Advertisment

ବିଜେଡି ନିୟମ ଭାଙ୍ଗିଲେ ଠିକ, ବିରୋଧୀ ଭାଙ୍ଗିଲେ ଭୁଲ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ରାଜ୍ୟ ସରକାର ଅଭିଯୋଗ କରିଛନ୍ତି। କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଥିବା ନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଚିଠି ଲେଖିଛନ୍ତି। ଅପରାଜିତାଙ୍କ ଜନ୍ମଦିନ ବେଳର ଭିଡିଓକୁ ନେଇ ସେ ଆପତ୍ତି ଉଠାଇଛନ୍ତି । ସାଂସଦ ବାରମ୍ବାର କୋଭିଡ୍ ନିୟମ ଉଲ୍ଲଘଂନ କରିଥିବା ସେ ଅଭିଯୋଗ କରିଛନ୍ତି । ତେବେ କରୋନା କଟକଣା କାଳରେ ବିଜେଡିର ବହୁ ନେତା ଓ କର୍ମୀ ଏହି ନିୟମ ଉଲ୍ଲଙ୍ଘନ କରିଥିଲେ […]

author-image
Pragnya Choudhury
ବିଜେଡି ନିୟମ ଭାଙ୍ଗିଲେ ଠିକ, ବିରୋଧୀ ଭାଙ୍ଗିଲେ ଭୁଲ!

Aparajita

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ରାଜ୍ୟ ସରକାର ଅଭିଯୋଗ କରିଛନ୍ତି। କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଥିବା ନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଚିଠି ଲେଖିଛନ୍ତି। ଅପରାଜିତାଙ୍କ ଜନ୍ମଦିନ ବେଳର ଭିଡିଓକୁ ନେଇ ସେ ଆପତ୍ତି ଉଠାଇଛନ୍ତି । ସାଂସଦ ବାରମ୍ବାର କୋଭିଡ୍ ନିୟମ ଉଲ୍ଲଘଂନ କରିଥିବା ସେ ଅଭିଯୋଗ କରିଛନ୍ତି । ତେବେ କରୋନା କଟକଣା କାଳରେ ବିଜେଡିର ବହୁ ନେତା ଓ କର୍ମୀ ଏହି ନିୟମ ଉଲ୍ଲଙ୍ଘନ କରିଥିଲେ ବି ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

Advertisment

ମନ୍ତ୍ରୀ ଦିବ୍ୟଶଙ୍କର କେନ୍ଦ୍ରକୁ ପଠାଇଥିବା ଚିଠିରେ ଲେଖିଛନ୍ତି ଯେ, ଏଭଳି ଦୟିତ୍ୱହୀନ କାର୍ଯ୍ୟ ଅପରାଜିତାଙ୍କ ସହ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ତାଙ୍କ ଏଭଳି ଆଚରଣ କୋଭିଡ ଯୋଦ୍ଧାଙ୍କ ମନୋବଳକୁ ଭାଙ୍ଗୁଛି । କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ଅପମାନ। ଏହାସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ବିରୋଧରେ ତାଙ୍କ ଆଚରଣ ରହୁଛି। ସାଂସଦ କୋଭିଡ ନିୟମ ପାଳନରେ ସମସ୍ତଙ୍କ ଆଦର୍ଶ ହେବା କଥା ବୋଲି ଦିବ୍ୟ ଶଙ୍କର ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି।

ଭୁବନେଶ୍ୱରରେ କରୋନାରେ ୧୦୯ ଜଣଙ୍କ ଜୀବନ ଯାଇଛି। ସେହିପରି ୫ ଜଣ କରୋନା ଯୋଦ୍ଧା ମଧ୍ୟ ପ୍ରାଣ ହରାଇଛନ୍ତି। ଏଭଳି ସମୟରେ ସାଂସଦଙ୍କ ଜନ୍ମଦିନ ପାଳନ ସ୍ଥିତିକୁ ପରିହାସ କରୁଛି ବୋଲି ସେ ଚିଠିରେ ଲେଖିଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗି ଜନ୍ମଦିନ ପାଳନ କରିଥିବା ବେଳେ ଏହି ଉତ୍ସବରେ ଶତାଧିକ କର୍ମୀ ଏକାଠି ହୋଇଥିବାର ଦେଖିବାକୁ ମିଳିଛି।ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ତେବେ ରାଜ୍ୟରେ କୋଭିଡ କଟକଣା ଭାଙ୍ଗିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ନିକଟରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗ ବେଳେ ଖୋଲାଖୋଲି ଏହାର ଉଲ୍ଲଙ୍ଘନ କରାଯାଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। କରୋନା ସତ୍ତ୍ୱେ ଦୁଇଜଣ ମନ୍ତ୍ରୀ ସ୍ୱର୍ଗତ ମହାରଥୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହଇଥିଲେ। ଏହାପୂର୍ବରୁ ବିଧାୟକ ବିଷ୍ଣୁ ଦାସ ଏବଂ ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ପରଲୋକରେ ମଧ୍ୟ ଏଭଳି ଘଟଣାମାନ ଦେଖିବାକୁ ମିଳିଥିଲା। ସେହିପରି ବିଜେଡିର କେତେ ଜଣ ପ୍ରଭାବଶାଳୀ ଯୁବନେତାଙ୍କ ଜନ୍ମଦିନରେ ମଧ୍ୟ ଏହି ନିୟମ ଉଲ୍ଲଙ୍ଘନ ହୋଇଥିବା ନେଇ ବିଭିନ୍ନ ଫଟୋ ଓ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେତେବେଳକୁ ରାଜ୍ୟ ସରକାର ଚୁପ କାହିଁକି ରହିଥିଲେ ବୋଲି ଏବେ ପ୍ରଶ୍ନ ଉଠିଛି।

BjD Bjp Aparajita Sarangi COVID-19