/odisha-reporter/media/post_attachments/uploads/2020/08/Devi-Mishra.jpg)
Devi-Mishra
ଭୁବନେଶ୍ୱର: ପୁଣି ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବଡ଼ମ୍ବା ବିଧାୟକ ଦେବୀ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ନିଜେ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। କରୋନା ପଜିଟିଭ ଥିବା ନେଇ ସେ ନିଜେ ସୂଚନା ଦେଇଛନ୍ତି। ଏନେଇ ସେ ତାଙ୍କର ଫେସ୍ବୁକ୍ରେ ପୋଷ୍ଟରେ ଲେଖିଛନ୍ତି, ଏବେ ସଂକ୍ରମଣର କୌଣସି ବାହ୍ୟ ଲକ୍ଷଣ ନାହିଁ। ତାପମାତ୍ରା ଏବଂ ଅକ୍ସସିଜେନ୍ ଲେଭଲ ମଧ୍ୟ ଠିକ ରହିଥିବା ସେ କହିଛନ୍ତି। ତେବେ ସେ ଡାଇବେଟିସ୍ରେ ପୀଡ଼ିତ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ବୋଲି ଏହି ପୋଷ୍ଟରୁ ଜଣାପଡ଼ିଛି।/https://ci5.googleusercontent.com/proxy/K81dc_N_eMgc0K-CkaFuDkkNPSvNR1vkqxb5a2_X_TjbnymafGgehrg0rZ9pDnI5RV109Qf3ejV3nQ3kXRJeGM9o30eKQ826oLoteiTiWfz5kIgqC-FsS_NbALU=s0-d-e1-ft#https://khabar.odishatv.in/wp-content/uploads/2020/08/Egq98GcVoAEj_oB.jpg)
ସେ ଲେଖିଛନ୍ତି ଯେ, ମୋର ହୋଇଥିବା ଟେଷ୍ଟିଂ ଆନୁଷ୍ଠନିକ କମ୍ୟୁନିକେସନରୁ କୋଭିଡ୍ ପଜିଟିଭ ବାହାରିଛି। ଅନ୍ୟ କର୍ମଚାରୀଙ୍କ ପରିବାର ବର୍ଗଙ୍କ ନେଗେଟିଭ ଆସିଛି। ଡ୍ରାଇଭରଙ୍କୁ ହେବାପରେ କାଲିଠାରୁ ମୁଁ ଆଇସୋଲେସନ୍ରେ ରହିଛି। ମୋର ଏବେ କୋଣସି ସଂକ୍ରମଣର ବାହ୍ୟ ଲକ୍ଷଣ ନାହିଁ। ତାପମାତ୍ରା, ଅକ୍ସିଜେନ ଲେବଲ ଠିକ୍ ଅଛି। କିନ୍ତୁ ମୁଁ ପୁରୁଣା ଡାଇବେଟିସ୍ ପୀଡିତ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଇଛି।
ସେ ଆହୁରି ମଧ୍ୟ ଲେଖିଛନ୍ତି, ''ମୋଟାମୋଟି ମୋର ସ୍ୱାସ୍ଥ୍ୟ ଠିକ୍ ଅଛି। ମୁଁ ଜରୁରୀ କାମକୁ ଟେଲିଫୋନ୍ କନ୍ଫରେନ୍ସ ଜରିଆରେ କରୁଛି ଏବଂ କରିବି। କିନ୍ତୁ ବର୍ତ୍ତମାନ କିଛି ଦିନ ପାଇଁ ଛୋଟ କଥାରେ ଯୋଗାଯୋଗ ନକରିବାକୁ ଅନୁରୋଧ।''
ଦେବୀଙ୍କ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ସଂଜୀବ ମଲ୍ଲିକ, ବିଧାୟକ ଶ୍ରୀକାନ୍ତ ସାହୁ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଦି ରାଜନେତା କରୋନାରେ ଆକ୍ରାନ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
