Advertisment

ପୁଣି ତେରେଛା ବାଣ ମାରିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ

ପୁଣି ତେରେଛା ବାଣ ମାରିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଗତକାଲି ପାରାଦୀପରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଯୋଗ ଦେଇ ଦଳୀୟ ଶୀର୍ଷ ନେତୃତ୍ୱକୁ ସିଧା ସମାଲୋଚନା କରିବାକୁ ପଛାଇ ନାହାନ୍ତି ସୌମ୍ୟ। କହିଛନ୍ତି, ବିଜୁ ବାବୁ ୭ ବର୍ଷରୁ ଅଧିକ ସମୟ କ୍ଷମତାରେ ରହିପାରିଲେ ନାହିଁ। ହେଲେ ତାଙ୍କ ନାମରେ ନାମିତ ଦଳ ଯଥା ତାଙ୍କ ପୁଅଙ୍କ ଦ୍ୱାରା ପରିଚାଳିତ ଶାସନ ୨୨ ବର୍ଷ ହେଲା କ୍ଷମତାର ମହୁ ଚଖେଇ ଚାଲିଛି। ଏହା ଚାଲିବ ମଧ୍ୟ। କିନ୍ତୁ ମୁଁ ଓଲଟା ପ୍ରଶ୍ନ କରୁଛି। ହେଲେ କ୍ଷମତାର ଏ ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ ? ଏଭଳି କ୍ଷମତା ଉପଭୋଗ କରିବାର ଯୋଗ୍ୟତା ତୁମର ଅଛି କି ନାହିଁ ଏହି ସଭାରେ ବସିଥିବା ଲୋକ ଓ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କରୁଥିବା ଲୋକେ ନିଜକୁ ନିଜେ ପଚାରି ତାର ଉତ୍ତର ଖୋଜିବା ଦରକାର ବୋଲି ସେ କହିଛନ୍ତି।

Soumya Ranjan Patnaik BjD Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe