Advertisment

ମୁଁ ପ୍ରଦୀପ ବାବୁଙ୍କ ଜାଗାରେ ଥିଲେ ଝିଅ ବାହାଘର ପାଇଁ ରାଜି ହୋଇନଥାନ୍ତି: ପ୍ରତାପ ଦେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜନବିରୋଧୀ ସଂଜ୍ଞା ନେଇ ବିଜେଡିରୁ ବିଦା ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଯେଉଁ ପ୍ରଶ୍ନ ପଚାରିଥିଲେ ତା’ର ଉତ୍ତର ଦେଇଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ପ୍ରତାପ କହିଛନ୍ତି ଯେ, ଗଂଜାମ କରୋନାରେ ଯୁଝୁଥିଲା ବେଳେ ପ୍ରଦୀପ ଚାର୍ଟାର୍ଡ ବିମାନରେ ଉଡୁଥିଲେ। ଥରେ କି ଦୁଇଥର ନୁହେଁ ୧୮ଥର ସେ ଚାର୍ଟାର୍ଡ ବିମାନରେ ବୁଲିଥିଲେ। ଚାର୍ଟାର୍ଡ ବିମାନରେ ଯାହା ଖର୍ଚ୍ଚ କଲେ ତାହା ଲୋକଙ୍କ ପଇସା କି ନୁହେଁ ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି। ପ୍ରଦୀପ ୬୮ […]

author-image
Tapas Behera
ଅଦ୍ୟତନ ହୋଇଛି
ମୁଁ ପ୍ରଦୀପ ବାବୁଙ୍କ ଜାଗାରେ ଥିଲେ ଝିଅ ବାହାଘର ପାଇଁ ରାଜି ହୋଇନଥାନ୍ତି: ପ୍ରତାପ ଦେବ

7901

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜନବିରୋଧୀ ସଂଜ୍ଞା ନେଇ ବିଜେଡିରୁ ବିଦା ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଯେଉଁ ପ୍ରଶ୍ନ ପଚାରିଥିଲେ ତା’ର ଉତ୍ତର ଦେଇଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ପ୍ରତାପ କହିଛନ୍ତି ଯେ, ଗଂଜାମ କରୋନାରେ ଯୁଝୁଥିଲା ବେଳେ ପ୍ରଦୀପ ଚାର୍ଟାର୍ଡ ବିମାନରେ ଉଡୁଥିଲେ। ଥରେ କି ଦୁଇଥର ନୁହେଁ ୧୮ଥର ସେ ଚାର୍ଟାର୍ଡ ବିମାନରେ ବୁଲିଥିଲେ। ଚାର୍ଟାର୍ଡ ବିମାନରେ ଯାହା ଖର୍ଚ୍ଚ କଲେ ତାହା ଲୋକଙ୍କ ପଇସା କି ନୁହେଁ ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି।

Advertisment

ପ୍ରଦୀପ ୬୮ ଜଣ ଲୋକଙ୍କ ଠାରୁ ଚାକିରି ନାଁରେ ପଇସା ନେଇଥିବା ଅଭିଯୋଗ ଆସିଛି। ତାର ତଦନ୍ତ ଚାଲିଛି। ଯଦି ସତ ହୁଏ, ତାହା ଜନ ବିରୋଧୀ କାର୍ଯ୍ୟ କି ନୁହେଁ ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି।

ସେହିପରି ପ୍ରତାପ ଆହୁରି କହିଛନ୍ତି ଯେ, ମୁଁ ପ୍ରଦୀପ ବାବୁଙ୍କ ଜାଗାରେ ଥିଲେ ଝିଅ ବାହାଘର ପାଇଁ ରାଜି ହୋଇନଥାନ୍ତି। ଏବେ ସେ ବହୁ କଥା କହୁଛନ୍ତି। ତଦନ୍ତକୁ ପ୍ରତିରୋଧ ପାଇଁ ଏହା ଏକ ବାହାନା।  ପ୍ରଦୀପଙ୍କ ବିରୋଧରେ କିଛି ଷଡ଼ଯନ୍ତ୍ର ହୋଇନି, ଯାହା ତଦନ୍ତରେ ଆସିଲା, ସେ ଅନୁସାରେ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ବିନା ପ୍ରମାଣରେ ପଦକ୍ଷେପ ନେବେନି।  ଆଉ ଓଡ଼ିଶାବାସୀ ମୁର୍ଖ ନୁହଁନ୍ତି ବୋଲି ପ୍ରତାପ କହିଛନ୍ତି।

Advertisment

ଆଗକୁ ପଢନ୍ତୁ :  ଅଭୟକାନ୍ତଙ୍କ ଡ୍ରାଇଭରଙ୍କୁ ଭିଜିଲାନ୍ସ ଜେରା

BjD Bjd Leader Pradeep Panigrahi