ବିଜେଡି ସରକାରର ମିଲର ପ୍ରୀତି: ବାକି ପଡ଼ିଛି ୯୩ କୋଟି, ଆଦାୟ ହୋଇପାରୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୯ବର୍ଷ ମଧ୍ୟରେ ମୋଟ ୫୨ଟି ମିଲର ନିଜର ଦାୟିତ୍ୱରେ ଖିଲାପ କରିଥିଲେ ମଧ୍ୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇପାରିନାହାନ୍ତି । ଏପରିକି ସେମାନଙ୍କ ଉପରେ ଥିବା ୯୩.୦୪କୋଟି ଟଙ୍କା ଆଦାୟ ମଧ୍ୟ କରିନାହାନ୍ତି । ଯାହାକି ମିଲରମାନଙ୍କ ସହ ବିଜେଡି ସରକାରର ଲୁଚାଛପା ପ୍ରୀତିକୁ ପଦାରେ ପକାଇଛି । ଆଜି ବିଧାନସଭାରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ପ୍ରଶ୍ନ […]

paddy

paddy

Ordigital Desk
  • Published: Wednesday, 30 March 2022
  • Updated: 31 March 2022, 12:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୯ବର୍ଷ ମଧ୍ୟରେ ମୋଟ ୫୨ଟି ମିଲର ନିଜର ଦାୟିତ୍ୱରେ ଖିଲାପ କରିଥିଲେ ମଧ୍ୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇପାରିନାହାନ୍ତି । ଏପରିକି ସେମାନଙ୍କ ଉପରେ ଥିବା ୯୩.୦୪କୋଟି ଟଙ୍କା ଆଦାୟ ମଧ୍ୟ କରିନାହାନ୍ତି । ଯାହାକି ମିଲରମାନଙ୍କ ସହ ବିଜେଡି ସରକାରର ଲୁଚାଛପା ପ୍ରୀତିକୁ ପଦାରେ ପକାଇଛି

ଆଜି ବିଧାନସଭାରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ପ୍ରଶ୍ନ ଲିଖିତ ଉତ୍ତରରେ କହିଛନ୍ତି ଯେ, ଗତ ୯ବର୍ଷ ମଧ୍ୟରେ ୫୨ଟି ମିଲର ଦାୟିତ୍ୱରେ ଖିଲାପ କରି ସରକାରଙ୍କୁ ଚାଉଳ ଫେରସ୍ତ ଦେଇପାରିନାହାନ୍ତି । ଚାଉଳ ଯୋଗାଣରେ ଅପାରଗତା ପ୍ରଦର୍ଶନକାରୀ କୌଣସି ସଂସ୍ଥାକୁ ଧାନ ସଂଗ୍ରହ ଓ ଚାଉଳ ଯୋଗାଣର ଦାୟିତ୍ୱ ଦିଆଯାଇ ନାହିଁ । ୨୦୧୨-୧୩ ଖରିଫ ଋତୁରୁ ୨୦୧୬-୧୭ ଖରିଫ ଋତୁ ମଧ୍ୟରେ ଏହି ମିଲରମାନେ ଦାୟିତ୍ୱ ଖିଲାପ କରିଛନ୍ତି । ସେମାନେ ମୋଟ ୮୫୦୯୨ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିଛନ୍ତି । ଯାହାର ପରିମାଣ ପ୍ରାୟ ୧୩୦ କୋଟି ୮ଲକ୍ଷ ୮୪ହଜାର ୫୩୮ଟଙ୍କା ହେବ । ଏଥିରୁ ସେମାନଙ୍କଠୁ ୩୭.୦୪ କୋଟି ଟଙ୍କା ଆଦାୟ କରାଯାଇ ଥିବାବେଳେ ବାକି ୯୩.୦୪ କୋଟି ଟଙ୍କା ଏବେବି ସେମାନଙ୍କ ଉପରେ ପଡ଼ି ରହିଛି ।

ସେମାନଙ୍କ ନାଁରେ ଯଦିଓ ସରକାର ଅପରାଧିକ ଓ ସିଭିଲ୍ ମାମଲା ରୁଜୁ କରିଛନ୍ତି, କିନ୍ତୁ ଏହି ଅର୍ଥ କିଭଳି ଆଦାୟ ହୋଇପାରିବ ଓ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ସେ ନେଇ କୌଣସି ଆନ୍ତରିକତା ଦେଖାଉନଥିବା ଜଣାପଡ଼ିଛି । କେବଳ ସେମାନଙ୍କୁ ଧାନ ସଂଗ୍ରହ ଓ ଚାଉଳ ଯୋଗାଣର ଦାୟିତ୍ୱ ଦିଆଯାଇ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos