Advertisment

୧୭ ରାଉଣ୍ଡ ଗଣତି ଶେଷ; ୩୦,୦୫୯ ଖଣ୍ଡ ଭୋଟରେ ବର୍ଷା ଆଗୁଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁରରେ ପ୍ରତି ରାଉଣ୍ଡରେ ବଢୁଛି ବିଜେଡିର ଭୋଟ ବ୍ୟବଧାନ। ୨୩ ରାଉଣ୍ଡ ଗଣତିରୁ ୧୭ରାଉଣ୍ଡ ଶେଷ ହୋଇଥିବା ବେଳେ ବିଜେଡି ଆଗରେ ରହିଛି। ପ୍ରଥମ ରାଉଣ୍ଡରୁ ଆଗରେ ରହିଥିବା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରଦୀପ ପୁରୋହିତଙ୍କ ଠାରୁ ୩୦,୦୫୯ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ୧୭ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ୮୯,୪୬୫, ବିଜେପିକୁ ୫୯,୪୦୬ଖଣ୍ଡ ଓ କଂଗ୍ରେସକୁ ୨୮୨୧ ଖଣ୍ଡ ଭୋଟ୍ […]

ବିଜେଡିର ସେଲିବ୍ରେସନ ଆରମ୍ଭ

PadmapurByPoll

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁରରେ ପ୍ରତି ରାଉଣ୍ଡରେ ବଢୁଛି ବିଜେଡିର ଭୋଟ ବ୍ୟବଧାନ। ୨୩ ରାଉଣ୍ଡ ଗଣତିରୁ ୧୭ରାଉଣ୍ଡ ଶେଷ ହୋଇଥିବା ବେଳେ ବିଜେଡି ଆଗରେ ରହିଛି। ପ୍ରଥମ ରାଉଣ୍ଡରୁ ଆଗରେ ରହିଥିବା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରଦୀପ ପୁରୋହିତଙ୍କ ଠାରୁ ୩୦,୦୫୯ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

Advertisment

୧୭ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ୮୯,୪୬୫, ବିଜେପିକୁ ୫୯,୪୦୬ଖଣ୍ଡ ଓ କଂଗ୍ରେସକୁ ୨୮୨୧ ଖଣ୍ଡ ଭୋଟ୍ ମିଳିଛି।  ସେହିପରି ଏହି ରାଉଣ୍ଡ ଶେଷ ସୁଦ୍ଧା ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବଙ୍କୁ ୨୪୮ଖଣ୍ଡ ଭୋଟ୍ ମିଳିଥିବା ବେଳେ ଓଡ଼ିଶା ଜନତା ପାର୍ଟିର ମୁକ୍ତେଶ୍ୱର ଦାଶଙ୍କୁ୧୯୨, ସ୍ୱାଧୀନ ପ୍ରାର୍ଥୀ ଉଦିତ ବୋନ୍ଦିଆଙ୍କୁ ୨୯୯, ଗଙ୍ଗାଧର ସାହାଙ୍କୁ ୩୦୧, ଦେବାର୍ଚ୍ଚନ ନାଏକଙ୍କୁ ୩୪୦୪, ବୃନ୍ଦାବନ ପୁରୋହିତଙ୍କୁ ୪୩୮ଓ ଶେଷଦେବ ସାହୁଙ୍କୁ ୮୪୬ଖଣ୍ଡ ଭୋଟ୍ ମିଳିଛି। ସେହିପରି ନୋଟାରେ ୧୫୬୪ ଖଣ୍ଡ ଭୋଟ୍ ମିଳିଛି।

ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ରେକର୍ଡ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା। ବିଜେଡିରୁ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି।

Advertisment
PadampurBypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe