/odisha-reporter/media/post_attachments/uploads/2019/11/bjd2.jpg)
bjd2
ଯାଜପୁର (ଓଡ଼ିଶା ରିପୋର୍ଟର): ବିଧାୟକଙ୍କ ପାଖ ଲୋକ କିଏ ? ଏକଥା ପ୍ରମାଣିତ କରିବା ପାଇଁ ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହିତ ମାର୍ପିଟ୍ ହୋଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଖିଲିପଙ୍ଖା ଗାଁରେ ଦେଖିବାକୁ ମିଳିଛି।
Advertisment
ଗଣ୍ଡଗୋଳର ଏପରି ରୂପ ଧାରଣା କରିଥିଯେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ନାଁରେ ଥାନାରେ ଏତଲା ଦେଇଛନ୍ତି।
ଗତକାଲି ଯାଜପୁର ବିଧାୟକ ଅଶୋକ ବଳ ଏକ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଯାଇଥିବା ସମୟରେ ଏହି ଘଟଣା ଦେଖିବାକୁ ମିଳିଥିଲା। ବିଧାୟକଙ୍କ ପାଖଲୋକ କିଏ, ଏହା ଜାଣିବା ପାଇଁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ।
Advertisment
ଏପରିକି ପରିସ୍ଥିତି ଅଣାୟତ ହେବାରୁ ଦୁଇଗୋଷ୍ଠୀଙ୍କୁ ସେଠାରୁ ଘଉଡ଼ାଇ ଦିଆଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
