Advertisment

ଦଳ ଭିତରୁ ଅନୁଭବଙ୍କୁ ବାଜିଲା ବାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ିଲା ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ । ନିଜ ପାରିବାରିକ ବିବାଦ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଅନୁଭବ। ଏହି ବିବାଦକୁ ନେଇ ଏବେ ଦଳ ଭିତରୁ ତାଙ୍କୁ ପରୋକ୍ଷରେ ବାଣ ବାଜିଛି । ତାଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ। ଅନୁଭବ-ବର୍ଷା ବିବାଦ ନେଇ ସେ କହିଛନ୍ତି, ସାରା ଭାରତରେ ନବୀନ ହେଉଛନ୍ତି ଉଦାହରଣ। ତାଙ୍କ ଆଚରଣ ଓ ଉଚ୍ଚାରଣ ସମସ୍ତଙ୍କୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଦଳ ଭିତରୁ ଅନୁଭବଙ୍କୁ ବାଜିଲା ବାଣ

Anubhav-mohanty

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ିଲା ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ । ନିଜ ପାରିବାରିକ ବିବାଦ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଅନୁଭବ। ଏହି ବିବାଦକୁ ନେଇ ଏବେ ଦଳ ଭିତରୁ ତାଙ୍କୁ ପରୋକ୍ଷରେ ବାଣ ବାଜିଛି । ତାଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ।

Advertisment

ଅନୁଭବ-ବର୍ଷା ବିବାଦ ନେଇ ସେ କହିଛନ୍ତି, ସାରା ଭାରତରେ ନବୀନ ହେଉଛନ୍ତି ଉଦାହରଣ। ତାଙ୍କ ଆଚରଣ ଓ ଉଚ୍ଚାରଣ ସମସ୍ତଙ୍କୁ ପ୍ରଭାବିତ କରିଛି। ଅନୁଭବଙ୍କ ନାଁ ନନେଇ ସେ କହିଛନ୍ତି, ରାଜନୀତିରେ ଥାଇ ଏଭଳି ଆଚରଣ କରିବା ଉଚିତ ନୁହେଁ। ଜନସଧାରଣ ଆଗରେ ଜଣେ ଲୋକଲଜ୍ଜା ଯେପରି ନହୁଅନ୍ତୁ, ଏହା ହିଁ ନବୀନ ବାବୁଙ୍କ ଗୁରୁମନ୍ତ୍ର। ଯେଉଁ ରାଜନେତା ତାଙ୍କଠାରୁ କିଛି ଶିକ୍ଷା କରିପାରୁନି, ତାହା ଅତ୍ୟନ୍ତ ଦୁଃଖଦାୟକ।

ସେ ଆହୁରି କହିଛନ୍ତି, ଲୋକଲଜ୍ଜା ଠାରୁ ଦୂରେଇ ରହିବା କଥା। ଯଦି ଲୋକଲଜ୍ଜାଠାରୁ ଦୂରେଇ ନରହିବ ତାହା ହେଲ ଆଉ କ’ଣ କରିହେବ। ନବୀନ ପଟ୍ଟନାୟକ ହେଉଛନ୍ତି ନିଜେ ଗୋଟିଏ ଆଦର୍ଶ। ତାଙ୍କ ଦଳର ସମସ୍ତ ସାଂସଦ, ବିଧାୟକ ଓ ନେତାମାନେ ତାଙ୍କର ଯେଉଁ ପ୍ରକାରର ପବ୍ଲିକ ଫେସ ରହିଛି, ଲୋକଙ୍କ ପାଖରେ ତାଙ୍କର ଯେଉଁଭଳି ଆଦର୍ଶ ରହିଛି, ସେହି ନିଷ୍ଠାକୁ ଆମେ ବି ଦେଖାଇବା ଉଚିତ ବୋଲି ଦେବାଶିଷ କହିଛନ୍ତି।

Advertisment

ବେଶ କିଛି ଦିନ ହେବ ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷ ପ୍ରିୟଦର୍ଶିନୀଙ୍କ ଭିତରେ ପାରିବାର ବିବାଦ ଲାଗି ରହିଛି। ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ, ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଆବେଦନ କରିଥିବା ବେଳେ ବର୍ଷ କଟକ ଏସଡିଜେଏମ କୋର୍ଟରେ ଭରଣପୋଷଣ ପାଇଁ ଦାବି କରିଛନ୍ତି। ଦୁହିଁଙ୍କ ଏହି ବିବାଦକୁ ଅନେକ ଭିଡିଓ ଓ ଅଡିଓ କ୍ଲିପ ମଧ୍ୟ ଭାଇରାଲ ହୋଇଛି। ଦୁହେଁ ଦୁହିଁଙ୍କ ଉପରେ ଦୋଷାରୋପ କରୁଛନ୍ତି।

Anubhav Mohanty