Advertisment

ବିଜେଡି ବିଧାୟକଙ୍କୁ ଜେରା କଲା ଇଡି

ପୂର୍ବତନ ସ୍ୱାଧୀନ ବିଧାୟକ ତଥା ଖଣି ଲିଜଧାରୀ ଜିତୁ ପଟ୍ଟନାୟକଙ୍କ ସହ ବ୍ୟବସାୟିକ ସମ୍ପର୍କ ମାମଲାରେ ଶ୍ରୀ ପ୍ରଧାନଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଛି ।

ଅଦ୍ୟତନ ହୋଇଛି
BJD MLA Braja pradhan

BJD MLA Braja pradhan

Advertisment

ତାଳଚେର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ବେଆଇନ ଖଣି କାରବାର ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରିଛି । ଦୀର୍ଘ ୭ ଘଣ୍ଟା ତାଙ୍କୁ ଇଡି ଜେରା କରିଥିଲା।

Advertisment

ଇଡି ଅଫିସ୍‌ରୁ ବାହାରିବା ପରେ ସେ ଗଣାମଧ୍ୟମକୁ କହିଥିଲେ, ଯାହା ତଥ୍ୟ ମଗାଯାଇଥିଲା ଦେଇଛନ୍ତି। ଜେରା ବେଳେ ଇଡି କୌଣସି ପ୍ରକାର ଅସୁବିଧା ସୃଷ୍ଟି କରିନି। ଗତ ୧୭ ତାରିଖରେ ହାଜର ହେବା ପାଇଁ ଇଡି କରିଥିବା ନୋଟିସ୍‌ ଗତକାଲି ପାଇବା ପରେ ସେ ଆଜି ଆସିଥିଲେ। ଆଉ ଗୋଟିଏ ତାରିଖରେ ଆସିବାକୁ ଇଡି କହିଛି। ଏହା ଖଣି ସମ୍ପର୍କିତ ନୁହେଁ ଓ ଆଗକୁ ମାମଲା ସମ୍ପର୍କରେ ସେ ନିଶ୍ଚୟ କହିବେ ବୋଲି କହିଥିଲେ।

ତେବେ ମାମଲା ନେଇ କୌଣସି ପ୍ରକାର ସ୍ପଷ୍ଟୋକ୍ତି ସେ ରଖି ନ ଥିଲେ। ଓଲଟା ଇଡିକୁ ଏନେଇ ପଚାରିବାକୁ ସେ ଗଣମାଧ୍ୟମକୁ କହିଥିଲେ। ଯାହାକୁ ନେଇ ରହସ୍ୟ ଆହୁରି ବଢ଼ିଛି।

Advertisment

ସୂଚନା ଅନୁସାରେ, ପୂର୍ବତନ ସ୍ୱାଧୀନ ବିଧାୟକ ତଥା ଖଣି ଲିଜଧାରୀ ଜିତୁ ପଟ୍ଟନାୟକଙ୍କ ସହ ବ୍ୟବସାୟିକ ସମ୍ପର୍କ ମାମଲାରେ ଶ୍ରୀ ପ୍ରଧାନଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଛି । ଜିତୁ ପଟ୍ଟନାୟକଙ୍କ କମ୍ପାନୀ ସହ ବିଧାୟକ ଶ୍ରୀ ପ୍ରଧାନ ଜଡ଼ିତ ତଥା ତାଳଚେରରେ ଖଣି କାରବାରରେ ବହୁ କୋଟି ଟଙ୍କା ଉପାର୍ଜନ କରି ଟିକସ ଫାଙ୍କିଥିବା ଅଭିଯୋଗ ହୋଇଛି । ଏଥିପାଇଁ ଆୟକର ବିଭାଗ ପକ୍ଷରୁ ମଧ୍ୟ ଚଢ଼ାଉ ହୋଇଥିଲା । ମନି ଲଣ୍ଡ୍ରିଂ ଆକ୍ଟ-୨୦୦୨ର ଧାରା ୧୭ ଅନ୍ତର୍ଗତ ଶ୍ରୀ ପ୍ରଧାନଙ୍କୁ ବୟାନକୁ ଇଡି ରେକର୍ଡ କରିଛି । ଗତବର୍ଷ ପୂର୍ବତନ ବିଧାୟକ ଶ୍ରୀ ପଟ୍ଟନାୟକଙ୍କର ୧୩୩କୋଟି ଟଙ୍କାର ସମ୍ପତ୍ତି ଓ ବ୍ୟାଙ୍କ ଡିପୋଜିଟକୁ ଇଡି ବ୍ୟାଜ୍ୟାପ୍ତି କରିଥିଲା ।

ଏହାସହିତ ତାଙ୍କ ବିରୁଦ୍ଧରେ ମନି ଲଣ୍ଡ୍ରିଂ ଆକ୍ଟରେ ମଧ୍ୟ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ତେବେ ଇଡି ଜେରା ସମ୍ପର୍କରେ ଶ୍ରୀ ପ୍ରଧାନ ବିଶେଷ କିଛି ସୂଚନା ଦେଇନାହାନ୍ତି ।

ED Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe