ଇଂରେଜ ଶାସନର ଭ୍ରମ ସୃଷ୍ଟି କରାଉଛି ବିଜେଡି, ଦମନ ଓ ବିଭାଜନ ହୋଇଛି ମୁଖ୍ୟ ଅସ୍ତ୍ର

ଭୁବନେଶ୍ୱର(ପ୍ରକାଶ ସେଠୀ): ଶାସକ ବିଜେଡି ସରକାର ଏବେ ‘ଦମନ ଓ ବିଭାଜନ’କୁ ମୁଖ୍ୟ ଅସ୍ତ୍ର କରି ରାଜ୍ୟରେ ନିରଙ୍କୁଶ ଶାସନ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଆଶଙ୍କା ସୃଷ୍ଟି ହୋଇଛି।ଗଣତାନ୍ତ୍ରିକ ଉପାୟରେ ହକ୍ ପାଇଁ ଲଢ଼ୁଥିବା ସମାଜର ବିଭିନ୍ନ ବର୍ଗ ମଧ୍ୟରେ ବିଭାଜନ ଏବଂ ରାଜନୀତିକ ବିରୋଧୀଙ୍କୁ ଦମନ କରିବା ଭଳି ପଦକ୍ଷେପ ନେଇ ଇଂରେଜ ଶାସନର ଭ୍ରମ ସୃଷ୍ଟି ପାଇଁ ଶାସକ ଦଳ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଆତ୍ମସମ୍ମାନ ପାଇଁ ଆନ୍ଦୋଳନରତ ଓକିଲଙ୍କ ମଧ୍ୟରେ […]

puri-strike final

puri-strike final

Sampad Mahapatra
  • Published: Monday, 29 October 2018
  • Updated: 29 October 2018, 09:54 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ଶାସକ ବିଜେଡି ସରକାର ଏବେ ‘ଦମନ ଓ ବିଭାଜନ’କୁ ମୁଖ୍ୟ ଅସ୍ତ୍ର କରି ରାଜ୍ୟରେ ନିରଙ୍କୁଶ ଶାସନ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଆଶଙ୍କା ସୃଷ୍ଟି ହୋଇଛି।ଗଣତାନ୍ତ୍ରିକ ଉପାୟରେ ହକ୍ ପାଇଁ ଲଢ଼ୁଥିବା ସମାଜର ବିଭିନ୍ନ ବର୍ଗ ମଧ୍ୟରେ ବିଭାଜନ ଏବଂ ରାଜନୀତିକ ବିରୋଧୀଙ୍କୁ ଦମନ କରିବା ଭଳି ପଦକ୍ଷେପ ନେଇ ଇଂରେଜ ଶାସନର ଭ୍ରମ ସୃଷ୍ଟି ପାଇଁ ଶାସକ ଦଳ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।

ଆତ୍ମସମ୍ମାନ ପାଇଁ ଆନ୍ଦୋଳନରତ ଓକିଲଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ଓଡ଼ିଶା ହାଇକୋର୍ଟ ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ ଯୋଡ଼ିବା, ପ୍ରାଇସ୍ , ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ପୁଲିସ ଲଗାଇ ଦମନ କରିବା, ରାଜନୀତିକ ବିରୋଧୀଙ୍କୁ ବିଭିନ୍ନ ଢଙ୍ଗରେ ଅପମାନିତ ଓ ହଇରାଣ କରିବା ଭଳି କାର୍ଯ୍ୟକ୍ରମଗୁଡ଼ିକ ବିଜେଡି ଏବେ ହାତକୁ ନେଇଛି। ପରିତାପର ବିଷୟ ଯେ, ରାଜ୍ୟର ଅସ୍ମିତା ଓ ସ୍ୱାଭିମାନ କଥା କହୁଥିବା ବରିଷ୍ଠ ରାଜନେତାମାନେ ଏବେ ରାଜନୀତିକ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ବିଜେଡି ଦ୍ୱାରା ପ୍ରସ୍ତୁତ ହୋଇଥିବା ସ୍କ୍ରିପ୍ଟକୁ ଗଣମାଧ୍ୟମ ସମ୍ମୁଖରେ ଗାଇବାରେ ଲାଗିଛନ୍ତି। ଯାହା ରାଜ୍ୟରେ ସ୍ୱାଧୀନତା ପୂର୍ବର ଇଂରେଜ ଶାସନ ଅବା ଇନ୍ଦିରା ଗାନ୍ଧିଙ୍କ ଅମଳର ଜରୁରୀ ପରିସ୍ଥିତି ଭଳି ଭ୍ରମ ସୃଷ୍ଟି କଲାଣି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ନିରଙ୍କୁଶ ଶାସନ ବଜାୟ ରଖିବା ଲକ୍ଷ୍ୟରେ ଗତ କିଛିମାସ ଧରି ବିଜେଡି ସରକାର ଗଣତାନ୍ତ୍ରିକ ଉପାୟରେ ଚାଲିଥିବା ଆନ୍ଦୋଳନଗୁଡ଼ିକୁ ଦମନ କିମ୍ବା ବିଭାଜନ କରି ସେଗୁଡ଼ିକୁ ଦୁର୍ବଳ କରିଦେବାକୁ ପ୍ରୟାସ କରୁଛନ୍ତି। ବିଧାନସଭା ଅଧିବେଶନ ସମୟରେ ଶିକ୍ଷକ ଅବା ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ ହେଉ କିମ୍ବା ଏବେ ଚାଷୀ ଓ ଓକିଲଙ୍କ ଆନ୍ଦୋଳନ। ସମାଜର ବିଭିନ୍ନ ବର୍ଗର ଲୋକମାନେ ନ୍ୟାୟ ହାସଲ ଲକ୍ଷ୍ୟରେ ଯେଉଁ ଆନ୍ଦୋଳନ କରୁଛନ୍ତି ତାକୁ ଦୁର୍ବଳ କରିବା ପାଇଁ ପ୍ରଥମେ ବିଭାଜନ ଓ ପରେ ଦମନ ନୀତିକୁ ସରକାର ଆପଣାଇଛନ୍ତି। ପୂର୍ବରୁ ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ସେହି ସଂଘରେ ଫାଟ କରି ଗୋଟିଏ ଗୋଷ୍ଠୀକୁ ବିଜେଡି ସହ ମିଶାଇଥିବା ସରକାର ଗତ କିଛିମାସ ପୂର୍ବରୁ ବିଭିନ୍ନ ବର୍ଗର କର୍ମଚାରୀଙ୍କ ପ୍ରତି ମଧ୍ୟ ସେଭଳି ନୀତି ଆପଣାଇଛନ୍ତି।

ରାଜ୍ୟରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳୀୟ ସାଂସଦ ଭାବେ ନିର୍ବାଚିତ କରାଇ ରାଜ୍ୟରେ ଚାଷୀ ଆନ୍ଦୋଳନକୁ ସରକାର କିଛି ଦିନ ପାଇଁ ଦୁର୍ବଳ କରିବାରେ ସକ୍ଷମ ହୋଇଥିଲେ। ଏବେ ପୁଣିଥରେ ରାଜ୍ୟବ୍ୟାପୀ ଚାଷୀମାନେ ହକ୍ ପାଇଁ ଲଢ଼େଇ କରିବାକୁ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ପୁଲିସ ଲଗାଇ ସେମାନଙ୍କୁ ଦମନ ନିମନ୍ତେ ସରକାର ଉଦ୍ୟମ କରିଛନ୍ତି। ଭୁବନେଶ୍ୱରରେ ସମାବେଶ ପାଇଁ ଆସୁଥିବା ଚାଷୀଙ୍କୁ ଜଗତସିଂହପୁର, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପୁଲିସ ଲଗାଇ ବଳପୂର୍ବକ ଅଟକ ରଖାଯାଇଛି।

ସେହିପରି ଓକିଲ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ଼ମାରିବା ଘଟଣାର ପ୍ରତିବାଦରେ ଗତ ଅଗଷ୍ଟ ୨୯ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ଓକିଲ ଆନ୍ଦୋଳନକୁ ପ୍ରଶମିତ କରିବା ପରିବର୍ତ୍ତେ ସରକାର ସେଥିରେ ବି ବିଭାଜନର କାର୍ଡ ଖେଳିଛନ୍ତି। ବିଦ୍ୱେଷର ମଞ୍ଜିବୁଣି ଓକିଲଙ୍କ ଏକଜୁଟତାରେ ଫାଟ କରାଇଛନ୍ତି। ୨ମାସ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ୟ ଦିନଟିଏ ସେହି ଓକିଲମାନଙ୍କ ସହ ଆଇନ ମନ୍ତ୍ରୀ କିମ୍ବା ଆଇନ ସଚିବ ଆଲୋଚନା କରି ସମାଧାନର ବାଟ ଖୋଜିଲେନି, ଓଲଟା ଓକିଲଙ୍କ ମଧ୍ୟରେ କଳିମଞ୍ଜି ବୁଣି ସେମାନଙ୍କ ଅବିଶ୍ୱାସର ଏକ ବାତାବରଣ ସୃଷ୍ଟି କରିଛନ୍ତି।

ଓକିଲ ଆନ୍ଦୋଳନରେ ବିଜେଡିର ରାଜନୀତିକରଣ ଯୋଗୁ ଆଜି ଓଡ଼ିଶା ହାଇକୋର୍ଟ ପରିସରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଓକିଲମାନଙ୍କ ମଧ୍ୟରେ ପରସ୍ପର ଭିତରେ ଧସ୍ତାଧସ୍ତି ଓ ବୟାନବାଜି ଯୋଗୁ ନ୍ୟାୟପାଳିକାର ବିଶ୍ୱସନୀୟତା ଓ ମର୍ଯ୍ୟାଦାକୁ ମଧ୍ୟ ସଙ୍କଟ ଭିତରକୁ ଠେଲି ଦିଆଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା, ଓକିଲମାନେ ହାଇକୋର୍ଟ ପରିସରରେ ଆନ୍ଦୋଳନ କରୁଥିବାବେଳେ ହାଇକୋର୍ଟ ବାହାରେ ୨୫ ପ୍ଲାଟୁନ୍ ପୁଲିସ ଫୋର୍ସକୁ ମୁତୟନ କରି ସରକାର ନିଜର ଦମନ ନୀତିର ଆଉ ଏକ ଝଲକ ଦେଖାଇଛନ୍ତି।

ଏ ତ ଗଲା ଗଣତନ୍ତ୍ର ଉପାୟରେ ଲଢ଼ୁଥିବା ବିଭିନ୍ନ ଗୋଷ୍ଠୀ ଓ ସଂଗଠନ ପ୍ରତି ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରର ଆଭିମୁଖ୍ୟ କଥା । ସେହିପରି ବିଜେଡି ସରକାରର ବିଭିନ୍ନ କାର୍ଯ୍ୟକୁ ବିରୋଧ ବା ସମାଲୋଚନା କରୁଥିବା ରାଜନେତାଙ୍କ ପ୍ରତି କିଭଳି ଦମନମୂଳକ ପଦକ୍ଷେପ ନିଆଯାଉଛି, ତା’ର ଉଦାହରଣ ଏବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ଖାରବେଳ ସ୍ୱାଇଁଙ୍କ କ୍ଷେତ୍ରରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି।

ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ବିରୋଧରେ ସ୍ୱର ଉଠାଇ ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କୁ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଆଳିରେ ବିଜେଡି କର୍ମୀମାନେ ତାଙ୍କ ସହ ଧସ୍ତାଧସ୍ତି କରିବା ସହ ତାଙ୍କୁ ବଳପୂର୍ବକ ନେଇ ଗାଡ଼ିରେ ବସାଇ ଦେଇଥିଲେ। ଲୋକଙ୍କୁ ନିଜ କଥା କହିବାକୁ ସୁଯୋଗ ତାଙ୍କୁ ମିଳିନଥିଲା । ଏପରିକି ପୁଲିସରେ ଅଭିଯୋଗ କଲେ ମଧ୍ୟ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ସାହସ ଜୁଟାଇ ପାରୁନି।

ସେହିପରି ଦୁର୍ନୀତି, ଅମଲାତନ୍ତ୍ରୀ ଓ ସ୍ୱେଚ୍ଛାଚାରୀ ଶାସନ ସମ୍ପର୍କରେ ସ୍ୱର ଉଠାଇ ନବୀନ ପଟ୍ଟନାୟକ ସରକାରର ଆକ୍ରୋଶର ଶିକାର ହୋଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଉଦ୍ଦେଶ୍ୟମୂଳକ ଭାବେ ୪୨ଦିନ ପର୍ଯ୍ୟନ୍ତ ତାଙ୍କର ୩ଟି ହେଲିକପ୍ଟର ଓ ହାଙ୍ଗରକୁ ସିଲ୍ କରିବା ଏବଂ ଡିଜିସିଏ କ୍ଲିନଚିଟ୍ ସତ୍ତ୍ୱେ ଅଧିକ ଖୋଳତାଡ଼ ନାଁରେ ଆଜି ପୁଣିଥରେ ତିନୋଟିରୁ ଗୋଟିଏ ହେଲିକପ୍ଟର ସିଲ୍ କରି ରଖିବା ଭଳି ପଦକ୍ଷେପ ନେଇ ପୁଲିସ ନିଜର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି।

କେବଳ ସେତିକି ନୁହେଁ ସରକାରୀ ଅର୍ଥରେ ଓ ଦଳୀୟ ଫାଇଦା ହାସଲ ଉଦ୍ଦେଶ୍ୟରେ ଅନାବଶ୍ୟକ ‘ବିଜୁ ଯୁବ ବାହିନୀ’ ଗଠନ କରି ଏହାକୁ ନିଜର ରାଜନୀତିକ ପ୍ରତିପକ୍ଷଙ୍କ ବିରୋଧରେ ଉପଯୋଗ କରିବା ଭଳି ହୀନ କାର୍ଯ୍ୟରେ ମଧ୍ୟ ଲିପ୍ତ ରହିବାକୁ ବିଜେଡି ସରକାର ପଛାଉ ନାହିଁ।

ଏପଟେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରୁଥିବା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନିଜର ଆଭିମୁଖ୍ୟ ବଦଳାଇ ଓକିଲ ଆନ୍ଦୋଳନ ପାଇଁ ଓକିଲଙ୍କୁ ଦାୟୀ କରିଛନ୍ତି । ମୁଖ୍ୟମନ୍ତ୍ରୀ କିମ୍ବା ସରକାର ବିରୋଧରେ ପଦୁଟିଏ ନକହିବା ମଧ୍ୟ ଏବେ ସରକାରଙ୍କ ପ୍ରତି ଥିବା ତାଙ୍କର ଭୟକୁ ପଦାରେ ପକାଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos