Advertisment

‘ଆବାସ’ରୁ ଫାଇଦା : ବାଟ ଓଗାଳିଲା ବିଜେପି, ବିଜେଡି ବିବ୍ରତ

ଆବାସ ଯୋଜନାରେ କେନ୍ଦ୍ର ସରକାର ନିକଟରେ ଆବଂଟନ କରିଥିବା ଆବଂଟନ ହୋଇଥିବା ୯.୫୮ ଲକ୍ଷ ଘରକୁ ଯୋଗ୍ୟ ହିତାଧିକାରୀଙ୍କୁ ଦେବା ନିମନ୍ତେ ବିଜେପି ଦାବି ଓ ଆନ୍ଦୋଳନ ସହ ବ୍ଲକସ୍ତରରେ ଅଧିକ ସକ୍ରିୟତା ଦେଖାଇବା ବିଜେଡିକୁ ଚିନ୍ତାରେ ପକାଇଛି ।

BJP

BJP

Advertisment

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ବଂଟନ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସିଧାସଳଖ ଶାସକ ବିଜେଡିର ଟଙ୍କିକିଆ ଚାଉଳରୁ ରାଜନୀତିକ ଫାଇଦା ନେବାର ବାଟକୁ ବନ୍ଦ କରିଥିବାବେଳେ ଏବେ ‘ଆବାସ’ ଯୋଜନାରେ ରାଜ୍ୟ ବିଜେପିର ଆକ୍ରମଣାକତ୍ମକ ରଣନୀତି ଶାସକ ବିଜେଡିକୁ ଅଡ଼ୁଆରେ ପକାଇ ଦେଇଛି । ଆବାସ ଯୋଜନାରେ କେନ୍ଦ୍ର ସରକାର ନିକଟରେ ଆବଂଟନ କରିଥିବା ଆବଂଟନ ହୋଇଥିବା ୯.୫୮ ଲକ୍ଷ ଘରକୁ ଯୋଗ୍ୟ ହିତାଧିକାରୀଙ୍କୁ ଦେବା ନିମନ୍ତେ ବିଜେପି ଦାବି ଓ ଆନ୍ଦୋଳନ ସହ ବ୍ଲକସ୍ତରରେ ଅଧିକ ସକ୍ରିୟତା ଦେଖାଇବା ବିଜେଡିକୁ ଚିନ୍ତାରେ ପକାଇଛି । ଚାଉଳ ପରେ ଘର ଯୋଜନାରୁ ରାଜନୀତିକ ଫାଇଦା ନେବାର ବାଟ ବନ୍ଦ ହେଉଥିବା ଦେଖି ଶାସକ ବିଜେଡି ଏବେ ସାମ୍ବାଦିକ ସମ୍ମିଳନୀ କରି ନୂଆ ନୂଆ ତଥ୍ୟ ଦେବାରେ ଲାଗିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଆବାସ ଯୋଜନାରେ ୪୦ ପ୍ରତିଶତ ରାଜ୍ୟର ଅଂଶଧନ ଥିବା ଦର୍ଶାଇ ପ୍ରଥମେ ‘ଲୋଗୋ’ ରାଜନୀତି କରିଥିବା ବିଜେଡି ସରକାର ଏବେ ନିଜ ଜାଲରେ ନିଜେ ଫସିଯାଇଛନ୍ତି । ନିଜର ବିଜୁ ପକ୍କାଘର ଯୋଜନାରେ ଘର ଆଂବଟନ ନକରି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ନିଜର ରାଜନୀତିକ ଫାଇଦା ନେଇ ଆସୁଥିଲା । ଏପରିକି ହିତାଧିକାରୀ ଚୟନଠୁ ଆରମ୍ଭ କରି ସବୁକିଛି ପ୍ରଶାସନିକସ୍ତରରେ କରାଇ ନିଜର ରାଜନୀତିକ ଛାପ ରଖୁଥିଲା । କିନ୍ତୁ ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ୯.୫୮ଘର ସଠିକ ହିତାଧିକାରୀଙ୍କୁ ଦେବା ନିମନ୍ତେ ବିଜେପି ଦାବି କରିବା ସହ ଯେଭଳି ସକ୍ରିୟତା ଦେଖାଇଛି ତାହା ବିଜେଡିକୁ ଅଡ଼ୁଆରେ ପକାଇ ଦେଇଛି । ଚାଉଳ ଯୋଜନା ଭଳି ଆବାସ ଯୋଜନା ବି ହାତରୁ ଖସୁଥିବା ତଥା ରାଜନୀତିକ ଫାଇଦା ମିଳିବାର ସମ୍ଭାବନା କ୍ଷୀଣ ଥିବା ଦେଖି ବିଜେଡି ଏବେ ନୂଆ ଦାବି ଦୋହରାଇଛି।

ଆଜି ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାରେ ୧୫ଲକ୍ଷରୁ ଅଧିକ ଘର ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର ମାତ୍ର ୮ଲକ୍ଷ ଘର ମଞ୍ଜୁର କରିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଚଳିତବର୍ଷଠୁ କେନ୍ଦ୍ର ସରକାର ଏହି ଯୋଜନା ବନ୍ଦ କରିବେ ବୋଲି ମଧ୍ୟ ବିଜେଡି ଅଭିଯୋଗ କରିଛି । ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ଯେଉଁ ଗାଇଡଲାଇନ୍ ଅଛି ତାକୁ ନେଇ ମଧ୍ୟ ବିଜେଡି ଆପତ୍ତି ଉଠାଇଛି।

Advertisment

ଅନ୍ୟପକ୍ଷରେ ରାଜ୍ୟ ବିଜେପି ଆଜି ସମସ୍ତ ବ୍ଲକରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଚେତାବନୀ ପତ୍ର ପଠାଇଛି । ବିଜେପି କର୍ମୀମାନେ ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ବିଡିଓଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସାମାଜିକ ଓ ଅର୍ଥନୀତିକ ସର୍ଭେ ରିପୋର୍ଟ ଆଧାରରେ ଆବାସ ହିତାଧିକାରୀ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ସେତେବେଳେ ଓଡ଼ିଶାରେ ମୋଟ ୨୬.୯୫ଲକ୍ଷ ଲୋକ ଘର ପାଇବାକୁ ଯୋଗ୍ୟ ବୋଲି ଦେଇଥିବା ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ସମଗ୍ର ଦେଶ ପାଇଁ ୨.୯୫କୋଟି ଘର ନିର୍ମାଣର ଲକ୍ଷ୍ୟ ରଖିଥିଲେ । ଓଡ଼ିଶାକୁ ୧୮.୩୬ଲକ୍ଷ ଘର ମଞ୍ଜୁର ହୋଇଥିବାବେଳେ ଏବେ ପୁଣି ୮ଲକ୍ଷ ଘର ଆବଂଟନ ହୋଇଛି । ଅବଶ୍ୟ ଫନି ପାଇଁ ଅତିରିକ୍ତ ଘରକୁ କେନ୍ଦ୍ର ସରକାର ହିସାବକୁ ନେଇ ନାହାନ୍ତି । ଏଭଳି ଦେଖିଲେ ଓଡ଼ିଶାକୁ ପ୍ରାୟତଃ ସବୁ ଘର ମଞ୍ଜୁର ହୋଇସାରିଛି । କିନ୍ତୁ ଏବେ ବିଜେଡି ପୁଣି ରାଜନୀତିକ ଫାଇଦା ନେବାକୁ ୧୫ଲକ୍ଷ ଘରର ଆବଶ୍ୟକତାର ନୂଆ ହିସାବ ବାହାର କରିଛି । ବିଜୁ ପକ୍କାଘର ଯୋଜନାକୁ ବନ୍ଦ କରିଦେଇଥିବା ବିଜେଡି ସରକାର କେନ୍ଦ୍ରର ଆବାସ ଯୋଜନାରେ ନିଜର ରାଜନୀତିକ ସ୍ୱାର୍ଥ ପୂତ୍ତି ର୍ ପାଇଁ ଯେଉଁ ଉଦ୍ୟମ କରୁଛି ତାହା ଏବେ ଫେଲ୍ ମାରୁଥିବାରୁ ବିଜେଡି ବ୍ୟସ୍ତବିବ୍ରତ ହୋଇପଡ଼ିଥିବା ଚର୍ଚ୍ଚା। 

BjD Bjp Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe