ପୁଣି ତେରେଛା ବାଣ ମାରିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଗତକାଲି ପାରାଦୀପରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଯୋଗ ଦେଇ ଦଳୀୟ ଶୀର୍ଷ ନେତୃତ୍ୱକୁ ସିଧା ସମାଲୋଚନା କରିବାକୁ ପଛାଇ ନାହାନ୍ତି ସୌମ୍ୟ। କହିଛନ୍ତି, ବିଜୁ ବାବୁ ୭ ବର୍ଷରୁ ଅଧିକ ସମୟ କ୍ଷମତାରେ ରହିପାରିଲେ ନାହିଁ। ହେଲେ ତାଙ୍କ ନାମରେ ନାମିତ ଦଳ ଯଥା ତାଙ୍କ ପୁଅଙ୍କ ଦ୍ୱାରା ପରିଚାଳିତ ଶାସନ ୨୨ ବର୍ଷ ହେଲା କ୍ଷମତାର ମହୁ ଚଖେଇ ଚାଲିଛି। ଏହା ଚାଲିବ ମଧ୍ୟ। କିନ୍ତୁ ମୁଁ ଓଲଟା ପ୍ରଶ୍ନ କରୁଛି। ହେଲେ କ୍ଷମତାର ଏ ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ ? ଏଭଳି କ୍ଷମତା ଉପଭୋଗ କରିବାର ଯୋଗ୍ୟତା ତୁମର ଅଛି କି ନାହିଁ ଏହି ସଭାରେ ବସିଥିବା ଲୋକ ଓ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କରୁଥିବା ଲୋକେ ନିଜକୁ ନିଜେ ପଚାରି ତାର ଉତ୍ତର ଖୋଜିବା ଦରକାର ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଇଏଏସ ବଦଳି: ଚିତ୍ରାଙ୍କୁ ଶ୍ରମ ଓ ଇଏସଆଇ, ସୁଧାଂଶୁ ଓଡ଼ଶା ଖଣି ନିଗମ ଏମଡି
ଆଇଏଏସ୍ ସ୍ତରରେ ଅଦଳବଦଳ। ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କଲେ ରାଜ୍ୟ ସରକାର।
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।
Miscellaneous
ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ
ବୈଷୟିକ ରିପୋର୍ଟ ହସ୍ତଗତ ହୋଇ ସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ଲେଖିଛନ୍ତି ମୁଖ୍ୟ ପ୍ରଶାସକ।
Miscellaneous
ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।