Advertisment

ନିରଞ୍ଜନ ପୂଜାରୀ ହେବେ ବିଜେଡିର ବଲାଙ୍ଗିର ସାଂସଦ ପ୍ରାର୍ଥୀ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବଲାଙ୍ଗିର ସଦର ବିଧାନସଭା ଆସନକୁ ନେଇ ବିଜେଡି ପୁଣିଥରେ ଅଙ୍କ କଷିବା ଆରମ୍ଭ କରିଛି। ଜିଲ୍ଲା ପ୍ରଶାସନ ଓ ଗୁଇନ୍ଦା ରିପୋର୍ଟକୁ ଆଧାର କରି ଗତ କିଛିଦିନ ପୂର୍ବରୁ ବିଜେଡି ସାନି ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛି। କଳିକେଶ ସିଂହଦେଓଙ୍କ ପରିବର୍ତ୍ତେ କ୍ୟାବିନେଟ୍ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ କରିବା ଉପରେ ଦଳ ଗୁରୁତ୍ୱର ସହ ବିଚାର କରୁଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ […]

ନିରଞ୍ଜନ ପୂଜାରୀ ହେବେ ବିଜେଡିର ବଲାଙ୍ଗିର ସାଂସଦ ପ୍ରାର୍ଥୀ !

ki

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବଲାଙ୍ଗିର ସଦର ବିଧାନସଭା ଆସନକୁ ନେଇ ବିଜେଡି ପୁଣିଥରେ ଅଙ୍କ କଷିବା ଆରମ୍ଭ କରିଛି। ଜିଲ୍ଲା ପ୍ରଶାସନ ଓ ଗୁଇନ୍ଦା ରିପୋର୍ଟକୁ ଆଧାର କରି ଗତ କିଛିଦିନ ପୂର୍ବରୁ ବିଜେଡି ସାନି ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛି। କଳିକେଶ ସିଂହଦେଓଙ୍କ ପରିବର୍ତ୍ତେ କ୍ୟାବିନେଟ୍ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ କରିବା ଉପରେ ଦଳ ଗୁରୁତ୍ୱର ସହ ବିଚାର କରୁଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କରିଥିବା ଘୋଷଣାକୁ ଦୃଷ୍ଟିରେ ରଖି ପୂର୍ବରୁ ବିଜେଡି କରିଥିବା ରଣନୀତିକୁ ପୁଣିଥରେ ସଂଶୋଧନ କରିଛି। ଜିଲ୍ଲା ପ୍ରଶାସନ ଓ ଗୁଇନ୍ଦା ରିପୋର୍ଟ ଅନୁସାରେ ଶ୍ରୀ ମିଶ୍ର ପୁଣିଥରେ ନିର୍ବାଚନ ଲଢ଼ିବାକୁ ତତ୍ପରତା ଦେଖାଉଥିବାର ସ୍ପଷ୍ଟ ସୂଚନା ମିଳୁଛି। ନରସିଂହ ମିଶ୍ର ନିର୍ବାଚନ ମଇଦାନରୁ ଓହରି ଯିବେ ବୋଲି ଧରିନେଇ ପୂର୍ବରୁ ବିଜେଡି ବଲାଙ୍ଗିର ପାଇଁ ନିଜର ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିଥିଲା।

କିନ୍ତୁ ଶ୍ରୀ ମିଶ୍ର ମଧ୍ୟ ପୁଣିଥରେ ନିର୍ବାଚନ ଲଢ଼ିବାର ସଙ୍କେତ ଗତକାଲି ଗଣମାଧ୍ୟମକୁ ଦେବାପରେ କଥା ବଦଳିଛି।

Advertisment

ବିଜେଡିର ରଣନୀତି ଅନୁସାରେ,ବଲାଙ୍ଗିର ଲୋକସଭା ଅନ୍ତର୍ଗତ ନିରଞ୍ଜନ ପୂଜାରୀଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ରହିଥିବାବେଳେ ତାଙ୍କୁ ସାଂସଦ ପ୍ରାର୍ଥୀ କରି ବିଜେଡି ଗୋଟିଏ ଗୁଳିରେ ଦୁଇଟି ବା ତିନୋଟି ଶିକାର କରିବାକୁ ଚାହୁଁଛି।

ପ୍ରଥମତଃ ବଲାଙ୍ଗିର ଜିଲ୍ଲାରେ 'ମନମୁଖି ରାଜନୀତିକ କାରବାର' ଜାରି ରଖିଥିବା ସିଂହଦେଓ ପରିବାରକୁ ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରେ ସୀମିତ ରଖିବା ଓ ଦ୍ୱିତୀୟତଃ ବଲାଙ୍ଗିର ଲୋକସଭା ଆସନକୁ ପୁଣିଥରେ ନିଜ ଦଖଲରେ ରଖିବା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ଏ ରଣନୀତି ଯଦି ବର୍ତ୍ତମାନର ସ୍ଥାନୀୟ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କୁ ସୁହାଏ, ତେବେ ଦଳୀୟ ନେତୃତ୍ଵଙ୍କୁ ଏହା ବାଧିବ ନାହିଁ। ତା'ର କାରଣ ବୁଝାଇ କହିବାର ଆବଶ୍ୟକତା ନାହିଁ।

ବଲାଙ୍ଗିର ସାଂସଦ କଳିକେଶ ସିଂହଦେଓଙ୍କର ଏବେ ସ୍ଥାନୀୟ ବିଧାୟକମାନଙ୍କ ସହ ସମ୍ପର୍କ ଠିକ୍ ନାହିଁ। ସିଂହଦେଓ ପରିବାର ମଧ୍ୟ ଏକକାଳୀନ ୨ଟି ଟିକେଟ୍ ପାଇଁ ଆଶାୟୀ ରହିଛି। ତେଣୁ ନିର୍ବାଚନବେଳେ ସେମାନେ ‘ମୂଲଚାଲ’ ଫର୍ମୂଲା ଆପଣାଇବାର ଆଶଙ୍କା କରି ଦଳ ଆଗୁଆ ରଣନୀତି ପ୍ରସ୍ତୁତ କରିଛି।

ବିଜେଡି ସୂତ୍ର ଅନୁସାରେ ସୋନପୁର ଜିଲ୍ଲାରେ ନିଜର ପତିଆରା ବୃଦ୍ଧି କରିବାକୁ ଚାହୁଁଥିବା ନିରଞ୍ଜନ ପୂଜାରୀଙ୍କୁ ଏବେ ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ କରି ଦଳ ତାଙ୍କ ଉପରେ ଅଧିକ ଚାପ ପକାଇବାକୁ ଚାହୁଁଛି।ଅବଶ୍ୟ ଜିଲ୍ଲାର ଦୁଇ ବିଧାୟକ ଯୋଗେନ୍ଦ୍ର ବେହେରା ଓ ଟୁକୁନି ସାହୁଙ୍କ ସହ ଶ୍ରୀ ପୂଜାରୀଙ୍କ ଭଲ ସମ୍ପର୍କ ରହିଛି।

ସେପଟେ ବଲାଙ୍ଗିର ଜିଲ୍ଲା ସଦର ମହକୁମାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉପରେ ସିଂହଦେଓ ପରିବାର ଗୁରୁତ୍ୱ ଦେଇନଥିବାରୁ ସେଠାରେ ଏବେ କଂଗ୍ରେସର ପଲ୍ଲା ଭାରି ରହିଛି।ତେଣୁ କଳିକେଶଙ୍କୁ ବିଧାନସଭା ଓ ନିରଞ୍ଜନଙ୍କୁ ଲୋକସଭାକୁ ପଠାଇ ଏହି ଦୁଇ ନେତାଙ୍କ ଏକଚାଟିଆ ମନୋଭାବ ଉପରେ ରୋକ୍ ଲଗାଇବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି ବୋଲି ଚର୍ଚ୍ଚା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe