'କିଛି ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଗୁଜବ ପ୍ରଚାର ହେଉଛି'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ କାଳରେ ଗଲା କିଛି ଦିନ ହେବ ଖବରର ଶିରୋନାମାରେ ରହିଛି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ତଥା ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରେମ, ପ୍ରତାରଣାର କାହାଣୀ । ଓଡ଼ିଶାରେ ଏହି ଯୋଡ଼ିର ଖୁବ୍ ଲୋକପ୍ରିୟତା ଥିବାରୁ ହୁଏତ ବିଜେଡ଼ି ସୁପ୍ରିମୋ ୨୦୧୯ ନିର୍ବାଚନ ବେଳେ କେନ୍ଦ୍ରାପଡ଼ା ଟିକେଟ୍ ଅଭିନେତା ଅନୁଭବଙ୍କୁ ଦେଇଥିଲେ, ଯାହାର ଫଳ ମଧ୍ୟ ଖୁବ୍ ମିଠା ବାହାରିଥିଲା । […]

Anubhav

Pragnya Choudhury
  • Published: Thursday, 10 September 2020
  • , Updated: 10 September 2020, 09:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ କାଳରେ ଗଲା କିଛି ଦିନ ହେବ ଖବରର ଶିରୋନାମାରେ ରହିଛି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ତଥା ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରେମ, ପ୍ରତାରଣାର କାହାଣୀ । ଓଡ଼ିଶାରେ ଏହି ଯୋଡ଼ିର ଖୁବ୍ ଲୋକପ୍ରିୟତା ଥିବାରୁ ହୁଏତ ବିଜେଡ଼ି ସୁପ୍ରିମୋ ୨୦୧୯ ନିର୍ବାଚନ ବେଳେ କେନ୍ଦ୍ରାପଡ଼ା ଟିକେଟ୍ ଅଭିନେତା ଅନୁଭବଙ୍କୁ ଦେଇଥିଲେ, ଯାହାର ଫଳ ମଧ୍ୟ ଖୁବ୍ ମିଠା ବାହାରିଥିଲା । ଅର୍ଥାତ୍ କେନ୍ଦ୍ରାପଡ଼ାବାସୀ ନିଜ ସମର୍ଥନ ଦେଇ ଅଭିନେତା ମହାନ୍ତିଙ୍କୁ ନେତା ସଜାଇଲେ । ସେବେଠାରୁ ସେ ଜନତାଙ୍କ ପ୍ରତିନିଧି ।

ଜଣେ ଜନ ପ୍ରତିନିଧି ହିସାବରେ ଏବଂ ଖୁବ୍ ଲୋକପ୍ରିୟ ହୋଇଥିବାରୁ ସ୍ୱାଭାବିକ ଭାବରେ ସମର୍ଥକମାନଙ୍କର ଏହି ଯୋଡ଼ିଠାରୁ ଅନେକ ଆଶା ଏବଂ ଭାବୁକତା ଯୋଡ଼ିହୋଇ ରହିଛି । ଏହାରି ଭିତରେ ସାଂସଦ ମହାନ୍ତି ଅନେକ ସମୟରେ ନିଜର ବେପରୁଆ ମନ୍ତବ୍ୟ, ଆଉ ଉତ୍ୟକ୍ତ ବ୍ୟବହାର ପାଇଁ ବିବାଦରେ ରହିଆସିଛନ୍ତି । ବ୍ୟକ୍ତିଗତ ସମ୍ପର୍କକୁ ବାଦ୍ ଦେଲେ ବି ଅନୁଭବଙ୍କ ବ୍ୟବହାରକୁ ନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସବୁ ପରେ ଏବେ ପତ୍ନୀ ବର୍ଷାଙ୍କ ସହ ଦୀର୍ଘ ବର୍ଷର ମନାନ୍ତର, ମତାନ୍ତର ଓ ପାରିବାରିକ ତଥା ବୈବାହିକ ସମ୍ପର୍କରେ ତିକ୍ତତା ବିଷୟ ପଦାରେ ପଡ଼ିଛି । ମାମଲା କୋର୍ଟରେ ପହଞ୍ଚିଛି । ପ୍ରାୟ ପ୍ରତିଦିନ ଆରୋପ-ପ୍ରତ୍ୟାରୋପ ଚାଲିଛି । ଚିଠି ମାଧ୍ୟମରେ ଟାର୍ଗେଟ୍ ଓ ଇମୋଶନାଲ୍ ଡ୍ରାମା ବି ଚାଲିଛି । ହେଲେ ଏ ସବୁ ତ ସେମାନେ ପ୍ରତିକ୍ରିୟା ଦେଉଛନ୍ତି ବୋଲି ସାମ୍ନାକୁ ଆସୁଛି ।

ଅନ୍ୟପଟେ ସାଂସଦ ମହାନ୍ତି ଏ ବାବଦରେ ଏକ ଟ୍ୱିଟ୍ କରି ନିଜର ଆଉ ଏକ ଅଭିଯୋଗ ଜଣାଇଛନ୍ତି । ସେ ଲେଖିଛନ୍ତି, କେତେଜଣ ନିର୍ଦ୍ଦିଷ୍ଟ ଲୋକଙ୍କ ନିର୍ଦ୍ଦେଶରେ ସୋଶାଲ ମିଡିଆରେ ତାଙ୍କ ନାଁରେ ଗୁଜବ ପ୍ରଚାର କରାଯାଉଛି । ମାମଲାଟି ଯେହେତୁ କୋର୍ଟରେ ବିଚାରଧୀନ ଅଛି, ମାନ୍ୟବର କୋର୍ଟ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ । ସଚ୍ଚୋଟତା ଏବଂ ସତ୍ୟର ନିଃସନ୍ଦେହ ବିଜୟ ହେବ ବୋଲି ଅନୁଭବ ଟ୍ୱିଟ୍ କରିଛନ୍ତି ।

ତେବେ ଏନେଇ ଲୋକେ ନିଜ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି । ଲୋକେ ସାଂସଦଙ୍କୁ ପାଲଟା ପ୍ରଶ୍ନ କରୁଛନ୍ତି ଯେ, ଆପଣ ନିଜେ କାହିଁକି ନିଜର ବ୍ୟକ୍ତିଗତ ଜୀବନକୁ ସୋଶାଲ ମିଡିଆକୁ ଆଣିଲେ? ଅନେକେ ଏହି ଯୋଡ଼ିକୁ ମିଶାଇବା ଲାଗି ପ୍ରାର୍ଥନା ମଧ୍ୟ କରିଛନ୍ତି ।

Related story