ସୌମ୍ୟଙ୍କ ସମ୍ପାଦକୀୟ ବାଣ; କାହିଁକି ଅସହାୟ ଅନୁଭବ କରୁଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ବାଣ । ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ଦ୍ୱାରା ପ୍ରକାଶିତ ଏକ ଦୈନିକ ଖବରକାଗଜର  ସ୍ୱତନ୍ତ୍ର ସ୍ତମ୍ଭ  ଆମ ଘରର ହାଲଚାଲରେ ‘ବୃତ୍ତି, ପାର୍ଟି ଓ ମାଟି’ ଶୀର୍ଷକ ସମ୍ପାଦକୀୟ ଲେଖିଛନ୍ତି । ଏଥିରେ ମମିତା ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଦର୍ଶାଇଛନ୍ତି । ହତ୍ୟାକାଣ୍ଡର ପ୍ରାୟ ତିନି ସପ୍ତାହ ପରେ […]

minister dibya sankar mishra & mla soumya ranjan patnaik

Niharika Rout
  • Published: Monday, 01 November 2021
  • Updated: 01 November 2021, 11:10 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ବାଣ । ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ଦ୍ୱାରା ପ୍ରକାଶିତ ଏକ ଦୈନିକ ଖବରକାଗଜର  ସ୍ୱତନ୍ତ୍ର ସ୍ତମ୍ଭ  ଆମ ଘରର ହାଲଚାଲରେ ‘ବୃତ୍ତି, ପାର୍ଟି ଓ ମାଟି’ ଶୀର୍ଷକ ସମ୍ପାଦକୀୟ ଲେଖିଛନ୍ତି । ଏଥିରେ ମମିତା ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଦର୍ଶାଇଛନ୍ତି ।

ହତ୍ୟାକାଣ୍ଡର ପ୍ରାୟ ତିନି ସପ୍ତାହ ପରେ ଏକ ପ୍ରେସ ବିବୃତି ଦେଇ ଆମ ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଛନ୍ତି । ବୃତ୍ତି, ପାର୍ଟି, ମାଟିର ସ୍ୱାର୍ଥ କଥା ପୁଣି ମନକୁ ଆସୁଛି । ହତ୍ୟାପରି ଏକ ସମ୍ବେଦନଶୀଳ ଓ ଜଘନ୍ୟ ଅପରାଧରେ ଆଇନ ତା’ବାଟରେ ଯିବ । ସେଥିପାଇଁ ସେ ଏତେ ଦିନ ନିରବ ଥିଲେ । କିନ୍ତୁ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓ ବିରୋଧୀ ରାଜନୈତିକ ଦଳଗୁଡିକ ତାଙ୍କୁ ବଦନାମ କରିବା ପାଇଁ ରୀତିମତ ଏକ ଅଭିଯାନ  ଆରମ୍ଭ କରିଥିବା ପରି ମନେ ହେବାରୁ ସେ ମୁହଁ ଖୋଲିବାର ଆବଶ୍ୟକତା ଅନୁଭବ କଲେ ।  କିନ୍ତୁ ସେ କଣ ଭୁଲିଗଲେ କି, ସେ ଗୃହରାଷ୍ଟ୍ରମନ୍ତ୍ରୀ ଥିଲା ପର୍ଯ୍ୟନ୍ତ ତାଙ୍କର କଥିତ ସଂପୃକ୍ତି ଅଭିଯୋଗର ମୁକ୍ତ ଓ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ  ।

ସମ୍ ହସ୍ପିଟାଲରେ ନିଆଁ ଲାଗିଯିବା ଘଟଣାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ବାବୁଙ୍କ କୌଣସି ଭୂମିକା ନ ଥିଲା । ତଥାପି ମୂଲ୍ୟବୋଧ, ଦଳ ଓ ସରକାରଙ୍କ ଭାବମୂର୍ତ୍ତି ଦୃଷ୍ଟିରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏହାଦ୍ୱାରା ଦୁଇପ୍ରକାର ମାପଦଣ୍ଡ ଲାଗୁ କରାଯାଇଛି ବୋଲି ଅଭିଯୋଗ ହେଲେ ଆମେ କି ଉତ୍ତର ଦେବା ବୋଲି ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ସମ୍ପାଦକୀୟରେ ପ୍ରଶ୍ନ କରିଛନ୍ତି ।

ସାଧାରଣ ମଣିଷ ଅତ୍ୟନ୍ତ ଅସହାୟ ଅନୁଭବ କଲେ ଯେ ଇଶ୍ୱରଙ୍କ ନିକଟରେ ଶରଣାପନ୍ନ ହୁଏ ତାହା ସହଜରେ ବୁଝି ହେଉଛି । ତେବେ ମାନ୍ୟବର ମନ୍ତ୍ରୀ ଏପରି ଅସହାୟ ଅନୁଭବ କରୁଛନ୍ତି କାହିଁକି ? ଏଥିସହ ଅଞ୍ଜନା ମିଶ୍ର ବଳତ୍କାର ଅଭିଯୋଗ ଘଟଣାରେ ଆଡଭୋକେଟ ଜେନେରାଲ ଇନ୍ଦ୍ରଜିତ ରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ପରବର୍ତ୍ତୀ ସମୟରେ କଣ ହେଲା ତାହା ସମସ୍ତଙ୍କୁ ଜଣା ବୋଲି ସେ ଉଲ୍ଲେଖ କରିଛନ୍ତି ।

ଗଣମାଧ୍ୟମ ତାର ବୃତ୍ତିଗତ କୌଳୀନ୍ୟ ରକ୍ଷା କରିବା ସଙ୍ଗେ ସଙ୍ଗେ ଆବଶ୍ୟକ ସତ୍ୟ ଖବର ଦେଇ ସୁଶାସନ ପାଇଁ ସହାୟକ ହୋଇଥାଏ।  ସତ୍ୟାଗ୍ରହୀ ଗଣମାଧ୍ୟମଗୁଡିକ ବିରୋଧୀ ଦଳମାନଙ୍କ ଭଳି ଶାସକ ଦଳର ଶତ୍ରୁ ନୁହନ୍ତି, ବରଂ ମିତ୍ର ହୋଇପାରନ୍ତି ।  ଏହାଦ୍ୱାରା ପାର୍ଟିର ଭାବମୂର୍ତ୍ତି ଉଜ୍ଜ୍ୱଳ ହେବ ସିନା ମଳିନ ପଡିବ ନାହିଁ । ଓଲଟା ଭାବମୂର୍ତ୍ତିକୁ ମଳିନ କରୁଥିବା ତଥାକଥିତ ପ୍ରଭାବଶାଳୀ ନେତୃବୃନ୍ଦଙ୍କ କବଳରୁ ପାର୍ଟିକୁ ମୁକ୍ତ କରିହେବ ବୋଲି ସୌମ୍ୟରଂଜନ ନିଜ ସମ୍ପାଦକୀୟରେ ଲେଖିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story