Advertisment

ନ୍ୟାୟର ଅପେକ୍ଷା କରିବାଠୁ ଭଲ ମୃତ୍ୟୁକୁ ଆପଣାଇ ନେବା, କିନ୍ତୁ...; ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ନ୍ୟାୟର ଅପେକ୍ଷା କରିବାଠୁ ଭଲ ମୃତ୍ୟୁକୁ ଆପଣାଇ ନେବା। ଯଦିଓ ମୁଁ ସେମିତି ଭୁଲ୍ କରିବି ନାହିଁ। କାରଣ ମୁଁ ମୋ ପିତାମାତା ଓ ପରିବାରକୁ ଖୁବ୍ ଭଲ ପାଏ। ମୁଁ ଆପଣମାନଙ୍କୁ ଖୁବ୍ ଭଲପାଏ। ମୁଁ ଆପଣମାନଙ୍କ ପାଇଁ ଓ ମୋ ପରିବାର ପାଇଁ ବଞ୍ଚିବି। ଏଡ଼େ ବଡ଼ ଭୁଲ୍ ପଦକ୍ଷେପ ମୁଁ କେବେ ନେବି ନାହିଁ। ଯଦିଓ ଜୀବନରେ ଗୋଟିଏ ସମୟରେ ଏମିତି ପଦକ୍ଷେପ ନେବାକୁ ଚାହିଁଥିଲି କେବଳ ଏଇଥିପାଇଁ। […]

ଅଦ୍ୟତନ ହୋଇଛି
ନ୍ୟାୟର ଅପେକ୍ଷା କରିବାଠୁ ଭଲ ମୃତ୍ୟୁକୁ ଆପଣାଇ ନେବା, କିନ୍ତୁ...; ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ

Anubhab

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ନ୍ୟାୟର ଅପେକ୍ଷା କରିବାଠୁ ଭଲ ମୃତ୍ୟୁକୁ ଆପଣାଇ ନେବା। ଯଦିଓ ମୁଁ ସେମିତି ଭୁଲ୍ କରିବି ନାହିଁ। କାରଣ ମୁଁ ମୋ ପିତାମାତା ଓ ପରିବାରକୁ ଖୁବ୍ ଭଲ ପାଏ। ମୁଁ ଆପଣମାନଙ୍କୁ ଖୁବ୍ ଭଲପାଏ। ମୁଁ ଆପଣମାନଙ୍କ ପାଇଁ ଓ ମୋ ପରିବାର ପାଇଁ ବଞ୍ଚିବି। ଏଡ଼େ ବଡ଼ ଭୁଲ୍ ପଦକ୍ଷେପ ମୁଁ କେବେ ନେବି ନାହିଁ। ଯଦିଓ ଜୀବନରେ ଗୋଟିଏ ସମୟରେ ଏମିତି ପଦକ୍ଷେପ ନେବାକୁ ଚାହିଁଥିଲି କେବଳ ଏଇଥିପାଇଁ। କିନ୍ତୁ ଆଉ ସେମିତି ପଦକ୍ଷେପ ନେବି ନାହିଁ। ମୁଁ ଜାଣିଗଲିଣି, ମୁଁ ସିନା ଏଇ ଜନ୍ମରୁ ମୁକ୍ତ ହୋଇଯିବି, କିନ୍ତୁ ମୋ ଭଳି ଏମିତି ଲକ୍ଷ ଲକ୍ଷ ଓ କୋଟି କୋଟି ଲୋକ କଷ୍ଟ ପାଉଛନ୍ତି। ମୋର କ’ଣ କିଛି କର୍ତ୍ତବ୍ୟ ନାହିଁ ସେମାନଙ୍କ ପାଇଁ? ଯେଉଁମାନେ ନ୍ୟାୟରେ ଥାଇ ବି ଦଣ୍ଡ ପାଉଛନ୍ତି, ମୁଁ ସେମାନଙ୍କ ସହିତ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଛିଡ଼ା ହେବି। ମୁଁ ଏଥିପାଇଁ ଶପଥ ନେଉଛି।’

Advertisment

ଏମିତି କିଛି କହି ସୋଶାଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ଆଉ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ନିଜ ବୈବାହିକ ଜୀବନରେ ଉଠିଥିବା ଝଡ଼ ପରିପେକ୍ଷୀରେ ସେ ଏହି କଥା କହିଛନ୍ତି।

ଅନୁଭବ ଏହି ଭିଡିରେ କହିଛନ୍ତି, ‘୨୦୦୮ରେ ମୁଁ ଜଣଙ୍କୁ ନିଜଠୁ ବି ଅଧିକ, ପୃଥିବୀରେ ସମସ୍ତଙ୍କଠୁ ଅଧିକ ଭଲ ପାଇଥିଲି। ୨୦୦୮ରେ ଭଲ ପାଇଲା ପରଠୁ ମୁଁ ତାଙ୍କ ବିନା ଆଉ କାହା ବିଷୟରେ କେବେ ଭାବି ନାହିଁ କି ଚିନ୍ତା କରି ନାହିଁ। କେବେ ସ୍ୱପ୍ନରେ ବି ଆଉ କାହା କଥା ଭାବି ନାହିଁ। ଏହାକୁ ବିଶ୍ୱାସ କରିବା ଆପଣମାନଙ୍କ ପାଇଁ ହୁଏତ କଷ୍ଟ ହେଉଥାଇପାରେ, କିନ୍ତୁ ଏଇଟା ହିଁ ସତ। ସେ ବି ମୋତେ ଭଲ ପାଉଥିଲେ। ୨୦୧୪ରେ ତାଙ୍କୁ ବାହା ହେଲି।’

Advertisment

ସେ କହିଛନ୍ତି, ‘ଯେତେବେଳେ ଆମ ଦୁଇ ଜଣଙ୍କ ତରଫରୁ ଭଲ ପାଇବା ଆରମ୍ଭ ହେଲା ଆମ ଘରେ କେହି ରାଜି ନଥିଲେ। ତାଙ୍କ ଘରେ ବି କେହି ରାଜି ନଥିଲେ। ସେହି ସମୟରେ ସେମାନେ (ତାଙ୍କ ଘର ଲୋକେ) ରାଜି ନଥିଲେ ବୋଲି ମୁଁ ଜାଣିଥିଲି ବା ଯାହା ମୋତେ ଜଣାଯାଇଥିଲା ବା ମୋତେ ଜଣାଇବାକୁ ଚେଷ୍ଟା କରାଯାଇଥିଲା। ଅବଶ୍ୟ ପରେ ମୁଁ ଅନେକ କଥା ଜାଣିବାକୁ ପାଇଲି।

ମୋ ଜୀବନରେ କେବେ ମୁଁ ଏ କୋର୍ଟ, କଚେରୀ, ଥାନା, ପୁଲିସ୍ କେବେ ଦେଖି ନଥିଲି। କେବେ ଭାବି ନଥିଲି ଯେ ମୋତେ ବି ଏମିତି ଦୌଡ଼ିବାକୁ ପଡ଼ିବ। ଆଉ ସିଏ ବି ଜଣଙ୍କୁ ଭଲ ପାଇକି। ପୁଣି ଏତେ ମାତ୍ରାରେ। ଭଲ ପାଇକି ମଣିଷ ଖୁସିରେ ରୁହେନା? ଭଲ ପାଇ ମଣିଷ ଥାନା ଦୌଡ଼ିବ, ଭଲ ପାଇକି ମଣିଷ କୋର୍ଟ ଦୌଡ଼ିବ- ଏଇଟା କେଉଁଠି ଲେଖାଯାଇଛି।’
class="bs-highlight bs-highlight-default">ଗଣମାଧ୍ୟମକୁ ଅଭିଶାପ
ଅନୁଭବ ମହାନ୍ତିଙ୍କ ବୈବାହିକ ଜୀବନରେ ଝଡ଼ ଉଠିବା ପରଠୁ ଅନେକ ସମୟରେ ଗଣମାଧ୍ୟମରେ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ଏହାକୁ ନେଇ ସେ ଖପ୍ପା ହୋଇଥିବା ବେଳେ ଏହି ଭିଡିରେ ଗଣମାଧ୍ୟମକୁ ଟାର୍ଗେଟ କରିଛନ୍ତି।

ସାଂସଦ ଶ୍ରୀ ମହାନ୍ତି କହିଛନ୍ତି ଯେ ଜଣେ କ’ଣ କେବଳ ମହିଳା ବୋଲି, ଯାହା କହିବେ ବା ଯାହା ନକହିବେ ବା ଯାହା ଗଣମାଧ୍ୟମ ଦେଖାଇବ, ସେଇଟା ହିଁ କ’ଣ ସତ୍ୟ? ସେ ଗତ ୧୪ ବର୍ଷ ହେବ ଯାହା ଭୋଗିଛନ୍ତି, ଗଣମାଧ୍ୟମ କେବେ ତା’ର କଳ୍ପନା ବି କରିପାରିବ ନାହିଁ। ଗଣମାଧ୍ୟମ ପ୍ରତିନିଧିମାନେ ବହୁ କଷ୍ଟରେ ଖବର ସଂଗ୍ରହ କରୁଛନ୍ତି। କିନ୍ତୁ ଯେଉଁ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କର ଏ ଅବସ୍ଥାର ମଜା ନେଉଛନ୍ତି, ଭଗବାନ କରନ୍ତୁ ସେମାନେ ବି ତାଙ୍କଠୁ ବି ଭୟଙ୍କର ସ୍ଥିତିର ସମ୍ମୁଖୀନ ହୁଅନ୍ତୁ ବା ତାଙ୍କର କୌଣସି ଅତି ଘନିଷ୍ଠ ପ୍ରିୟଜନ ଏମିତି ସ୍ଥିତିର ସମ୍ମୁଖୀନ ହୁଅନ୍ତୁ। ତା’ହେଲେ ସେମାନେ ବୁଝିପାରିବେ କଷ୍ଟ ବା ଦୁଃଖ କ’ଣ? ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି। ତେବେ ଗଣମାଧ୍ୟମ ପ୍ରତିନିଧିମାନେ ତା’ ଆଗରୁ ରାୟ ଶୁଣାଇ ଦେଉଛନ୍ତି।
class="bs-highlight bs-highlight-red">ରାଜନୀତିକ କ୍ୟାରିଅର କ’ଣ ହେବ?
ଏହି ଭିଡିଓ ତାଙ୍କ ରାଜନୀତିକ କ୍ୟାରିଅରକୁ ପ୍ରଭାବିତ କରିପାରେ ବୋଲି ଅନୁଭବ ମହାନ୍ତି ନିଶ୍ଚିତ ଭାବେ ସନ୍ଦେହ କରୁଛନ୍ତି। ନହେଲେ ସେ ଏ କଥା ଏଥିରେ କାହିଁକି ଉଠାଇଛନ୍ତି?

ଅନୁଭବ କହିଛନ୍ତି, ଏ ଭିଡିଓ ସାର୍ବଜନୀନ ହେବା ପରେ ମୋର ପଲିଟିକାଲ ପୋଜିସନ କ’ଣ ହେବ ମୁଁ ଜାଣି ନାହିଁ। ମୋତେ ପ୍ରତ୍ୟାଖ୍ୟାନ କରାଯିବ କି ଗ୍ରହଣ କରାଯିବ ମୁଁ ଜାଣିନି। କିନ୍ତୁ ଯାହା ବି ହେବ ମୁଁ ତାକୁ ଗ୍ରହଣ କରି ନେବି। କାରଣ ମୁଁ ଫାଇଟ୍‌ କରିବି ବୋଲି ନିଷ୍ପତ୍ତି ନେଇ ସାରିଛି। ନ୍ୟାୟ ପାଇଁ ମୁଁ ଲଢ଼ିବି ବୋଲି ନିଷ୍ପତ୍ତି ନେଇସାରିଛି। ନିଜକୁ ନ୍ୟାୟ ଦେବା ପାଇଁ ମୁଁ ଲଢ଼ିବି। ମୋ ପାଇଁ ଲଢ଼ିବା ସହିତ ସମସ୍ତଙ୍କ ପାଇଁ ଲଢ଼ିବି।
ସହିତ ଏହି ଭିଡିଓରେ ସେ ତାଙ୍କ ପରିବାର, ତାଙ୍କ ବାପାମା’ ଓ ଅନ୍ୟ କିଛି ବିଷୟରେ ମଧ୍ୟ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe