Advertisment

ଫେରାଦ ହେଲା ବିଜେପି: ‘ଏସଏଚଜିଙ୍କୁ ଧରି ଟଙ୍କା ବାଣ୍ଟୁଛି ବିଜେଡି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ସହାୟତାରେ ବିଜେଡି ଅନୈତିକ ଉପାୟରେ ଟଙ୍କା ବାଂଟୁଛି ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ ନିର୍ବାଚନ ସରିବା ପର୍ଯ୍ୟନ୍ତ ଏସଏଚଜି ଗ୍ରୁପର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବାକୁ ଦଳ ଦାବି କରିଛି । ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ, ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ଅତୀତରେ ପୁଲିସ, ଆମ୍ବୁଲାନ୍ସର […]

author-image
Ordigital Desk
ବୁଥ୍ ଭିତରକୁ ଫୋନ୍ ବାରଣ ହେଉ, ସିଇଓଙ୍କୁ ଦାବି କଲା ବିଜେପି

BJP

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ସହାୟତାରେ ବିଜେଡି ଅନୈତିକ ଉପାୟରେ ଟଙ୍କା ବାଂଟୁଛି ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ ନିର୍ବାଚନ ସରିବା ପର୍ଯ୍ୟନ୍ତ ଏସଏଚଜି ଗ୍ରୁପର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବାକୁ ଦଳ ଦାବି କରିଛି ।

Advertisment

ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ, ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ଅତୀତରେ ପୁଲିସ, ଆମ୍ବୁଲାନ୍ସର ସହାୟତାରେ ଟଙ୍କା ବାଂଟୁଥିବାର ଅନେକ ନଜିର ଅତୀତରେ ଦେଖିବାକୁ ମିଳିଛି । ଏବେ ଆଉ ଗୋଟିଏ ପାଦ ଆଗେଇ ଆସି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ (ଏସଏଚଜି) ସହାୟତାରେ ବିଜେଡି ଅନୈତିକ ଉପାୟରେ ବ୍ୟାପକ ଟଙ୍କା ବାଂଟୁଛି । ଏହା ଦ୍ୱାରା ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଆଦୌ ସମ୍ଭବ ନୁହେଁ । ତେଣୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏଁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଏସ୍‌ଏଚ୍‌ଜି ଗ୍ରୁପର ବ୍ୟାଙ୍କ ଆକାଉଂଟକୁ ଫ୍ରିଜ କରାଯିବାକୁ ବିଜେପି ଦାବି କରୁଛି ।

କେବଳ ସେତିକି ନୁହେଁ ଧାମନଗର ବିଧାନସଭା ମଣ୍ଡଳୀରେ କାର୍ଯ୍ୟରତ ଏମବିକେ, ସିଆରପି ଭଳି ସରକାରୀ କର୍ମଚାରୀମାନଙ୍କୁ ବିଜେଡି କ୍ଷମତାର ଅପବ୍ୟବହାର କରି ଭୋଟରଙ୍କୁ ଟଙ୍କା ବାଂଟିବାର କାର୍ଯ୍ୟରେ ନିୟୋଜିତ କରୁଛି । ଶାସକ ବିଜେଡି ମିଶନଶକ୍ତି ଜରିଆରେ ଏମବିକେ ଓ ସିଆରପିମାନଙ୍କୁ ଲଗାଇ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ସମ୍ମିଳନୀ କରାଇ ଭୋଟ୍ ପାଇଁ ପ୍ରଭାବିତ କରୁଛି । ଗତ ପଂଚାୟତ, ପୌର ନିର୍ବାଚନ ଓ ବ୍ରଜରାଜନଗର ସମୟରେ ଏଭଳି ଅନେକ ଘଟଣାମାନ ସାମ୍ନାକୁ ଆସିଥିଲା ଏବଂ ଏ ସଂପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିଲା ନାହିଁ। ବରଂ ନିରବଦ୍ରଷ୍ଟା ସାଜି ଶାସକ ବିଜେଡି ସପକ୍ଷରେ ଭୋଟ୍ କରାଇବା କାର୍ଯ୍ୟରେ ଏସଏଚଜି କର୍ମଚାରୀଙ୍କୁ ଅଧିକ ପ୍ରୋତ୍ସାହିତ କରାଯାଇଥିଲା । ତେଣୁ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ ଆୟୋଗ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ଦାବି କରିଛି ।

Advertisment

ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଜୟନ୍ତ ଜେନା ଓ ସୁଜିତ କୁମାର ଦାସ ପ୍ରମୁଖ ସାମିଲ ଥିଲେ ।