Advertisment

ଯୁବତୀଙ୍କ ସହ ପ୍ରେମାଳାପ କରି ଫସିଗଲେ ବିଜେଡି ବିଧାୟକ, ଥାନାରେ ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାର ଜଣେ ଯୁବତୀଙ୍କ ସହ ଘଣ୍ଟା ଘଣ୍ଟା ଧରି ପ୍ରେମାଳାପ ବିଜେଡିର ଜଣେ ଯୁବ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ବିବାହ ପାଇଁ ଜିଦ୍ ଧରି ବିଧାୟକଙ୍କ ଘରେ ଯୁବତୀଜଣକ ପ୍ରାୟ ୭-୮ଘଣ୍ଟା ଧରି ହାଇପ୍ରୋଫାଇଲ୍ ଡ୍ରାମା କରିବାପରେ ଏବେ ମାମଲା ଥାନାରେ ପହଂଚିଛି। ବିଧାୟକ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ଆଗୁଆ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପାଲଲହଡ଼ାର ବିଜେଡି ବିଧାୟକ ମୁକେଶ କୁମାର ପାଲ୍ ଥାନାରେ ଦେଇଥିବା […]

ଅଦ୍ୟତନ ହୋଇଛି
ଯୁବତୀଙ୍କ ସହ ପ୍ରେମାଳାପ କରି ଫସିଗଲେ ବିଜେଡି ବିଧାୟକ, ଥାନାରେ ମାମଲା

bjd

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାର ଜଣେ ଯୁବତୀଙ୍କ ସହ ଘଣ୍ଟା ଘଣ୍ଟା ଧରି ପ୍ରେମାଳାପ ବିଜେଡିର ଜଣେ ଯୁବ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ବିବାହ ପାଇଁ ଜିଦ୍ ଧରି ବିଧାୟକଙ୍କ ଘରେ ଯୁବତୀଜଣକ ପ୍ରାୟ ୭-୮ଘଣ୍ଟା ଧରି ହାଇପ୍ରୋଫାଇଲ୍ ଡ୍ରାମା କରିବାପରେ ଏବେ ମାମଲା ଥାନାରେ ପହଂଚିଛି। ବିଧାୟକ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ଆଗୁଆ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ପାଲଲହଡ଼ାର ବିଜେଡି ବିଧାୟକ ମୁକେଶ କୁମାର ପାଲ୍ ଥାନାରେ ଦେଇଥିବା ଏତଲା ଦେଇ ତାଙ୍କୁ ସମ୍ପୃକ୍ତ ଯୁବତୀଙ୍କ କବଳରୁ ଆଇନଗତ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି। ଏତଲାରେ ବିଧାୟକ ଶ୍ରୀ ପାଲ୍ ନିଜେ ସମ୍ପୃକ୍ତ ଯୁବତୀଙ୍କ ସହ ଏକାଧିକ ଥର ଫୋନରେ କଥା ହୋଇଥିବା ଓ ତାଙ୍କ ସହ ତାଙ୍କର ବିବାହ ପ୍ରସ୍ତାବ ପଡ଼ିଥିବା କଥାକୁ ମଧ୍ୟ ସ୍ୱୀକାର କରିଛନ୍ତି। କିନ୍ତୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମତାନ୍ତର ହେବାପରେ ବିଧାୟକଙ୍କ ପାଲଲହଡ଼ାସ୍ଥିତ ଘରେ ସମ୍ପୃକ୍ତ ଯୁବତୀଜଣକ ପହଂଚି ନିଜର ହକ୍ ଦାବି କରିଥିବା ଜଣାପଡ଼ିଛି।

ବିଧାୟକଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଯୁବତୀଙ୍କ ସହ ବିଧାୟକ ମୁକେଶଙ୍କର ବିବାହ ପ୍ରସ୍ତାବ ଜଣେ ବନ୍ଧୁ ଦେଇଥିଲେ। ସମ୍ପୃକ୍ତ ଯୁବତୀଙ୍କ ସହ ବିଧାୟକ ମଧ୍ୟ କଥା ହୁଅନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ କାହିଁକି ହେଲା ଓ କେଉଁ ପରିସ୍ଥିତିରେ ଯୁବତୀଙ୍କୁ ବିବାହ କରିବାକୁ ବିଧାୟକ ରାଜି ହେଉନାହାନ୍ତି ତାହା କେହି ଜାଣନ୍ତି ନାହିଁ । ଯୁବତୀଜଣକ ୨୫ତାରିଖ ଅପରାହ୍ନ ୩ଟାରୁ ୯ଟା ପର୍ଯ୍ୟନ୍ତ ବିଧାୟକଙ୍କ ପାଲଲହଡ଼ାସ୍ଥିତ ବାସଭବନକୁ ଆସି ତାଙ୍କୁ ବୋହୂ କରିବା ନିମନ୍ତେ ପରିବାର ପାଖରେ ଜିଦ୍ ଧରିଥିଲେ। ବୁଝାସୁଝା ପରେ ସେ ନଯିବାରୁ ପୁଲିସ ତାଙ୍କୁ ରାତିରେ ଥାନାକୁ ନେଇ ଯାଇଥିଲା। ଅବଶ୍ୟ ପରେ ତାଙ୍କୁ ଛାଡ଼ିଦେଇଛି। କିନ୍ତୁ କାଳେ ଭବିଷ୍ୟତରେ କିଛି ସମସ୍ୟା ହେବ ସେଥିପାଇଁ ବିଧାୟକ ନିଜ ଆଡ଼ୁ ଗତକାଲି ଏକ ଏତଲା ଥାନାରେ ଦେଇଛନ୍ତି। ପୁଲିସ ମଧ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ଅନ୍ୟପକ୍ଷରେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତା ଯୁବତୀଜଣକ ଜଣେ ଆଇନ ଛାତ୍ରୀ। ଭୁବନେଶ୍ୱରରେ ରୁହନ୍ତି ମଧ୍ୟ। ସୋସିଆଲ ମିଡିଆରେ ବି ବେଶ୍ ସକ୍ରିୟ ଅଛନ୍ତି। ବିଧାୟକଙ୍କ ସହ ବିବାହ ପ୍ରସ୍ତାବ ପଡ଼ିବା ପରେ ଉଭୟ ପରସ୍ପରକୁ ମଧ୍ୟ ଭେଟିଛନ୍ତି। ଘଣ୍ଟା ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଟେଲିଫୋନରେ କଥାବାର୍ତ୍ତା ମଧ୍ୟ ହୁଏ। ତେବେ ପରବର୍ତ୍ତୀ ସମୟରେ ବିବାହ କରିବା ନିଷ୍ପତ୍ତିରୁ ବିଧାୟକ ଓହରି ଯିବାରୁ ଯୁବତୀଜଣକ ତାଙ୍କ ଘରକୁ ଯାଇଥିଲେ ବୋଲି ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ : ମଇଁଷି ପଲକୁ ଆକ୍ରମଣ କଲା ଦନ୍ତା, ୭ ବନ କର୍ମଚାରୀ ଅଟକ

Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe