Advertisment

ବିଜେଡିରେ ଗୋଷ୍ଠୀ କନ୍ଦଳ! ଦୁଇ ନେତାଙ୍କ ସମର୍ଥକ ମୁହାଁମୁହିଁ

କରଞ୍ଜିଆ(ଦୀପକ ମହନ୍ତ): ତେଜିବାରେ ଲାଗିଛି ବିଜେଡିର ଗୋଷ୍ଠୀ କନ୍ଦଳ। କରଞ୍ଜିଆରେ ମୁହାଁମୁହିଁ ହୋଇଛନ୍ତି ଦୁଇ ବିଜେଡି ନେତାଙ୍କ ସମର୍ଥକ। ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ ସମର୍ଥକଙ୍କୁ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ ସମର୍ଥକ ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। ସେପଟେ ବିଧାୟିକାଙ୍କ ସମର୍ଥକଙ୍କ ପକ୍ଷରୁ  ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ଦୁଇ ସମର୍ଥକଙ୍କ ନାଁରେ ଥାନାରେ ପାଲଟା ଏତଲା ଦିଆଯାଇଛି। ପ୍ରଶାନ୍ତ କୁମାର ବେହାରଙ୍କ ସମର୍ଥକଙ୍କ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବିଜେଡିରେ ଗୋଷ୍ଠୀ କନ୍ଦଳ! ଦୁଇ ନେତାଙ୍କ ସମର୍ଥକ ମୁହାଁମୁହିଁ

BJD-1

କରଞ୍ଜିଆ(ଦୀପକ ମହନ୍ତ): ତେଜିବାରେ ଲାଗିଛି ବିଜେଡିର ଗୋଷ୍ଠୀ କନ୍ଦଳ। କରଞ୍ଜିଆରେ ମୁହାଁମୁହିଁ ହୋଇଛନ୍ତି ଦୁଇ ବିଜେଡି ନେତାଙ୍କ ସମର୍ଥକ। ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ ସମର୍ଥକଙ୍କୁ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ ସମର୍ଥକ ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। ସେପଟେ ବିଧାୟିକାଙ୍କ ସମର୍ଥକଙ୍କ ପକ୍ଷରୁ  ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ଦୁଇ ସମର୍ଥକଙ୍କ ନାଁରେ ଥାନାରେ ପାଲଟା ଏତଲା ଦିଆଯାଇଛି।

Advertisment

ପ୍ରଶାନ୍ତ କୁମାର ବେହାରଙ୍କ ସମର୍ଥକଙ୍କ କହିବା ମୁତାବକ, ବିଜେଡି ସରକାରଙ୍କ ଦୀର୍ଘ ୧୫ ବର୍ଷ ଶାସନ କାଳରେ ଆମେ ଦିନେ କେବେ ଏଭଳି ଦାଦାଗିରି ଦେଖେଇ ନଥିଲୁ। ଆଜିତ ଏଭଳି ମୋ ଅବସ୍ଥା ହେଲାଣି, ଏହାକୁ ଦେଖି ଅତୀତରେ ଲୋକେ ଆମକୁ କ'ଣ କହିବେ। ଆମ ଲିଡରଙ୍କ ମାଡ ମାରାଯିଇଛି ବୋଲି ସେ କହିଛନ୍ତି।publive-image

ଅନ୍ୟପଟେ ସେଠାକାର ବିଧାୟିକାଙ୍କୁ ଲୋକେ ପସନ୍ଦ କରୁନାହାନ୍ତି। ଦଳରେ ଥାଇ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ଲୋକଙ୍କୁ ଲୋକେ ପସନ୍ଦ କରୁଛନ୍ତି। ଏଥିଲାଗି ବିଧାୟିକା ନିଜ ଗୁଣ୍ଡମାନଙ୍କୁ ପଠାଇ ଦଳୀୟ ଅଫିସ୍‌କୁ ଡାକି ଆମ ଉପରେ ଆକ୍ରମଣ କରାଯାଇଛି। ବିଧାୟିକାଙ୍କ ଜାଣତରେ ଏହି ଆକ୍ରମଣ ହୋଇଥିବା ଆଉ ଜଣେ ସମର୍ଥକ ଅଭିଯୋଗ ଆଣିଛନ୍ତି।

Advertisment

ସେପଟେ ଏହି ଅଭିଯୋଗକୁ ବିଧାୟିକା ବାସନ୍ତୀ ହେମ୍ବ୍ରମ ଖଣ୍ଡନ କରିଛନ୍ତି। ସେ ଉକ୍ତ ସ୍ଥାନରେ ଉପସ୍ଥିତ ନଥିଲେ କି ଘଟଣା ବିଷୟରେ କିଛି ଜାଣିନାହାନ୍ତି କି ଦେଖିନାହାନ୍ତି। ତାଙ୍କ ଇସାରାରେ ଏହି ଗଣ୍ଡଗୋଳ ହୋଇନାହିଁ। ଅଯଥାରେ ତାଙ୍କ ନାଁକୁ ବଦନାମ କରାଯାଉଥିବା ସେ କହିଛନ୍ତି।