Advertisment

ମାନିଲେ ବିଜେଡି ସାଂସଦ, କହିଲେ ଋଣବୋଝ ଯୋଗୁ ଚାଷୀ ଆତ୍ମହତ୍ୟା କରୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଋଣ ବୋଝ ଓ ଫସଲ ହାନି ଯୋଗୁ ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ଏକଥାକୁ ବାରମ୍ୱାର ଖଣ୍ଡନ କରିଆସୁଛନ୍ତି। ଏପରିକି ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଦେବାକୁ ମଧ୍ୟ ପଛାଉ ନାହାନ୍ତି। ତେବେ ଶାସକ ଦଳର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଋଣ ବୋଝ ପାଇଁ ଚାଷୀ ଆତ୍ମହତ୍ୟା କରୁଥିବା ଘଟଣାକୁ ସ୍ୱୀକାର କରିଛନ୍ତି। ଚାଷୀ ଆତ୍ମହତ୍ୟାର କାରଣକୁ ନେଇ ଆଜି […]

ଅଦ୍ୟତନ ହୋଇଛି
ମାନିଲେ ବିଜେଡି ସାଂସଦ, କହିଲେ ଋଣବୋଝ ଯୋଗୁ ଚାଷୀ ଆତ୍ମହତ୍ୟା କରୁଛନ୍ତି

prasanna_acharya_1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଋଣ ବୋଝ ଓ ଫସଲ ହାନି ଯୋଗୁ ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ଏକଥାକୁ ବାରମ୍ୱାର ଖଣ୍ଡନ କରିଆସୁଛନ୍ତି। ଏପରିକି ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଦେବାକୁ ମଧ୍ୟ ପଛାଉ ନାହାନ୍ତି। ତେବେ ଶାସକ ଦଳର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଋଣ ବୋଝ ପାଇଁ ଚାଷୀ ଆତ୍ମହତ୍ୟା କରୁଥିବା ଘଟଣାକୁ ସ୍ୱୀକାର କରିଛନ୍ତି।

Advertisment

ଚାଷୀ ଆତ୍ମହତ୍ୟାର କାରଣକୁ ନେଇ ଆଜି ରାଜ୍ୟସଭାରେ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,“ଋଣ ଭାର ଚାଷୀ ଆତ୍ମହତ୍ୟାର ପ୍ରମୁଖ କାରଣ। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର କହୁଛନ୍ତି, ୧୩ ଲକ୍ଷ କୋଟିର ଋଣ ଚାଷୀଙ୍କୁ ଦେଉଛନ୍ତି। ତା’ ସତ୍ତ୍ୱେ ମଧ୍ୟ ଚାଷୀ ଘରୋଇ ସୂତ୍ରରୁ ଋଣ କରିବାକୁ ବାଧ୍ୟ ହେଉଛନ୍ତି। ଚାଷୀମାନେ ମହାଜନ ଓ ସାହୁକାରଠାରୁ ଅଧିକ ସୁଧରେ ଋଣ କରୁଛନ୍ତି।”

ସେ ଆହୁରି କହିଛନ୍ତି, “ସମଗ୍ର ଦେଶରେ ସର୍ବାଧିକ ଚାଷୀ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି। ସାରା ଦେଶରେ ଏଭଳି ଘଟୁଛି। ଓଡ଼ିଶାରେ ବି ସମାନ କାରଣ ପାଇଁ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଏହା ଏକ ସର୍ବଭାରତୀୟ ସମସ୍ୟା।”

Advertisment

ତେବେ ନିକଟରେ ଚାଷୀ ଆତ୍ମହତ୍ୟା ନେଇ ବିଧାନସଭାରେ ଭିନ୍ନମତ ଦେଇଥିଲେ କୃଷିମନ୍ତ୍ରୀ ଅରୁଣ ସାହୁ। ଋଣବୋଝରୁ କେହି ଚାଷୀ ଆତ୍ମହତ୍ୟା କରିନାହାନ୍ତି ବୋଲି ଗତ ୧୭ ତାରିଖରେ ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଥିଲେ କୃଷିମନ୍ତ୍ରୀ। ତେବେ ଏଠି ପ୍ରଶ୍ନ ଉଠୁଛି, ସତ କହୁଛି କିଏ? କୃଷି ମନ୍ତ୍ରୀ ନା ବିଜେଡି ରାଜ୍ୟସଭା ସାଂସଦ।

ଚଳିତବର୍ଷ ପ୍ରଥମ କରି ବଲାଙ୍ଗିର ଜିଲ୍ଲାରୁ ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଜିଲ୍ଲାର ସଦର ଥାନା ବରକାନୀ ଗାଁର ଚାଷୀ ଭକ୍ତବନ୍ଧୁ ଦଣ୍ଡସେନା ୪ ଏକର ଜମିରେ ଧାନ ଚାଷ ପାଇଁ ତଳି ପକାଇଥିଲେ। କିଛି ଜମିରେ ପରିବା ଚାଷ ମଧ୍ୟ କରିଥିଲେ। ହେଲେ ପାଣି ଅଭାବରୁ ଉଭୟ ଫସଲର ଉଜୁଡ଼ା ରୂପକୁ ଦେଖି ଧୈର୍ଯ୍ୟ ଧରିପାରିନଥିଲେ ଭକ୍ତବନ୍ଧୁ। ଆଗକୁ ବଡ଼ ବିପଦକୁ ସାମ୍ନା ଆଶଙ୍କା କରି ସେ ବିଷ ପିଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାରର ଲୋକେ।

ରାଜ୍ୟରେ ବର୍ଷା ଅଭାବରୁ ଆସନ୍ନ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ନେଇ ବିଧାନସଭା ଆଜି ହୁଲସ୍ତୁଲ ହୋଇଛି। ବିରୋଧୀ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ବର୍ଷା ଅଭାବ ଓ ମରୁଡ଼ି ସ୍ଥିତି ମୁକାବିଲା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେପଟେ ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ବଲାଙ୍ଗିର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲା ମରୁଡ଼ିଗ୍ରସ୍ତ ହୋଇଥିବା ବେଳେ ସରକାର ଚୁପ୍ ବସିଛନ୍ତି ବୋଲି ଆରୋପ କରିଛନ୍ତି। ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ଦୃଢ଼ ସ୍ୱରରେ ସରକାରଙ୍କୁ ସମାଲୋଚନା କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe