Advertisment

ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ୭ ନେତାଙ୍କୁ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୨ତାରିଖରୁ ଆରମ୍ଭ ହୋଇଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଦଳର ୭ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଆବଣ୍ଟନ କରାଯାଇଛି। ସଭ୍ୟ ସଂଗ୍ରହ ଅଭିଯାନ ତଦାରଖ ପାଇଁ ଗଠିତ ୭ଜଣିଆ କମିଟିର ସମସ୍ତ ସଦସ୍ୟଙ୍କୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଥିବା ଜଣାପଡ଼ିଛି। ବିଜେଡି ପକ୍ଷରୁ ଜାରି ସୂଚନା ଅନୁସାରେ ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରଗଡ଼, […]

ଅଦ୍ୟତନ ହୋଇଛି
କର୍ମୀଙ୍କୁ ବୁଝାଇବା ପରିବର୍ତ୍ତେ କାର୍ଯ୍ୟାନୁଷ୍ଠାନ, ମୟୂରଭଞ୍ଜରେ ତେଜିଲା ବିଜେଡି କନ୍ଦଳ

bjd-1..

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୨ତାରିଖରୁ ଆରମ୍ଭ ହୋଇଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଦଳର ୭ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଆବଣ୍ଟନ କରାଯାଇଛି। ସଭ୍ୟ ସଂଗ୍ରହ ଅଭିଯାନ ତଦାରଖ ପାଇଁ ଗଠିତ ୭ଜଣିଆ କମିଟିର ସମସ୍ତ ସଦସ୍ୟଙ୍କୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଥିବା ଜଣାପଡ଼ିଛି।

Advertisment

ବିଜେଡି ପକ୍ଷରୁ ଜାରି ସୂଚନା ଅନୁସାରେ ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ସଭ୍ୟ ସଂଗ୍ରହ ଅଭିଯାନ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କୁ ଢେଙ୍କାନାଳ, ଅନୁଗୁଳ ଓ କଟକ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି।

ସେହିପରି ପ୍ରତାପ କେଶରୀ ଦେବଙ୍କୁ ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ, ପ୍ରମିଳା ମଲ୍ଲିକଙ୍କୁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ସଞ୍ଜୟ କୁମାର ଦାସବର୍ମାଙ୍କୁ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି, ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼, ପ୍ରଣବ ପ୍ରକାଶ ଦାସଙ୍କୁ ଖଣିଜସମୃଦ୍ଧ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ସୁନ୍ଦରଗଡ଼ର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ତଦାରଖ କରିବାକୁ ଦାୟିତ୍ୱ ଦିଆଯାଇଛି।ସୂଚନାଯୋଗ୍ୟ, ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଉଭୟ ଅନଲାଇନ ଓ ଅଫଲାଇନରେ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ । ସଭ୍ୟ ସଂଗ୍ରହ ଅଭିଯାନରେ ଆଧାର ନମ୍ବରକୁ ଦଳ ବାଧ୍ୟତାମୂଳକ କରିଥିବାବେଳେ ପ୍ରାୟ କୋଟିଏ ସଭ୍ୟ ସଂଗ୍ରହ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe