୍ଦଳ ଯୋଗୁ ଏହି ସାଂଗଠନିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିଶେଷକରି ପ୍ରଥମେ ପଞ୍ଚାୟତ ଓ ପୌରାଞ୍ଚଳରେ ୱାର୍ଡସ୍ତରରେ ସକ୍ରିୟ ସଭ୍ୟ ସଂଗ୍ରହ ପାଇଁ ଦଳ ନିର୍ଦ୍ଦେଶ ଦେଇଥିବାବେଳେ ସେମାନଙ୍କର ଡାଟାବେସ୍ ପ୍ରସ୍ତୁତ ହୋଇପାରିନି। ତା’ଛଡ଼ା ଚଳିତଥର ବିଜେଡି ସମସ୍ତ ସଭ୍ୟଙ୍କର ଆଧାର ନମ୍ବରକୁ ବାଧ୍ୟତାମୂଳକ କରିବା ସହ ଡାଟାବେସ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଉଛି। ତେଣୁ ଏହି ସଭ୍ୟ ସଂଗ୍ରହ ଅଭିଯାନକୁ ଅଧିକ ଅକ୍ଟୋବର ୩୧ ତାରିଖ ପରିବର୍ତ୍ତେ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ସମ୍ଭାବନା ରହିଛି।

ସେହିପରି ଦଳୀୟ ପଦଯାତ୍ରା ୨ରୁ ୧୧ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଅଧିକାଂଶ ନେତା ବିଜେପୁର ଉପନିର୍ବାଚନ ପ୍ରଚାର ଦାୟିତ୍ୱରେ ରହିବାର ଥିବାରୁ ଏହି ପଦଯାତ୍ରାକୁ ଅନ୍ୟ ଏକ ପର୍ଯ୍ୟାୟରେ ବିଜେପୁର ଭୋଟ୍ ପରେ ଓ ଅକ୍ଟୋବର ୩୧ତାରିଖ ପୂର୍ବରୁ କରାଇବା ପାଇଁ ବିଚାର ଚାଲିଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe