ନବୀନଙ୍କ ‘ସ୍ୱଚ୍ଛ’ ବ୍ରାଣ୍ଡ୍‌ରେ କଳା ଛିଟା, କଂଗ୍ରେସ ଭଳି ଦଶା ହେବନି ତ ?

ଦୁର୍ନୀତିର ଗନ୍ଧ ବାରି କାର୍ଯ୍ୟାନୁଷ୍ଠାନ କରୁଥିବା ନବୀନ ଏବେ ଦୁର୍ନୀତିର ପୁଳାପୁଳା ପ୍ରମାଣ ସତ୍ତ୍ୱେ ତା’କୁ ହସରେ ଉଡ଼ାଇବାରେ ଲାଗିଛନ୍ତି। ବିଜେପି ପକ୍ଷରୁ ନବୀନଙ୍କ ଏଭଳି ହସକୁ ମୋନାଲିସାର ରହସ୍ୟମୟ ହସ ସହ ତୁଳନା କରାଗଲାଣି। ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଉପରେ ପ୍ରଥମଥର ପାଇଁ ସିଧାସଳଖ ହମ୍‌ଲା ହୋଇଛି। ତା’ପୁଣି ନବୀନଙ୍କ ସହ ଦୀର୍ଘବର୍ଷ ଧରି ସରକାରରେ ମନ୍ତ୍ରୀ ଥିବା ଜଣେ ବରିଷ୍ଠ ନେତା […]

8

8

Mihir Pattnayak
  • Published: Friday, 14 September 2018
  • Updated: 15 September 2018, 10:43 AM IST

Sports

Latest News

ଦୁର୍ନୀତିର ଗନ୍ଧ ବାରି କାର୍ଯ୍ୟାନୁଷ୍ଠାନ କରୁଥିବା ନବୀନ ଏବେ ଦୁର୍ନୀତିର ପୁଳାପୁଳା ପ୍ରମାଣ ସତ୍ତ୍ୱେ ତା'କୁ ହସରେ ଉଡ଼ାଇବାରେ ଲାଗିଛନ୍ତି। ବିଜେପି ପକ୍ଷରୁ ନବୀନଙ୍କ ଏଭଳି ହସକୁ ମୋନାଲିସାର ରହସ୍ୟମୟ ହସ ସହ ତୁଳନା କରାଗଲାଣି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଉପରେ ପ୍ରଥମଥର ପାଇଁ ସିଧାସଳଖ ହମ୍‌ଲା ହୋଇଛି। ତା’ପୁଣି ନବୀନଙ୍କ ସହ ଦୀର୍ଘବର୍ଷ ଧରି ସରକାରରେ ମନ୍ତ୍ରୀ ଥିବା ଜଣେ ବରିଷ୍ଠ ନେତା ତଥ୍ୟ ପ୍ରମାଣ ସହ ଆଣିଛନ୍ତି। ଆଉ ୧୮ ବର୍ଷର ଶାସନ କାଳ ମଧ୍ୟରେ ପ୍ରଥମଥର ପାଇଁ ‘ଦୁର୍ନୀତି’ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ସିଧାସଳଖ ସମ୍ପୃକ୍ତ ଥିବାର ଅଭିଯୋଗ ଆସିବା ପରେ, ତାଙ୍କର ‘ସ୍ୱଚ୍ଛ ଭାବମୂର୍ତ୍ତି'କୁ ମୂଳପୁଞ୍ଜି କରି ନିର୍ବାଚନ ଲଢ଼ୁଥିବା ବିଜେଡି ଏବେ ଚିନ୍ତାରେ ପଡ଼ିଛି।

‘ଦୁର୍ନୀତି’ ଓ ‘ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା’ରେ ଅତିଷ୍ଠ ହୋଇ କଂଗ୍ରେସ ଶାସନକୁ ରାଜ୍ୟବାସୀ ୨୦୦୦ ମସିହା ନିର୍ବାଚନରେ ଯେଭଳି ମୂଳପୋଛ କରିଥିଲେ, ଏବେ ବିଜେଡି ସେହିଭଳି ଭୁଲ୍ ରଣନୀତିରେ ଚାଲି ବିପର୍ଯ୍ୟୟ ଆଡକୁ ମୁହାଇଁଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଦୁର୍ନୀତିର ଗନ୍ଧ ବାରି ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଓ ସ୍ୱଚ୍ଛ ଭାବମୂର୍ତ୍ତିକୁ ଆଧାର କରି ନବୀନ ପଟ୍ଟନାୟକଙ୍କ ଖୁବ୍‌ କମ୍ ଦିନ ମଧ୍ୟରେ ରାଜ୍ୟବାସୀଙ୍କ ଆସ୍ଥାଭାଜନ ହୋଇ ପାରିଥିଲେ। କଲ୍ୟାଣମୂଳକ ଲୋକପ୍ରିୟ ଯୋଜନା ତୁଳନାରେ ନବୀନଙ୍କ ‘ସ୍ୱଚ୍ଛ’ ବ୍ରାଣ୍ଡ ହିଁ ବିଜେଡିର ନିର୍ବାଚନ ଜିଣିବାର ମାପକାଠି ଥିଲା। କିନ୍ତୁ ଏବେ ସେହି ଦୁର୍ନୀତି ହିଁ ନବୀନ ଶାସନକୁ ତଳିତଳାନ୍ତ କରିବାରେ ଲାଗିଛି।

ଯଦିଓ ୧୧୮ ବିଧାୟକଙ୍କ ସଂଖ୍ୟା ଏବଂ ଜାତୀୟସ୍ତରରେ ବିଜେପି ଓ କଂଗ୍ରେସ ନେତୃତ୍ୱଙ୍କ ସହ ଭିତରି ବୁଝାମଣାକୁ ଆଧାର କରି ନବୀନ ପୁଣିଥରେ କ୍ଷମତାସୀନ ହେବାର ବାଟ ଖୋଜୁଛନ୍ତି, ତଥାପି ୨୦୧୯ ନିର୍ବାଚନ ତାଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହେବାକୁ ଯାଉଛି।

ଏସବୁ ଦୁର୍ନୀତି ପ୍ରସଙ୍ଗରେ ଦଳ ଓ ସରକାର ପ୍ରଭାବିତ ହେଉଥିଲେ ମଧ୍ୟ, ତଦନ୍ତ ନକରି ଓଲଟା ଏ ପ୍ରସଙ୍ଗରେ ନବୀନଙ୍କ ରହସ୍ୟଜନକ ନିରବତା ଓ ହସରେ ଉଡ଼ାଇବା ଭଳି ଆଚରଣ ମଧ୍ୟ ସଚେତନ ବିଜେଡି ନେତାମାନଙ୍କୁ ଆଶ୍ଚର୍ଯ୍ୟ କଲାଣି। ଯେଉଁ ଭୁଲ୍ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ କ୍ଷମତାକୁ ଫେରିବା ସମ୍ଭବପର ହୋଇନି, ଏବେ ସେଭଳି ଭୁଲ୍ ବିଜେଡି କରୁଥିବା ଏହି ନେତାମାନେ ଆଶଙ୍କା କଲେଣି।

ଦୁର୍ନୀତିକୁ ଏବେ ନବୀନ ପଟ୍ଟନାୟକ ସରକାର ‘ନୀତି’ କରି ସେ ଦିଗରେ କାର୍ଯ୍ୟ କରୁଥିବାବେଳେ, ଚାରିଆଡ଼େ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ସାଧାରଣ ଲୋକେ ଅତିଷ୍ଠ ହେଲେଣି। ରାଜ୍ୟ ସରକାର ଓ ନେତାମାନଙ୍କ ବିରୁଦ୍ଧରେ ଯେଉଁସବୁ ଦୁର୍ନୀତି ଅଭିଯୋଗ ଆସୁଛି ସେସବୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ହେଉନି, ବରଂ ତାକୁ ଚପାଇ ଦିଆଯାଉଛି।

୬୦୦ କୋଟିର ଡାଲି ଦୁର୍ନୀତି, ଛତୁଆ ଦୁର୍ନୀତି, ଜମି ଦୁର୍ନୀତି, ଶିଳ୍ପ ପ୍ରତିଷ୍ଠା ନାଁରେ ୪ ବିଧାୟକ ଲାଞ୍ଚ ମାଗିବା, ବ୍ଲାକ୍‌ରୋଜ ଜାହାଜ ବୁଡ଼ି, ଡଙ୍କାରୀ ପାହାଡ଼ ଲୁଟ, ପଣ୍ଡା ଇନ୍‌ଫ୍ରା କମ୍ପାନୀରେ ସଚିବ ଓ ନେତାଙ୍କ ଅର୍ଥ ନିବେଶ ଆଦି ଦୁର୍ନୀତି ଅଭିଯୋଗକୁ ଚପାଇ ଦିଆଯାଇଛି।

ଦେଢ଼ ଦଶନ୍ଧି ଧରି ନବୀନଙ୍କ କ୍ୟାବିନେଟ୍ ସହଯୋଗୀ ଥିବା ତଥା ଦୁର୍ନୀତି ଅଭିଯୋଗ ଆଣି ବିଜେଡିରୁ ବିଦା ହୋଇଥିବା ଡାକ୍ତର ଦାମୋଦର ରାଉତ, ରାଜ୍ୟରେ ୭୦୦କୋଟି ଟଙ୍କାର ସମବାୟ ଦୁର୍ନୀତି, ୨୦୦ କୋଟି ଟଙ୍କାର ଚାରା ଦୁର୍ନୀତି, ୩୭ କୋଟି ଟଙ୍କାର ଓମଫେଡ୍ ଦୁର୍ନୀତି, ନେତାଙ୍କର 'ରାମ୍‌କୋ ସିମେଣ୍ଟ' ପ୍ରକଳ୍ପରେ ଭାଗିଦାରୀ ଓ ବେଆଇନ୍‌ ଭାବେ ଜମି ଆବଣ୍ଟନ ଏବଂ ଡଙ୍କାରୀ ପାହାଡ଼ ଲୁଟ୍ ଭଳି କେଳେଙ୍କାରୀ ପ୍ରସଙ୍ଗ ଉଠାଇଥିଲେ। ଏସବୁ ଦୁର୍ନୀତି ଓ କେଳେଙ୍କାରୀର ତଦନ୍ତ ତ ଦୂରର କଥା, ଏହାକୁ କିଭଳି ଚପାଇ ଦେଇହେବ ତା’ର ଏବେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି। ତା’ପୁଣି କ୍ଷମତାକେନ୍ଦ୍ରଙ୍କ ପ୍ରତ୍ୟକ୍ଷ ଈସାରାରେ ଚାଲିଛି ବୋଲି ଡାକ୍ତର ରାଉତ କହିଛନ୍ତି।

ଅବଶ୍ୟ ଦୁର୍ନୀତି ପ୍ରସଙ୍ଗଗୁଡ଼ିକ ଯେଭଳି ଗଣମାଧ୍ୟମରେ ବିଶେଷ ଚର୍ଚ୍ଚାରେ ନରହିବ ସେଥିପାଇଁ ବିଜେଡି ସରକାର ଓ ଦଳ ପକ୍ଷରୁ ଭରପୂର ପ୍ରୟାସ କରାଯାଉଛି। ଅନେକାଂଶରେ ଏଥିରେ ବିଜେଡି ସଫଳ ହୋଇଥିଲେ ମଧ୍ୟ  ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ନେଇ ରହିଥିବା ରାଜ୍ୟବାସୀଙ୍କ ଆସ୍ଥା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଛିନଭିନ୍ ହେବାରେ ଲାଗିଥିବାବେଳେ ରାଜ୍ୟବାସୀଙ୍କୁ ଏକ ସ୍ୱଚ୍ଛ ଶାସନ ଦେବା ପାଇଁ ଉଭୟ ବିରୋଧୀ ଦଳର ଏଭଳି ଲୋକଦେଖାଣିଆ ବିରୋଧ ମଧ୍ୟରେ ରାଜ୍ୟରେ ଏକ ନୂଆ ରାଜନୀତିକ ଦଳର ଆତ୍ମପ୍ରକାଶ ଜରୁରୀ ହୋଇପଡ଼ିଛି ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

ତେବେ ଉଭୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଏବେ ଡାକ୍ତର ରାଉତ ଆଣିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ଗଣମାଧ୍ୟମ ଆଗରେ ଦାବି କରୁଥିଲେ ମଧ୍ୟ ନିର୍ବାଚନୀ ବର୍ଷରେ ଏସବୁ ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ବିବଶ କରିବା ଭଳି ପଦକ୍ଷେପ ନନେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story