88
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ପରେ ଜଣେ ବିଜେଡି ନେତାଙ୍କୁ ଭୋଟରଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ସୋନପୁରର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପରେ ବିଜେଡିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଭୋଟରମାନେ ବିରୋଧ କରିଛନ୍ତି।
କୋକସରା କାଉଡଲା ଗାଁରେ ପୁଷ୍ପେନ୍ଦ୍ର ପ୍ରଚାର କରୁଥିବା ବେଳେ ଲୋକମାନେ ତାଙ୍କୁ ବିରୋଧ କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି। ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନ ଥିବା ନେଇ ଲୋକମାନେ ଏଥିରେ ପୁଷ୍ପେନ୍ଦ୍ରଙ୍କୁ ପ୍ରଶ୍ନ କରୁଛନ୍ତି।
କାଉଡ଼ଲା ଗାଁରେ ଦୀର୍ଘ ବର୍ଷ ହେଲା ପାଣି ଓ ରାସ୍ତା ସମସ୍ୟା ଲାଗି ରହିଛି। ଏସବୁର ସମାଧାନ ପାଇଁ ଗାଁ ଲୋକେ ବାରମ୍ବାର ଦାବି କରିଛନ୍ତି। ହେଲେ ଆଜି ଯାଏ ସମସ୍ୟାର ସମାଧାନ ହୋଇପାରିନି। କେବଳ ଭୋଟ୍ ବେଳେ ନେତାଏ ଆସନ୍ତି ଓ ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି। ସେଥିପାଇଁ ଗାଁ ଲୋକେ ପୁଷ୍ପେନ୍ଦ୍ରଙ୍କୁ ଘେରିଥିଲେ। ଲୋକଙ୍କ ପ୍ରଶ୍ନ ବାଣରେ ସେ ହଡ଼ବଡ଼େଇ ଯାଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ପୁଷ୍ପେନ୍ଦ୍ରଙ୍କ ସହ ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ମୌସୁଧୀ ବାଗ୍ ଓ ଅନ୍ୟ ବିଜେଡି କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ଲୋକଙ୍କ ଆଗରେ ସମସ୍ତେ ଚୁପ୍ ରହିଥିଲେ।
ସୂଚନାଯୋଗ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଗତ କିଛି ଦିନ ମଧ୍ୟରେ ଦୁଇ ଦୁଇ ଥର ଭୋଟରଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।
ଆହୁରି ମଧ୍ୟ ପଢ଼ନ୍ତୁ: ନିରଞ୍ଜନଙ୍କୁ ପୁଣି ବିରୋଧ, ଭିଡିଓ ଭାଇରାଲ୍
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/04/88-2.jpg)