Advertisment

Rajya Sabha Elections: କଂଗ୍ରେସ ସହ ସାମୟିକ ଡିଲ୍ କରିଛି ବିଜେଡି

author-image
Jitendra Garnayak
Santrupta

ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ତଥା ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଦେଇଛନ୍ତି ବଡ଼ ବୟାନ। 

Advertisment

ସେ କହିଛନ୍ତି, ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ସାମୟିକ ଡିଲ୍ ହୋଇଛି। ଆମର କିଛି ବଳକା ଭୋଟ ଅଛି। କଂଗ୍ରେସ ମଧ୍ୟ ଏକାକୀ ପ୍ରାର୍ଥୀ ଦେଇ ରାଜ୍ୟସଭା ପଠାଇ ପାରିବନି। ତେଣୁ ଏହି ଭୋଟ ଗୁଡିକୁ ମିଶାଇ ଓଡ଼ିଶାରୁ ଆଉ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ପଠା ଯାଇପାରିବ କି ବୋଲି ଚିନ୍ତା କରା ଯାଇଥିଲା। ଏ ବିଷୟରେ ଆଲୋଚନା କଲା ପରେ ଆମ ଦଳର ସଭାପତି ନବୀନ ପଟ୍ଟନାୟକ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ। ଆଉ କଂଗ୍ରେସ ତାଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛି।

ସ୍ଵାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ଆଡ଼କୁ ଇଙ୍ଗିତ କରି ସଂତୃପ୍ତ ମିଶ୍ର କହିଛନ୍ତି ଯେ ଆମ ଦଳ ବିଜୁ ଜନତା ଦଳ। ଆମକୁ ବିଜୁ କାର୍ଡ ଖେଳିବାର ଆବଶ୍ୟକତା ନାହିଁ ।

Advertisment

ଅନ୍ୟପକ୍ଷରେ ବିଜେଡି ନିଜ ସ୍ଥିତି ବଞ୍ଚାଇବାକୁ କଂଗ୍ରେସ ସହ ହାତ ମିଳେଇଛି କହି ଟାର୍ଗେଟ କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। 

ସେ କହିଛନ୍ତି, ବିଜେଡିର ପରିସ୍ଥିତି ବର୍ତ୍ତମାନ ଭଲ ନାହିଁ। ବିଜେଡି ତଳକୁ ତଳକୁ ଯାଉଛି। ବିଜେଡିର ଡ଼ଙ୍ଗା ବୁଡୁ ଥିବାରୁ ସାହାରା ପାଇଁ କଂଗ୍ରେସର ହାତ ଧରିଛି।

ମନ୍ତ୍ରୀ ଶ୍ରୀ ବଳ ସାମନ୍ତ କହିଛନ୍ତି, ବିଜେଡି ଏକ ସୁବିଧାବାଦୀ ଦଳ। ଯେଉଁଠି ସୁବିଧା ଦେଖନ୍ତି, ତାଙ୍କ ସହ ରୁହନ୍ତି । ଦୁଇ ଦଳ ଯେତେ ଏକାଠି ହେଲେ ବି ଦୁଇ ଜଣଙ୍କ ଆଦର୍ଶ ଓ ବିଚାରଧାରା କେବେ ବି ଏକ ହୋଇପାରିବ ନାହିଁ।

ବିଜେଡି ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ କମନ୍ କାଣ୍ଡିଡେଟ ଘୋଷଣା କରିଛି। କଂଗ୍ରେସ ତାଙ୍କୁ ସମର୍ଥନ ଘୋଷଣା କରିଛି। ଅନ୍ୟପକ୍ଷରେ ଦିଲୀପ ରାୟ ସ୍ଵାଧୀନ ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ବିଜେପି ସମର୍ଥନ ଘୋଷଣା କରିଛି। ଏଣୁ ଚତୁର୍ଥ ଆସନରେ ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି।