Advertisment

ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି ଚାନ୍ଦା

ଦେଶର ୨୭ଟି ଆଞ୍ଚଳିକ ଦଳ ଅଜଣା ସୂତ୍ରରୁ ୧୧୬୫ କୋଟି ଟଙ୍କା ଚାନ୍ଦା ଆକାରରେ ପାଇଛନ୍ତି। ଦ୍ୱିତୀୟ ସର୍ବାଧିକ ଦଳ ଭାବେ ବିଜେଡି ପାଇଛି ୨୯୧ କୋଟି ଟଙ୍କା। ଶୀର୍ଷରେ ରହିଛି ଡିଏମକେ।

ଅଦ୍ୟତନ ହୋଇଛି
BJD

BJD

Advertisment

ଦେଶରେ ରାଜନୈତିକ ଦଳଗୁଡିକ କେଉଁ ଉତ୍ସରୁ ଟଙ୍କା ପାଆନ୍ତି? କିଏ କେତେ ଚାନ୍ଦା କେଉଁ ଦଳକୁ ଦିଅନ୍ତି ତାକୁ ନେଇ ସର୍ବଦା ଜନସାଧାରଣଙ୍କ ମନରେ ଉତ୍କଣ୍ଠା ରହିଥାଏ। ଏଭଳି ସ୍ଥିତିରେ ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମସ ବା ଏଡିଆର ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ଦେଶରେ ଆଞ୍ଚଳିକ ଦଳଗୁଡିକର ପାଣ୍ଠି ଉତ୍ସକୁ ନେଇ ରିପୋର୍ଟ ପ୍ରକାଶ କରାଯାଇଛି। 

Advertisment

ଏହି ରିପୋର୍ଟରେ ଆଖି ଖୋସି ହେଲା ଭଳି ତଥ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଦେଶର ୨୭ଟି ଆଞ୍ଚଳିକ ଦଳ ଅଜଣା ସୂତ୍ରରୁ ୧୧୬୫ କୋଟି ଟଙ୍କା ଚାନ୍ଦା ଆକାରରେ ପାଇଛନ୍ତି। ଏଥିପାଇଁ ଏଡିଆର ୨୭ଟି ଆଞ୍ଚଳିକ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ଅଡିଟ ରିପୋର୍ଟରୁ ଜଣାଯାଇଛି। ସେଥିରୁ ମାତ୍ର ୧୪୫.୪୨ କୋଟି ଟଙ୍କା ଅର୍ଥାତ୍ ୧୨.୪୭୬ ପ୍ରତିଶତ ଆୟ ଉପରେ ଦାତାଙ୍କ ସମ୍ପର୍କରେ ସୂଚନା ରହିଛି।

ସେହି ଆଞ୍ଚଳିକ ଦଳଗୁଡିକ ମଧ୍ୟରେ ତାମିଲନାଡୁର ଆଞ୍ଚଳିକ ଦଳ ଡିଏମକେ ଶୀର୍ଷରେ ରହିଥିବା ବେଳେ ବିଜେଡି ଦ୍ୱିତୀୟ ସ୍ଥାନରେ ରହିଛି। ଅଜଣା ସୂତ୍ରରୁ ଡିଏମକେ ୩୦୬ କୋଟି ଟଙ୍କା ପାଇଥିବା ବେଳେ ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡି ପାଇଛି ୨୯୧ କୋଟି ଟଙ୍କା ଏବଂ ୧୫୩ କୋଟି ସହ ତେଲେଙ୍ଗାନାର ଆଞ୍ଚଳିକ ଦଳ ଟିଆରଏସ୍ ତୃତୀୟରେ ରହିଛି।

Advertisment
ADRଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି

ଅଜଣା ସୂତ୍ରରୁ ସର୍ବାଧିକ ଚାନ୍ଦା ପାଇଥିବା ଆଞ୍ଚଳିକ ଦଳଗୁଡିକ ମଧ୍ୟରେ ଡିଏମକେ ଶୀର୍ଷରେ ରହିଥିବା ବେଳେ ବିଜେଡି ଦ୍ୱିତୀୟ ସ୍ଥାନରେ ରହିଛି। ଏଡିଆର ରିପୋର୍ଟରୁ ଆହୁରି ଜଣାପଡିଛି ଯେ, ବିଜେଡି ୨୦୨୧-୨୨ ବର୍ଷରେ ମୋଟ ୩୦୭ କୋଟି ଟଙ୍କା ଚାନ୍ଦା ପାଇଛି। ସେଥିରୁ ୯୪.୭୩ ପ୍ରତିଶତ ଅର୍ଥାତ୍ ୧୯୧.୦୯୬ କୋଟି ଟଙ୍କା ଅଜଣା ସୂତ୍ରରୁ ସଂଗ୍ରହ କରିଛି । 

Odisha BjD ADR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe