Advertisment

ବିଜେଡି ୫୦୦ ପାର୍‌, ବହୁ ପଛରେ ପଡ଼ିଛନ୍ତି ବିଜେପି ଓ କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନର ଆଜି ଚାଲିଛି ଦ୍ୱିତୀୟ ଦିନ ଭୋଟ୍ ଗଣତି। ଅନ୍ୟପକ୍ଷରେ ଆଜି ଅପରାହ୍ଣ ଗୋଟାଏ ସୁଦ୍ଧା ପ୍ରଥମ ଦିନର ଗଣତି ମଧ୍ୟ ଶେଷ ହୋଇନାହିଁ। ଗତକାଲି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍ ଗଣତି ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦୦ଟିର ଫଳାଫଳ ଆସିଛି। ଆହୁରି ୧୫ଟିର ଫଳାଫଳ ଆସି ନାହିଁ। ଏହି ୩୦୦ଟି ମଧ୍ୟରୁ ବିଜେଡି ୨୬୮ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ […]

author-image
Jitendra Garnayak
ଦଳଡିଆଁଙ୍କୁ ସଂଗଠନରେ ଥଇଥାନ କଲା ବିଜେଡି

bjd

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନର ଆଜି ଚାଲିଛି ଦ୍ୱିତୀୟ ଦିନ ଭୋଟ୍ ଗଣତି। ଅନ୍ୟପକ୍ଷରେ ଆଜି ଅପରାହ୍ଣ ଗୋଟାଏ ସୁଦ୍ଧା ପ୍ରଥମ ଦିନର ଗଣତି ମଧ୍ୟ ଶେଷ ହୋଇନାହିଁ। ଗତକାଲି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍ ଗଣତି ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦୦ଟିର ଫଳାଫଳ ଆସିଛି। ଆହୁରି ୧୫ଟିର ଫଳାଫଳ ଆସି ନାହିଁ।

Advertisment

ଏହି ୩୦୦ଟି ମଧ୍ୟରୁ ବିଜେଡି ୨୬୮ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ୧୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଦୁଇଟି ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳକୁ ମିଳିଛି ଆଉ ୨ଟି ଆସନ।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ୬୦୦ଟି ଆସନରେ ଗଣତି ଚାଲିଥିବା/ସରିଥିବା ବେଳେ ବିଜେଡି ୫୨୧ଟିରେ ଆଗୁଆ/ବିଜୟୀ ରହିଛି। କିନ୍ତୁ ବିଜେପି ୪୩ ଓ କଂଗ୍ରେସ ୩୦ଟି ଆସନରେ ଆଗୁଆ/ବିଜୟୀ ଅଛନ୍ତି। ଅନ୍ୟ ପ୍ରାର୍ଥୀ ୬ଟିରେ ଆଗୁଆ/ବିଜୟୀ ଅଛନ୍ତି।

Advertisment

ମୟୂରଭଞ୍ଜ ଜିଲ୍ଲାରେ ଗତ ଥର ୪୯ଟି ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ ପ୍ରଥମ ଦିନରେ ଏଠାରୁ ୨୬ଟି ଆସନରେ ଗଣତି ହୋଇଥିବା ବେଳେ ଦଳ ଖାତା ଖୋଲି ପାରି ନାହିଁ। ଅନ୍ୟପକ୍ଷରେ ୨୪ଟି ଆସନରେ ବିଜେଡି ବିଜୟୀ ହୋଇସାରିଥିବା ବେଳେ ଗୋଟିଏରେ ଆଗୁଆ ରହିଛି ଓ ଅନ୍ୟଟି ଜେଏମ୍‌ଏମ୍‌ ହାତକୁ ଯାଇଛି।

Odisha Panchayat Election 2022